ଓଡିଶା

odisha

ETV Bharat / videos

କୋଟିପତି ହାତୀ ଏବେ ଅନାଥ, ରକ୍ଷଣାବେକ୍ଷଣ ପାଇଁ ଯୋଗାଡ ହୋଇପାରୁନି ଅର୍ଥ - ଉତ୍ତରାଖଣ୍ଡର ଐରାବତ ସଂସ୍ଥା

By

Published : Apr 9, 2022, 2:46 PM IST

Updated : Feb 3, 2023, 8:22 PM IST

ଡେରାଡୁନ: ହାତୀ ମଣିଷର ଲଢେଇ ଆମେ ବିଭିନ୍ନ ସ୍ଥାନରେ ଦେଖିଥାଉ । ସେହିପରି କେଉଁଠି ହାତୀ ମଣିଷକୁ ମାରିଲାଣି ତ ଆଉ କେଉଁଠି ହାତୀକୁ ମାରି ଲୋକେ ଅଙ୍ଗ ତସ୍କରୀ କରୁଛନ୍ତି । ହେଲେ ଉତ୍ତରାଖଣ୍ଡର ସାବଲ୍ଦେରେ ଥିବା କାଁର୍ବେଟ ପାର୍କରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଏଠାରେ ରହୁଛନ୍ତି, ଦୁଇଟି ହାତୀ ମୋତି ଏବଂ ରାନୀ । ତେବେ ମୋତି ଓ ରାନୀର ଯତ୍ନ ନେଉଥିବା ଲୋକ ଏବେ ଆଉ ନାହନ୍ତି । ସମ୍ପତ୍ତି ପାଇଁ ଏହି ଦୁଇ ହାତୀଙ୍କ ଯତ୍ନ ନେଉଥିବା ଇମାମ ଅଖତରଙ୍କୁ ହତ୍ୟା କରାଯାଇଛି । ହାତୀଙ୍କ ସୁରକ୍ଷା ଓ ଖାଦ୍ୟ ଯୋଗଇବା ପାଇଁ ଇମାମ ଅଖତର ଏକ ଐରାବତ ସଂସ୍ଥା ଖୋଲିଥିଲେ । ଏହା ଦ୍ବାରା ସେ ହାତୀଙ୍କ ଯତ୍ନ ନେବା ସହ ଆବଶ୍ୟକୀୟ ଜିନିଷ ଯୋଗାଡ କରିପାରୁଥିଲେ । ମାତ୍ର ଇମାମଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ଥା ଏହି ୨ ହାତୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ଯୋଗାଡ କରିବା କଷ୍ଟସାଧ୍ୟ ହୋଇପଡିଛି । ବିହାରର ବାସିନ୍ଦା ତଥା ଏହି ହାତୀମାନଙ୍କର ମାଲିକ ଇମାମ ଅଖତର ଏହି ଦୁଇ ହାତୀକୁ ବିହାରରେ ୫ କୋଟି ସମ୍ପତ୍ତି ଦାନ କରିଦେଇଥିଲେ । ମାତ୍ର ଇମାମଙ୍କ ପରିବାର ପସନ୍ଦ କରୁନଥିଲେ ଏହି କାର୍ଯ୍ୟକୁ । ତେବେ ଏହି ହାତୀଙ୍କ ରକ୍ଷାଣବେକ୍ଷଣ ପାଇଁ ମାସିକ ୫୦ ଟଙ୍କା ଖର୍ଚ୍ଚ ଦରକାର ପଡୁଛି । ଯାହା ବର୍ତ୍ତମାନ ଇମାମଙ୍କ ସଂସ୍ଥା ଯୋଗାଡ କରି ପାରୁନି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details