Kohli's 100th Test: ବିରାଟଙ୍କ ବ୍ୟାଟରୁ ଶତକ ଆଶା କଲେ କ୍ରିକେଟ ସମୀକ୍ଷକ - କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
କଟକ: ଆଜି(ଶୁକ୍ରବାର) ପଞ୍ଜାବର ଆଇଏସ ବିନ୍ଦ୍ରା PCA ଷ୍ଟାଡିୟମ ମୋହାଲିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ 100 ତମ ଟେଷ୍ଟ ଖେଳିଛନ୍ତି ପୂର୍ବତନ ଭାରତ ଅଧିନାୟକ ତଥା କ୍ରିକେଟ୍ ର କିଙ୍ଗ ନାଁରେ ନାମିତ ବିରାଟ କୋହଲି । ଯାହାକୁ ନେଇ ସମ୍ପୂର୍ଣ୍ଣ ଫ୍ୟାନ୍ସ ଓ ଭାରତୀୟ କ୍ରିକେଟ ଜଗତ ବେଶ ଖୁସିବ୍ୟକ୍ତ କରିଛନ୍ତି । ତେବେ ବିରାଟ ଦୁଇ ବର୍ଷ ଧରି ଯେଉଁ ଶତକରୁ ବଞ୍ଚିତ ରହିଛନ୍ତି ସେ ଏହି ମ୍ୟାଚରେ ମାରିବା ନେଇ ଆଶା ପ୍ରକଟ କରିଛନ୍ତି ପୂର୍ବତନ କ୍ରିକେଟର। ତେବେ ବିରାଟ ବର୍ତ୍ତମାନ କୌଣସି ଫର୍ମାଟରେ ଅଧିନାୟକ ନାହାଁନ୍ତି, କିନ୍ତୁ ତାଙ୍କର ଦେଶ ପ୍ରତି ଅବଦାନ ସର୍ବଦା ରହି ଆସିଛି । ତେବେ ଏହା ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ । ପୂର୍ବରୁ 11 ଜଣ ଭାରତୀୟ କ୍ରିକେଟର 100ଟି ଟେଷ୍ଟ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଥିଲେ । ଆଉ ଆଜି ବିରାଟ ସେହି ସ୍ଥାନ ନେଇଛନ୍ତି । ତେବେ ଆଗକୁ ମଧ୍ୟ ବିରାଟଙ୍କ ଆଗ୍ରେସିଭ ଖେଳ ଜାରି ରହୁ ଓ ଭାରତ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଖିବାକୁ ମିଳୁ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା କଟକରୁ ପ୍ରଭୁକଲ୍ୟାଣ ପାଲ ।
Last Updated : Feb 3, 2023, 8:18 PM IST