ଓଡିଶା

odisha

ETV Bharat / videos

ଶତୃ ଛାତିରେ ଭୟ ଭରିବାକୁ ସୀମାରେ ଉଡିଲା ସୁଖୋଇ

By

Published : Sep 25, 2020, 9:36 PM IST

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଏକ ପ୍ରକାର ଯୁଦ୍ଧ ଲଢୁଛି ଭାରତ । ଏପରିସ୍ଥିତିରେ 2 ପଡୋଶୀ ଚୀନ ଓ ପାକିସ୍ତାନ ବଢାଇଛନ୍ତି ଭାରତର ଟେନସନ । ତେବେ ଶତୃପକ୍ଷଙ୍କୁ ମାତ ଦେବାକୁ ରଣନୀତି ଆପଣାଉଛି ଭାରତୀୟ ସେନା । ଆଉ ଏଥିରେ ଭାରତୀୟ ବାୟୁସେନାର ରହିଛି ବେଶ ମହତ୍ବପୂର୍ଣ୍ଣ ଭୂମିକା । ଶୁକ୍ରବାର ପିଓକେ ଓ ଚୀନ ସିମାର ଫରୱାର୍ଡ ବେସରେ ଉଡିଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30-ଏମକେଆଇ । ପୂର୍ବରୁ ଚୀନ ସେନାର ନାଲି ଆଖିକୁ ଖାତିର ନକରି ଏଲଏସିରେ ଉଡିଥିଲା ସବୁଠୁ ଶକ୍ତିଶାଳୀ ଯୁଦ୍ଧି ବିମାନ ରାଫେଲ । ଏଲଏସିରେ ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଲେହ-ଲଦାଖ ସମେତ ଏହାର ଆଖପାଖ ଅଞ୍ଚଳରେ ରାଫେଲ ଏୟାର ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଶୁକ୍ରବାର ପୂନର୍ବାର ସୀମାରେ ସୁଖୋଇ ଉଡିବା ଆଗାମୀ ଅଭିଷ୍ୟତରେ ରଣନୀତିକୁ ଜୋରଦାର କରିବା ନେଇ ପୂର୍ବ ସଙ୍କେତ ଭଳି ମନେ ହେଉଛି । କେବଳ ଏତିକି ନୁହେଁ, ପିଓକେ ଓ ଚୀନ ସୀମାପର ଫରୱାର୍ଡ ବେସରେ ବାୟୁସେନାର C-130J ସୁପର ହର୍କୁଲେସ ଯୁଦ୍ଧ ବିମାନ ଉଡୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details