ଓଡିଶା

odisha

ETV Bharat / videos

Cyclone Jawad : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ - ବାତ୍ୟା ଜଓ୍ବାଦ ଅପଡେଟ

🎬 Watch Now: Feature Video

By

Published : Dec 3, 2021, 10:38 PM IST

ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଜିଲ୍ଲାପାଳ ପାରୁଲ ପଟୱାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ପାରାଦୀପ ଓ ଏରସମା ଅଞ୍ଚଳକୁ ଦୁଇଟି ଏନଡିଆରଏଫ ଟିମ ପଠା ଯାଇଥିବା ବେଳେ ଆସନ୍ତାକାଲି (ଶନିବାର) ସୁଦ୍ଧା ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାକୁ ଶନିବାର ରେଡ଼ ଓ୍ବାର୍ଣ୍ଣିଂ ଦିଆଯାଇଥିବା ବେଳେ ରବିବାର ଦିନ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଯାହାକୁ ନେଇ ଜିଲ୍ଲାବାସୀ ଘର କୁ ନ ବାହାରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details