ଗେହେଲଟ-ପାଇଲଟଙ୍କ ମଧ୍ୟସ୍ଥି ସାଜିପାରନ୍ତି ପ୍ରିୟଙ୍କା
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ସ୍ପଷ୍ଟୀକରଣ ପାଇଁ ଏବେ ସାମନାକୁ ଆସୁଛି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ । କାରଣ ସଚିନ ପାଇଲଟ ଦଳରେ ରହିବା ପାଇଁ ହାଇକମାଣ୍ଡଙ୍କ ପାଖରେ ନିଜର କିଛି ଦାବି ଉପସ୍ଥାପନା କରିପାରନ୍ତି । ଏହି ଦାବିରେ ମୁଖ୍ୟମନ୍ତ୍ରୀ ପଦକୁ ଛାଡି ପାଇଲଟଙ୍କ ସମସ୍ତ ଦାବି ପୂରଣ କରାଯାଇପାରିବ ।