ବିଜୟ ଆମର ହେବ, ଆମ ସହ ରାଜ୍ୟବାସୀ ଅଛନ୍ତି: ଗେହଲଟ - Ashok gehlot
ଜୟପୁର: ବିଧାନସଭା ଅଧିବେଶନ ସମୟ ଯେତେ ପାଖେଇ ଆସୁଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ନିଜ ସ୍ବରକୁ ସେତେ କଠୋର କରୁଛନ୍ତି । ବିଶେଷ କରି ବିଜେପି ପ୍ରତି ତାଙ୍କ ଆଭିମୁଖ୍ୟକୁ ଆହୁରି ଶକ୍ତ କରିଛନ୍ତି । ଆଜି ( ରବିବାର ) ବିଧାୟକଙ୍କୁ ସାକ୍ଷାତ କରିବା ପରେ ଗେହେଲଟ କହିଛନ୍ତି ବର୍ତ୍ତମାନ ବିଜେପି ବିଧାୟକ ମଧ୍ୟ ବାଡା ବନ୍ଦିରେ ଯାଇଛନ୍ତି । ଏବେ ବିଜେପିର ପୋଲ ଖୋଲିବା ଆରମ୍ଭ ହୋଇଛି । ଗେହଲଟ ଆହୁରି କହିଛନ୍ତି ବିଜେପି ନେତା ଏବେ ବ୍ୟସ୍ତ ଓ ବିବ୍ରତ । କାରଣ ଆମର ସାଥୀ ମାନେ ଯେଉଁମାନେ କଂଗ୍ରେସ ଛାଡିଥିଲେ ସେମାନେ ଖୁବଶୀଘ୍ର ଫେରିଆସିବେ । ସେ ବିଜେପି କୁ ପ୍ରଶ୍ନ କରିଛନ୍ତି ସରକାରରେ ଆମେ ଅଛୁ ଘୋଡା ବେପାରକୁ ଆମେ ପର୍ଦାଫାସ କରିବୁ । କିନ୍ତୁ ବିଜେପି କାହିଁକି ଭୟଭୀତ । କାହିଁକି ଦଳୀୟ ବିଧାୟକଙ୍କୁ ବିଜେପି ଭାଗଭାଗ କରି ବାଡବନ୍ଦୀ କରିଛି ।