ଓଡିଶା

odisha

'777 ଚାର୍ଲି' ପାଇଁ ରକ୍ଷସିତ ଶେଟ୍ଟୀଙ୍କୁ ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ପୁରସ୍କାର

By ETV Bharat Odisha Team

Published : Oct 17, 2023, 4:41 PM IST

ETV Bharat / videos

69th national film awards: '777 ଚାର୍ଲି' ପାଇଁ ରକ୍ଷସିତ ଶେଟ୍ଟୀଙ୍କୁ ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ:ନୂଆଦିଲ୍ଲୀରେ ବିଜ୍ଞାନ ଭବନରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭାବାନ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରୁଛନ୍ତି । ଅଭିନେତା-ନିର୍ମାତା ରକ୍ଷସିତ ଶେଟ୍ଟୀଙ୍କୁ '777 ଚାର୍ଲି' ପାଇଁ ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ଏକ କୁକୁର ଏବଂ ମଣିଷ ମଧ୍ୟରେ ଥିବା ସମ୍ପର୍କକୁ ଅତି ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଫିଲ୍ମ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଏଥିରେ ରକ୍ଷସିତ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେପଟେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ନିର୍ମାତା ଶିଲ କୁମାର 'ସର୍ଦ୍ଦାର ଉଦମ୍' ପାଇଁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ​ସେହିପରି ନିର୍ଦ୍ଦେଶକ ରାମ କମଲ ମୁଖାର୍ଜୀ ତାଙ୍କ ଚଳଚ୍ଚିତ୍ର 'ଏକ ଦୁଆ' ପାଇଁ ନନ ଫିଚର ଫିଲ୍ମ କାଟାଗୋରୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ 'ଚେଲୋ ସୋ' ନିର୍ମାତା ଧୀର ମୋମାୟା ଏବଂ ନିର୍ଦ୍ଦେଶକ ପାନ ନାଲିନ ଶ୍ରେଷ୍ଠ ଗୁଜୁରାଟୀ ଫିଲ୍ମ ପୁରସ୍କାର ଗ୍ରହଣ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ରେଡ କାର୍ପେଟରେ ଅଲ୍ଲୁ ଅର୍ଜୁନ, ବିବାହ ଦିନର ଶାଢୀରେ ଆଲିଆ ଆସିଲେ ନଜର

ABOUT THE AUTHOR

...view details