ଓଡିଶା

odisha

ମନ୍ଦିର ନିର୍ମାଣ ପାଇଁ ଅର୍ପଣ ବି ଥିଲା ତର୍ପଣ ବି ଥିଲା: ମୋଦି

By

Published : Aug 5, 2020, 5:53 PM IST

ଅଯୋଧ୍ୟା: ଅଯୋଧ୍ୟାରେ ଶେଷ ହୋଇଛି ରାମ ମନ୍ଦିର ପାଇଁ ଶିଳାନ୍ୟାସ । ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରି ଉପସ୍ଥିତ ସାଧୁ ସନ୍ଥ ସମେତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ରାମଙ୍କ ଗାଥା ବର୍ଣ୍ଣନା କରିବା ସହ ସାରା ଦେଶର ଧାର୍ମିକ ସାଂସ୍କୃତିକ ଉପରେ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଆରମ୍ଭ କରି ବିଶ୍ବର କେଉଁ କେଉଁ ଦେଶରେ କେଉଁ ରୂପେ ରାମ ପୂଜା ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ । ସେହିଭଳି ଭାରତର ଆସ୍ଥାରେ ରାମ ଅଛନ୍ତି , ଭାରତର ଆଦର୍ଶରେ ରାମ ଅଛନ୍ତି, ଭାରତର ଦିବ୍ୟତାରେ ରାମ ଅଛନ୍ତି, ଭାରତର ଦର୍ଶନରେ ମଧ୍ୟ ରାମ ଅଛନ୍ତି ବୋଲି କହିଥିଲେ ମୋଦି । ମୋଦି କହିଥିଲେ ତୁଳସୀର ରାମ ସୁଗୁଣ ଥିବାବେଳେ ନାନକ ଓ କବିରଙ୍କ ରାମ ନିର୍ଗୁଣ । ସେହିପରି ଭଗବାନ ବୁଦ୍ଧ ମଧ୍ୟ ରାମଙ୍କ ସହ ଥିଲେ । ରାମଙ୍କ ଏହି ସର୍ବବ୍ୟାପକତା ଭାରତର ବିବିଧତା ମଧ୍ୟରେ ଏକତାର ଜୀବନ ଓ ଚରିତ୍ରକୁ ସାର୍ଥକ କରୁଛି । ସେହିପରି ଖାଲି ଦେଶରେ ନୁହେଁ ବିଶ୍ବର ଭିନ୍ନ ଭିନ୍ନ ଦେଶରେ ଆଜି ମଧ୍ୟ ଭିନ୍ନ ଭିନ୍ନ ଭାଷାରେ ରାମ କଥା ପ୍ରଚଳିତ ହେଉଛି ।

ABOUT THE AUTHOR

...view details