ଅକାଶର ଖସୁଛି ନିଆଁ, ଡହଡହ ଖରାରେ ସିଝୁଛନ୍ତି ଲୋକେ - ବଲାଙ୍ଗୀରିରେ ଅକାଶର ଖସୁଛି ନିଆଁ
ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନରେ ଜଳୁଛି ଜିଲ୍ଲା । ମାର୍ଚ୍ଚ ଶେଷ ଆଡକୁ ଗରମ ଆରମ୍ଭ ହୋଇ ଏପ୍ରିଲ ମେ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ରେକର୍ଡ ହୋଇ ଥାଏ । ହେଲେ ଏ ବର୍ଷ ଏପ୍ରିଲ ମାସ ଅଧ ପର୍ଯ୍ୟନ୍ତ ଏଠି ଖରାର ପ୍ରଭାବ ବିଶେଷ ରହି ନଥିଲା। ଖରା କାରଣରୁ ରାଜ୍ୟରେ ଏକ ପ୍ରକାର ଅଘୋଷିତ କର୍ଫ୍ୟୁ ଜାରି ରହିଛି ।
ସକାଳ ୭ଟାରୁ ଖରାର ପ୍ରକୋପ ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ ବଲାଙ୍ଗୀରରେ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅତିଷ୍ଠ ଜିଲ୍ଲାବାସୀ । ଆଜି ପାରଦ ପୁଣି 44ଡିଗ୍ରୀ ରୁ ଉର୍ଦ୍ଧ୍ବ ରହିଥିବା ଅନୁମାନ କରାଯାଉଛି । ପ୍ରଦୂଷଣ ବୃଦ୍ଧି ସାଙ୍ଗକୁ ଗଛକଟା ଭଳି ସମସ୍ୟା ଯୋଗୁଁ ଜିଲ୍ଲାରେ ଗରମ ବଢୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ପ୍ରଚଣ୍ଡ ଖରା କାରଣରୁ କାମ ମାନ୍ଦା ଚାଲିଛି। ପ୍ରବଳ ଗରମ ଯୋଗୁଁ କୁଲର, ଏସି ମଧ୍ୟ କାମ ଦେଉନି । ଟାଣ ଖରାରେ ମନକୁ ଟିକିଏ ପୂର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ଲୋକମାନେ ଆଖୁ ରସ ଓ ଲସି, ସର୍ବତ ଦୋକାନରେ ଭିଡ଼ ଜମୁଛି ।
ଇଟିଭି ଭାରତ, ବଲାଙ୍ଗୀର