ଓଡିଶା

odisha

ETV Bharat / videos

‘କୃଷି ବିଲକୁ ନେଇ ଚାଷୀଙ୍କ ଆଶଙ୍କା ଦୂର କରନ୍ତୁ ସରକାର’

By

Published : Sep 22, 2020, 12:13 PM IST

ବ୍ରହ୍ମପୁର: ସଂସଦରେ ପାରିତ ହୋଇଛି କୃଷି ବିଲ । ଏହି ବିଲ ଉଭୟ ଗୃହରେ ପାରିତ ହୋଇ ସାରିଥିବାରୁ ଏହାକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଏହି ବିଲକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟସଭାରେ ବିରୋଧୀ ଦଳ ମାନେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖାଦେଇଥିଲା । ଏଭଳି ଏକ ନୂତନ ବିଲକୁ ନେଇ ସଂସଦରୁ ଆରମ୍ଭ କରି ରାଜରାସ୍ତାରେ ବିରୋଧିମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିରୋଧୀଙ୍କ ମିଥ୍ୟା ଅଭିଯୋଗରେ ପ୍ରେରିତ ନହେବାକୁ ଚାଷୀଙ୍କୁ ପରାମର୍ଶ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ବିଲକୁ ସଂସଦରେ ବିଜେଡି ଦଳ ପକ୍ଷରୁ ବିରୋଧ କରାଯିବା ସହ ସିଲେକ୍ଟ କମିଟିକୁ ପଠାଇବାକୁ କୁହାଯାଇଥିଲା । ଏନେଇ ରାଜ୍ୟ କୃଷି ବିପଣନ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

...view details