ଚଳିତ ବର୍ଷ ସ୍ବାଭାବିକ ଠାରୁ ୪% ଅଧିକ ବର୍ଷା ରେକର୍ଡ - ରାଜ୍ୟରେ ଭଲ ବର୍ଷା
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ଅର୍ଥାତ ବୁଧବାର ମଧ୍ୟରେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ। ତେବେ ଚଳିତ ବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଥିବା ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଜୁନ ପହିଲାରୁ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ୧୩୨୯ ମିମି ମୋଟ ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବଭାବିକ ବର୍ଷା ଠାରୁ ୪% ଅଧିକ ।