ତୈଳଦର ବୃଦ୍ଧି ପ୍ରତିବାଦ, ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ - ବିଧାୟକ ତାରାପ୍ରସାଦ ବାହୀନିପତି
ଭୁବନେଶ୍ବର: ତୈଳ ଦରକୁ ନେଇ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ । ବିଧାନସଭା ବଜେଟ ଅଧିବେଶନକୁ ନିଜ ସରକାରୀ ବାସଭବନରୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ । ବିଧାୟକ ତାରାପ୍ରସାଦ ବାହୀନିପତି, ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ସୁରେଶ ରାଉତରାୟଙ୍କୁ ସାଇକେଲରେ ଆସୁଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ପେଟ୍ରୋଲ ଓ ଡିଜେଲର ଅହେତୁକ ବୃଦ୍ଧି ଲୋକଙ୍କୁ ସାଧାରଣ ଜନତା ଉପରେ ବୋଝ ସଦୃଶ ବୋଲି କହିଛନ୍ତି ସୁର ରାଉତରାୟ । ଛତିଶଗଡ ସରକାର ଯେମିତି ଭାବେ ଭାଟ କମାଇଲେ ରାଜ୍ୟ ସରକାର ଭାଟ୍ କମାନ୍ତୁ ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ବିଧାୟକ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Feb 23, 2021, 12:08 PM IST