ଓଡିଶା

odisha

By

Published : Nov 7, 2020, 5:29 PM IST

ETV Bharat / videos

ଲୁଣ୍ଡା ଜଳ ପ୍ରପାତ ଉପରେ ଆନ୍ଧ୍ରର ନଜର, ଆଖି ବୁଜିଛନ୍ତି ଓଡିଶା ସରକାର

ଗଜପତି: ଗଜପତି-ଓଡିଶା ସୀମାନ୍ତ ଅମରିଙ୍ଗି ନିକଟରେ ଥିବା ଲୁଣ୍ଡା ଜଳ ପ୍ରପାତର ଉନ୍ନତି କରି ପର୍ଯ୍ୟଟନସ୍ଥଳୀ ଭାବେ ନିର୍ମାଣ କରିବାକୁ ଅଣ୍ଟା ଭିଡିଛି ଆନ୍ଧ୍ର । ହେଲେ ବର୍ତ୍ତମାନ ସୁଦ୍ଧା ଓଡିଶାର ଏହି ସ୍ଥାନକୁ ଗଜପତି ଜିଲ୍ଲା ପ୍ରଶାସନ ଠାବ କରିନାହିଁ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋକଙ୍କ ମତରେ କାହିଁ କେଉଁ ଅନାଦି କାଳରୁ କୁଳୁକୁଳୁ ନାଦ କରି ବୋହିଯାଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତା ଲୁଣ୍ଡା ଜଳ ପ୍ରପାତ । ପୂର୍ବରୁ ଏହି ଜଳ ପ୍ରପାତ ପାତାଳ ଗଙ୍ଗା ନାମରେ ପରିଚିତ ଥିଲା । ଏପରିକି ଦଶହରା ସମୟରେ ଏଠାରୁ ପଥର ନେଇ ଲୋକେ ପୂଜା ମଧ୍ୟ କରୁଥିଲେ ।

ABOUT THE AUTHOR

...view details