ଦେଶବ୍ୟାପୀ ଭାରତ ବନ୍ଦ: କେଉଁଠି-କେମିତି, ଦେଖନ୍ତୁ ଭିଡିଓ - ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା
ଦେଶର 10ଟି ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ବ୍ୟାଙ୍କିଙ୍ଗ, ଟ୍ରାନ୍ସପୋର୍ଟ ସେକ୍ଟର ଉପରେ ପଡିବ । କେନ୍ଦ୍ର ସରକାରଙ୍କ ‘ଆଣ୍ଟି ନ୍ୟାସନାଲ’ ଓ ଅର୍ଥବ୍ୟବସ୍ଥା ନୀତି ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ଏନେଇ ଦେଶର ବିଭିନ୍ନ ଭାଗରେ ବନ୍ଦର ପ୍ରଭାବ ପଡିଛି । ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ, ମହାରାଷ୍ଟ୍ର, କେରଳ ଆଦି ରାଜ୍ୟରେ ବିରୋଧ ପ୍ରଦର୍ଶନ ବୃଦ୍ଧି ପାଇଥିବା ବେଳେ କୋଲକାତାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଯୋଗୁଁ ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। 10ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନିଆରୀ 8 ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିରେ ଅନେକ ଲୋକ ସାମିଲ ହୋଇ ହରତାଳ କରିଛନ୍ତି । ଏହାଯୋଗୁଁ ବ୍ୟାଙ୍କ ସେବା, ପରିବହନ ଏବଂ ଅନ୍ୟାନ୍ୟ ଜରୁରୀ ସେବା ପ୍ରଭାବିତ ହୋଇଛି। କେନ୍ଦ୍ର ସରକାରଙ୍କ ‘ଜନ ବିରୋଧୀ’ ନୀତିକୁ ବିରୋଧ କରି ହରତାଳ କରୁଛି ଟ୍ରେଡ ୟୁନିଅନ।