ହେଲିକପ୍ଟରରେ ଉଦ୍ଧାର ହେଲେ ମତ୍ସ୍ୟଜୀବୀ, ଦେଖନ୍ତୁ ଭିଡିଓ...
ଭୋପାଳ: ହେଲିକପ୍ଟର ସାହାଯ୍ୟରେ ଛିନ୍ଦୱାଡାର ମାଖାଗୋରା ଡ୍ୟାମ ନିକଟ ବେଲଖେଡା ଗାଁର ପେଞ୍ଚ ନଦୀରେ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନଦୀରେ ଫସିରହିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ନଦୀରେ ବନ୍ୟା ସ୍ଥିତି କାରଣରୁ ଗୋଟିଏ ଗଛ ଉପରେ ମତ୍ସ୍ୟଜୀବୀ ଫସିରହିଥିଲେ । ତେଣୁ ଆଜି ନାଗପୁରରୁ ଏନଡିଆରଏଫ ଟିମ୍ ଆସି ଯୁବକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛନ୍ତି ।