ନିଜାମୁଦ୍ଦିନ ତବଲିଗ ଜମାତରେ ଯୋଗଦେଇଥିବା 122 ମାଲେସିଆ ନାଗରିକଙ୍କୁ ଜାମିନ
ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକଜରେ ଥିବା ତବଲିଗ ଜମାତ କାର୍ଯ୍ୟକ୍ରମରେ ଜଡିତ 122 ମାଲେସିଆ ନାଗରିକଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗୁଡ ମୋହିନା ପ୍ରତ୍ୟେକ ଦଶ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନ ପ୍ରଦାନ ସହ କିଛିଟା ସର୍ତ୍ତ ମଧ୍ୟ ରହିଛି । ସେମାନଙ୍କୁ ନୋଟିସ ଜାରି କଲେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାଲେସିୟ ନାଗରିକମାନେ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିବା ତବଲିଗ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଉପସ୍ଥାପନ କରାଯାଇଥିବା ଚାର୍ଜସିଟରେ ଏମାନେ ଭିସା ନିୟମ ଉଲ୍ଲଂଘନ କରିଥିବା ଉଲ୍ଲେଖ ମଧ୍ୟ ରହିଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ ଏହି ବିଦେଶୀ ନାଗରିକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋରୋନା କଟକଣା ନିୟମକୁ ଉଲ୍ଲଂଘନ କରିଛନ୍ତି ।