ସ୍ବର୍ଗପୁରୀ 'କେଦାରନାଥ'ରେ ବର୍ଷର ଦ୍ବିତୀୟ ତୁଷାରପାତ, ଆତ୍ମବିଭୋର ପର୍ଯ୍ୟଟକ
ଡେରାଡୁନ: ସ୍ବର୍ଗପୁରୀ କୁହାଯାଉଥିବା ଉତ୍ତରାଖଣ୍ଡର କେଦାରନାଥ ଧାମରେ ଚଳିତ ବର୍ଷର ଦ୍ବିତୀୟ ତୁଷାରପାତ ହୋଇଛି । ଫଳରେ ଏହି ଧାମରେ ୨ ଇଞ୍ଚର ବରଫ ଜମିଥିବାବେଳେ ତୀର୍ଥଯାତ୍ରୀ ଏହାର ଭରପୁର ମଜା ଉଠାଇଥିବା ଦେଖିବାକୁ ମିଳିଛି । ତୁଷାରପାତ ପରେ ବରଫ ଚାଦର ତଳେ ସ୍ବର୍ଗପୁରୀ କେଦାରନାଥର ସୌନ୍ଦର୍ଯ୍ୟ ହୋଇଛି ଦ୍ବିଗୁଣିତ । ବର୍ତ୍ତମାନ ପର୍ଯ୍ୟନ୍ତ ଧାମରେ ଦୁଇ ଥର ତୁଷାରପାତ ହୋଇଛି । ତୁଷାରପାତ କାରଣରୁ ଧାମରେ ଶୀତର ପରିମାଣ ବୃଦ୍ଧି ପାଇଛି । ଧାମରେ ମଧ୍ୟ ବର୍ଣ୍ଣଫାୟାରର ଉପଯୁକ୍ତ ବ୍ୟବସ୍ଥା ନାହିଁ । ଯେଉଁଥିପାଇଁ ତୀର୍ଥଯାତ୍ରୀଙ୍କ ସହ ମୁନିଋଷିମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପର୍ଯ୍ୟନ୍ତ 1 ଲକ୍ଷ 64 ହଜାର 402 ଭକ୍ତ କେଦାରନାଥ ଧାମକୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥିବା ସୂଚନା ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ