ଓଡିଶା

odisha

By

Published : Mar 12, 2021, 6:42 PM IST

ETV Bharat / videos

ବିଷ ଫିସ କିଛି ନୁହେଁ ସାନିଟାଇଜର ଧରି ପ୍ରଚାର କରୁଥିଲେ: ପ୍ରମିଳା ମଲ୍ଲିକ

ବିଧାନସଭାରେ ଦେବଗଡ଼ ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ବିଷ ଫିସ କିଛି ନୁହେଁ ସାନିଟାଇଜର ବୋତଲ ଧରି ବିଧାୟକ ପ୍ରଚାର ପ୍ରସାର ପାଇଁ ଏଭଳି କରିଛନ୍ତି ଏବଂ ଚାଷୀମାନଙ୍କୁ ଉସକାଉଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟ ବିଧାନସଭା ପରମ୍ପରାକୁ ନଷ୍ଟ କରିଛି । ସରକାରଙ୍କ ଯାହା ସୁବିଧା ସୁଯୋଗ ଲୋକଙ୍କ ପାଖରେ ନ ପହଞ୍ଚାଇ ବିଧାନସଭାରେ ଏଭଳି ଆତ୍ମପ୍ରଚାର କରିବା ଲୋକପ୍ରତିନିଧି ଭାବରେ ଜମା ଗ୍ରହଣୀୟ ନୁହେଁ । ଏହାଦ୍ବାରା ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଉଛି ବୋଲି ପ୍ରମିଳା ମଲ୍ଲିକ ରଖିଛନ୍ତି । ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details