ସବୁଜରେ ବନ୍ଦ ବଜାର, 36 ହଜାର ଡେଇଁଲା ସେନସେକ୍ସ
ମୁମ୍ବାଇ: ସପ୍ତାହର ଶେଷ କାରବାର ଦିନରେ ସବୁଜରେ ବନ୍ଦ ବଜାର । ଲଗାତାର 3 ଦିନ ଧରି ସେୟରସୂଚକାଙ୍କ ଉପରମୁହାଁ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଭାରତୀ ଏୟାରଟେଲ ଓ ଟାଟା କନଲ୍ଟେନ୍ସି ସର୍ବିସେଶ ସେୟାରରେ ବୃଦ୍ଧି ଯୋଗୁଁ ସେନସେକ୍ସ 178 ପଏଣ୍ଟ ମଜବୁତ ସହ 36 ହଜାର ଟପିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସେୟାର ସୂଚକାଙ୍କ ନିଫ୍ଟି 55.65 ପଏଣ୍ଟ ବୃଦ୍ଧି ପାଇ 10,607.35ରେ ବନ୍ଦ ହୋଇଛି ।