ଇନ୍ଷ୍ଟାଗ୍ରାମ ସେନ୍ସେସନ ଓଡ଼ିଆ ପୁଅ ମୃଣ୍ମୟ, ବଲିଉଡ ସହ ଓଡ଼ିଆ ଗୀତର ଫ୍ୟୁଜନରେ ଜିତିଛନ୍ତି ମନ
ଭୁବନେଶ୍ବର: ଚର୍ଚ୍ଚାରେ ଓଡ଼ିଆ ପୁଅ ମୃଣ୍ମୟ । ସେ ନିଜ ଗୀତ ତଥା ସ୍ବରରେ ଲକ୍ଷଲକ୍ଷ ଲୋକଙ୍କୁ ଦିୱାନା କରିଛନ୍ତି । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ ସଂଗୀତ ନିର୍ଦ୍ଦେଶକ, ସଂଗୀତକାର ଆଉ ତାଙ୍କର ଏହି ପ୍ରତିଭା ସହ ଆଜି ସେ ସାଜିଛନ୍ତି ଟ୍ରେଡିଂ ରିଲ୍ସ ସିଗିଂ ଷ୍ଟାର୍ । ଗୀତ ଗାଇବାର ସ୍ୱତନ୍ତ୍ର ଓ ନିଆରା ପ୍ରୟାସ ତାଙ୍କୁ ଆଜି ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ଯୁବ କଣ୍ଠଶିଳ୍ପୀ ମୃଣ୍ମୟ ବଲିଓଡ଼ ଏବଂ ଟଲିଓଡ଼ ଓ ଓଡ଼ିଆ ଗୀତାର ଫ୍ୟୁଜନର ରିଲ୍ସ କରି ଆଜି ଜଣେ ଟ୍ରେଡିଂ ଷ୍ଟାର୍ ଭାବେ ପରିଚୟ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଗୀତ ଦିନକୁ ଦିନ ବେଶ ଭାଇରାଲ ହେଉଛି । ସେ ନିଜ କମ୍ପୋଜର ଅନେକ ଗୀତ ଗାଇ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ରଥଯାତ୍ରା ସମୟରେ ବେଶ ଜଗନ୍ନାଥଙ୍କ ଭଜନକୁ ଏକ ସୁନ୍ଦର ନିଆରା ଢଙ୍ଗରେ ଗାଇ ଚର୍ଚ୍ଚାକୁ ଆସିଥିଲେ । ଲୋକଙ୍କୁ ମନୋରଞ୍ଜନ ଦେବା ପାଇଁ ଓଡ଼ିଆ guys wait for the twistର ନୂଆ ଏକ ଧାରାକୁ ନେଇ ହିନ୍ଦୀ ସହ ଓଡ଼ିଆ ଗୀତକୁ ସଜାଇ ସେ ବେଶ ସୁନ୍ଦର ଫୁଜନ ଗୀତ ଗାଉଛନ୍ତି । ଯାହାଦ୍ବାରା ସେ ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତେବେ ତାଙ୍କ ବାପା ଜଣେ କଣ୍ଠଶିଳ୍ପୀ, ପିଲାଟି ଦିନରୁ ଗୀତ ପ୍ରତି ଥିବା ଦୃର୍ବଳତା ଓ ଭଲପାଇବା ତାଙ୍କୁ ଏକ ନୂତନ ପ୍ରୟାସ ଆଡ଼କୁ ନେଇଯାଇଛି । ଆଗାମୀ ଦିନରେ ବାପାଙ୍କ ସ୍ବପ୍ନ ପୂରଣ କରିବା ସହ ସେ ଏହି ଧାରାକୁ ବଜାୟ ରଖି ଜଣେ ଭଲ କଣ୍ଠଶିଳ୍ପୀ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ନିଆରା ପ୍ରୟାସ ମାଧ୍ୟମରେ ସବୁବେଳେ ଲୋକଙ୍କ ମନୋରଞ୍ଜନ କରିପାରିବେ ବୋଲି କହିଛନ୍ତି । ଆଗକୁ ଆହୁରି ନୂଆ କରିବାର ପ୍ରୟାସ ଜାରି ରହିବ ବୋଲି କହିଛନ୍ତି । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ଦେବସ୍ମିତା ରାଉତ ।
ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ମା’ ସୀତା
ଇଟିଭି ଭାରତ, ଭୁବନେଶ୍ବର