ମାର୍କେଟ ରାଉଣ୍ଡଅପ: କ୍ଷତିରେ ବ୍ୟାଙ୍କିଙ୍ଗ ସେୟାର, ସେନସେକ୍ସ 433 ପଏଣ୍ଟ ହ୍ରାସ - ସେନସେକ୍ସ 433 ପଏଣ୍ଟ ହ୍ରାସ
ମୁମ୍ବାଇ: କାରବାର ଶେଷ ଦିନରେ ନାଲି ସଙ୍କେତରେ ବନ୍ଦ ସେୟାର ବଜାର । ବ୍ୟାଙ୍କିଙ୍କ ସେକ୍ଟର ସେୟାର ହ୍ରାସ ଯୋଗୁଁ ବିଏସଇ ସେନସେକ୍ସ 433.15 ପଏଣ୍ଟ ଖସି 37,877.34 ରେ କାରବାର ବନ୍ଦ କରିଛି । ସେହିପରି ଏନଏସଇ ନିଫ୍ଟି 122.05 କମି 11,178.40 ରେ କାରବାର ଶେଷ କରିଛି । ଆଜିର କାରବାରରେ ସେନସେକ୍ସ ସର୍ବାଧିକ 633 ପଏଣ୍ଟ ବଢି ତଳମୁହାଁ ହୋଇଛି । ଏପେଟ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ କ୍ରମଶଃ 46 ଦିନ ଓ 14 ଦିନ ଧରି ସ୍ଥିର ଅଛି ।