ମଦୁରାଇରେ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ କଲେ ଫ୍ୟାନ୍ସ, ଜନ୍ମଦିନରେ କ୍ଷୀର ଢାଳି କଲେ ପୂଜାର୍ଚ୍ଚନା
Published : Dec 12, 2023, 9:41 PM IST
ତାମିଲନାଡୁ:ସାଉଥ ଅଭିନେତା ରଜନୀକାନ୍ତ ଆଜି ତାଙ୍କ ୭୩ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତା ନିଜ ପରିବାର ସହ ଧୁମଧାମରେ ନିଜ ପରିବାର ପାଳନ କରିଥିବା ବେଳେ ଅନେକ ସେଲିବ୍ରିଟି ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ତାମିଲନାଡୁରେ ଫ୍ୟାନ୍ସ ନିଆରା ଢଙ୍ଗରେ ରଜନୀକାନ୍ତଙ୍କ ଜନ୍ମଦିନ ପାଳନ କରିଛନ୍ତି । ଫ୍ୟାନ୍ସ ତାମିଲନାଡୁ ସ୍ଥିତ ମଦୁରାଇର ଜମେ ଫ୍ୟାନ୍ସ ତାଙ୍କ ବାସଭବନରେ ରଜନୀକାନ୍ତଙ୍କ ଏକ ମନ୍ଦିର ନିର୍ମାଣ କରିଛନ୍ତି । ଏବଂ ଆଜିର ଦିନରେ ଏହି ମନ୍ଦିରରେ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତିରେ କ୍ଷୀର ଢାଳି ପୂଜା କରିଛନ୍ତି । ଏହି ପ୍ରତିମୂର୍ତ୍ତିର ଓଜନ ୨୫୦ କିଲୋଗ୍ରାମ । ତେବେ ଅଭିନେତାଙ୍କ ପାଇଁ ଏଭଳି ମନ୍ଦିର ପ୍ରଥମ ଥର ହୋଇଥିବା ବେଳେ ଏହି ନିଆରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ମଧ୍ୟ ପଢନ୍ତୁ:ସହ-ତାରକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ରଜନୀକାନ୍ତ; ଏବେ ବକ୍ସ ଅଫିସ ବାଦଶାହା
ସେପଟେ ସୋସିଆଲ ମିଡିଆରେ ଜୁନିଅର ଏନଟିଆର, କମଲ ହାସନ, ଅନୀଲ କପୁର, ତାଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ପୂର୍ବତମ ସ୍ବାମୀ ତଥା ଅଭିନେତା ଧନୁଷ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଅଭିନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ କଥା କହିବାକୁ ଗଲେ, ବର୍ତ୍ତମାନ ଥଲାଇଭା ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଫିଲ୍ମ ଥଲାଇୱାର ୧୭୦ରେ ନଜର ଆସିବେ । ଏଥିରେ ତାଙ୍କ ସହ ବିଗ ବି' ମଧ୍ୟ ନଜର ଆସିବେ । ଏଥିସହ ରଜନୀକାନ୍ତଙ୍କୁ ତାଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ । ଏଥିସହ 'ଲିଓ' ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ ରଜନୀକାନ୍ତଙ୍କ ପରବର୍ତ୍ତୀ ଫିଲ୍ମ 'ଥଲାଇଭର 171'ରେ ମଧ୍ୟ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ