ରାଜସ୍ଥାନ ରାଜନୈତିକ ସଙ୍କଟ: ବୈଠକ ପରେ ଗୁପ୍ତ ସ୍ଥାନକୁ ଗଲେ 106 ବିଧାୟକ - ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ
ଜୟପୁର: ରାଜସ୍ଥାନ ରାଜନୀତିରେ ରୋଚକ ପରିସ୍ଥିତି ଜାରି ରହିଛି । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ବିଧାୟକମାନଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଛି । ଏହି ବୈଠକରେ ମୋଟ 106 ଜଣ ବିଧାୟକ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ 4ଟି ବସ ଯୋଗେ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି । ଏହି ବସରେ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକ ଦଳ ବୈଠକ ଡକାଯାଇଥିଲା । ଏଥିରେ ମୋଟ 106 ଜଣ କଂଗ୍ରେସ ଏବଂ କଂଗ୍ରେସ ସମର୍ଥିତ ବିଧାୟକ ଏଥିରେ ଯୋଗ ଦେଇଥିଲେ । ଏହି ବୈଠକରେ ଏକ ସଙ୍କଳ୍ପ ପାରିତ ହୋଇଛି । ଏହି ସଙ୍କଳ୍ପରେ ଦର୍ଶାଯାଇଛି ଯେ ଯଦି କୌଣସି କଂଗ୍ରେସ ଅଧିକାରୀ ତଥା କଂଗ୍ରେସ ନେତା କିମ୍ବା ବିଧାୟକ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି ତେବେ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।