ଓଡିଶା

odisha

ETV Bharat / videos

ମହାମାରୀ ଦୂରେଇବାକୁ ମନ୍ତ୍ରୀ ଉଷା ଠାକୁରଙ୍କ ପୂଜାର୍ଚ୍ଚନା, ଦେଖନ୍ତୁ ଭିଡିଓ...

By

Published : Apr 10, 2021, 10:59 PM IST

ଭୋପାଳ: ଦେଶରେ କୋରୋନା ପୁଣି ତାଣ୍ଡବ କରୁଛି । ଏଣୁ କୋରୋନାକୁ ଦୂର କରିବାକୁ ପୂଜାର୍ଚ୍ଚନା କରିଛନ୍ତି ମଧ୍ୟପ୍ରଦେଶ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର । ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉଷା ଶନିବାର ଏୟାରପୋର୍ଟଠାରେ ଦେବୀ ଅହଲ୍ୟାବାଈଙ୍କ ପୂଜା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଗୋଟିଏ ପଟେ ରାଜ୍ୟରେ କୋରୋନା ସଂକ୍ରମିତଙ୍କୁ ମେଡିକାଲମାନଙ୍କରେ ଅକ୍ସିଜେନ ମିଳିପାରୁନଥିବା ବେଳେ ସେସବୁ ପ୍ରତି ଦୃଷ୍ଟି ନ ଦେଇ ମନ୍ତ୍ରୀଙ୍କ ଏଭଳି ପୂଜାର୍ଚ୍ଚନା କରିବା ଘଟଣା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦେଖନ୍ତୁ ମନ୍ତ୍ରୀଙ୍କ ପୂଜା ସମୟର ଭିଡିିଓ...

ABOUT THE AUTHOR

...view details