ଓଡିଶା

odisha

By

Published : Feb 15, 2022, 7:46 PM IST

Updated : Feb 3, 2023, 8:12 PM IST

ETV Bharat / videos

Panchayat Election: ସତ୍ୟବାଦୀରେ ବିଜେପି ବିଜେଡି ମଧ୍ୟରେ ହେବ ଟକ୍କର

ସତ୍ୟବାଦୀ ୩୨ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେପି ଓ ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ଏଥିପାଇଁ ପ୍ରଚାର ରେ କମ୍ପୁଛି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳ । ଆସନ୍ତା ୨୦ ତାରିଖରେ ତୃତୀୟ ପର୍ଯ୍ୟାୟରେ ଏଠାରେ ମତଦାନ ହେବ। ୩୨ ନମ୍ବର ଜୋନ୍‌ରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବିଷ୍ଣୁ ପ୍ରିୟା ବରାଳ ଓ ବିଜେଡିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ସ୍ୱପ୍ନା ଜେନା । ନିର୍ବାଚନ ଯେତିକି ପାଖାଉଛି ସେତିକି ପ୍ରଚାର ଜୋର ଧରିଛି। ବିଜେଡି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା, ଜନ କଲ୍ୟାଣ କାରୀ ଯୋଜନା , ଅଞ୍ଚଳରେ ବିକାଶ କୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି । ସେପଟେ ବିଜେପି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା , ସ୍ୱଚ୍ଛ ଦୁର୍ନୀତି ମୁକ୍ତ ଶାସକକୁ ମୁଦା କରି ନିର୍ବାଚନ ଲଢ଼ୁଛି । ୩୨ ନମ୍ବର ଜୋନ୍‌ରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି, ଶାସକ ଦଳର ଗୁଣ୍ଡାରାଜକୁ ନେଇ ଲୋକ ଅସନ୍ତୁଷ୍ଟ ଥିବାରୁ ବିଜେପି ଏଥର ଜିତିବ ବୋଲି ଆଶା କରାଯାଉଛି। ତେବେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ କିଭଳି ଚାଲିଛି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର ।
Last Updated : Feb 3, 2023, 8:12 PM IST

ABOUT THE AUTHOR

...view details