ବଜାରରେ ଅଭିବୃଦ୍ଧି, 7 ଦିନରେ ପରେ ପୁଣି ମହଙ୍ଗା ଡିଜେଲ
ମୁମ୍ବାଇ: ମଙ୍ଗଳବାର ବି ସବୁଜରେ ବନ୍ଦ ସେୟାର ବଜାର । ଅଭିବୃଦ୍ଧି ଜାରି ରହିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 187 ପଏଣ୍ଟ ବୃଦ୍ଧି ସହ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 36 ପଏଣ୍ଟ ବଢି 10,799.65 ପଏଣ୍ଟରେ ବନ୍ଦ ହୋଇଛି । ସେପଟେ ଲଗାତାର 7ଦିନର ବିରାମ ପରେ ମଙ୍ଗଳବାର ପୁଣି ଡିଜେଲ ଦାମ ବୃଦ୍ଧି ହୋଇଛି । ହେଲେ ପେଟ୍ରୋଲ ଦାମ ଅଷ୍ଟମ ଦିନରେ ମଧ୍ୟ ଅପରିବର୍ତ୍ତିତ ରହିଛି ।