ଦିଲ୍ଲୀ ଦଙ୍ଗା: ଜାଳିଦେଲେ ଘର, ଅଧାରହିଗଲା ନୂଆ ସଂସାର ଗଢିବା ସ୍ବପ୍ନ - ଦିଲ୍ଲୀ ଦଙ୍ଗା
ରାଜଧାନୀରେ ଥମୁନି ସିଏଏ ହିଂସା । ନିକଟରେ ଦିଲ୍ଲୀରେ ହୋଇଥିବା ହିଂସାରେ ବଳିପଡିଛି ଏକ ନିରିହ ପରିବାର । ହସଖୁସିରେ ଦିନ ବିତାଉଥିବା ପରିବାର ଆଖିରୁ ଏବେ ଶୁଖୁନି ଲୁହ । କାରଣ ଏହି ଦଙ୍ଗାରେ ତାଙ୍କ ଘର ଜାଳିଦିଆଯାଇଛି । ଦିଲ୍ଲୀରେ ରହୁଥିବା ନଗମା ନାମକ ଜଣେ ଯୁବତୀଙ୍କ କଥା । କିଛି ଦିନ ପରେ ବିବାହ କରିଥାନ୍ତେ ନଗମା ଏବଂ ତାଙ୍କ ଭଉଣୀ ନାଜରିନ । ଏନେଇ ପ୍ରାୟ ସରିଥିଲା ସମସ୍ତ ପ୍ରସ୍ତୁତି । କିନ୍ତୁ ଦଙ୍ଗା ସମୟରେ ତାଙ୍କ ଘରୁ ହୋଇଥିଲା ଚୋରି ଆଉ ତାପରେ କିଛି ଲୋକ ତାଙ୍କ ଘରେ ପଶି ଲଗାଇଥିଲେ ନିଆଁ । ଏବେ ସର୍ବସ୍ବ ହରାଇ ସମ୍ପର୍କୀୟଙ୍କ ଘରେ ରହିଛନ୍ତି ନଗମାଙ୍କ ପରିବାର ।