ଓଡିଶା

odisha

ଗୃହମନ୍ତ୍ରୀଙ୍କ ସହ ଆଲୋଚନା ଫେଲ୍: ଆଜି ହେବନି ସରକାର-କୃଷକ ବୈଠକ

By

Published : Dec 9, 2020, 6:39 PM IST

Published : Dec 9, 2020, 6:39 PM IST

ନୂଆଦିଲ୍ଲୀ: ଫେଲ୍‌ ମାରିଛି ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସହିତ କୃଷକନେତାଙ୍କ ବୈଠକ । ମଙ୍ଗଳବାର ରାତିରେ ହୋଇଥିବା ଏହି ବୈଠକ ବିଫଳ ହୋଇଛି । ଫଳରେ ଆଜି ସରକାର ଓ କୃଷକ ସଙ୍ଗଠନଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ବୈଠକକୁ ନେଇ ସଂଶୟ ଦେଖାଦେଇଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଖବର ଆସିନାହିଁ । ହେଲେ ଗତକାଲି ଗୃହମନ୍ତ୍ରୀଙ୍କ ସହିତ ବୈଠକ ପରେ କିଛି କୃଷକ ନେତା ବୈଠକରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ଏହି ନେତାମାନେ କହିଛନ୍ତି ଯେ, ‘ସରକାରଙ୍କ ଲିଖିତ ପ୍ରସ୍ତାବ ଉପରେ ବିଚାର-ବିମର୍ଶ କରିବା ପରେ ହିଁ ଆଗାମୀ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ।’

ABOUT THE AUTHOR

...view details