‘ଦେଶରେ ଖୁବଶୀଘ୍ର ବ୍ୟବହାର ହେବ flex fuel engine, କମିବ ପେଟ୍ରୋଲ ଟେନସନ୍’ - ନିତୀନ ଗଡକରୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
ନାଗପୁର: ‘ଇଟିଭି ଭାରତ’ ସହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସ୍ବତନ୍ତ୍ର ସାକ୍ଷାତକାର । ଦେଶର ଅଟୋମୋବାଇଲ କ୍ଷେତ୍ରଠୁ ଆରମ୍ଭ କରି ତେଲ, ରାସ୍ତା ଏବଂ ଇଥନଲ ଇନ୍ଧନ ପର୍ଯ୍ୟନ୍ତ ତମାମ ପ୍ରସଙ୍ଗରେ ମତାମତ ରଖିଛନ୍ତି ଗଡକରୀ । କିପରି ଦେଶରେ ଆଗକୁ flex fuel engine (ଫ୍ଲେକ୍ସ ଇନ୍ଧନ ଇଞ୍ଜିନ) ବ୍ୟବହାର ହେବ ? ଏହାଦ୍ବାରା କଣ ଲାଭ ମିଳିବ ? ଏହି ଇଞ୍ଜିନ କେଉଁ କମ୍ପାନୀ ଭାରତରେ ଲଞ୍ଚ କରିବ ଏବଂ ଏଥିରେ କେଉଁ ଇନ୍ଧନ ବ୍ୟବହାର ହବ ? ଏହା ଦ୍ବାରା ଦେଶରେ ପେଟ୍ରୋଲ ଡିଜେଲ ଅବଶ୍ୟକତା କମିବ ନା ବଢିବ, ସବୁ ପ୍ରସଙ୍ଗରେ ସମସ୍ତ ସୂଚନା ପ୍ରଦାନ କାରିଛନ୍ତି କେନ୍ଦ୍ର ସଡକମନ୍ତ୍ରୀ ଗଡକରୀ । ଦେଶରେ ପେଟ୍ରୋଲ ଟେନସନ କିପରି କମାଇବାରେ ଏହି ଇଞ୍ଜିନ ସହାୟକ ହେବ ସେ ନେଇ ମଧ୍ୟ ଉତ୍ତର ରଖିଛନ୍ତି ଗଡକରୀ । ତେବେ ଅଟୋମୋବାଇଲ କ୍ଷେତ୍ର ହେଉଛି ଦେଶର ସବୁଠାରୁ ବଡ ନିଯୁକ୍ତି ଶିଳ୍ପ । ସର୍ବାଧିକ ରାଜସ୍ବ ସହିତ ଏହା ହେଉଛି ଶିଳ୍ପ । ଭାରତ ତାର ଦୁଇ ଚକିଆ ଯାନ ଉତ୍ପାଦନର 50 ପ୍ରତିଶତ ବିଦେଶକୁ ରପ୍ତାନି କରୁଛି । ତେବେ ଏହି କାରବାର 7.5 ଲକ୍ଷ କୋଟିରୁ 15 ଲକ୍ଷ କୋଟିକୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସେ । ଯାହା ଫଳରେ ଭାରତ ବଡ ଯାନ ଉତ୍ପାଦନର ରାଜା ହେବ ଭାରତ । ଏହାସହିତ ଦେଶରେ ଇଥନଲ ଇନ୍ଧନ କିପରେ ଅଧିକରୁ ଅଧିକ ଉତ୍ପାଦନ କରି ଦେଶରୁ ଆତ୍ମନିର୍ଭରଶୀଳ କରାଯିବ ସେ ନେଇ କହିଛନ୍ତି ଗଡକରୀ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।
Last Updated : Oct 25, 2021, 10:44 PM IST