ଓଡିଶା

odisha

ETV Bharat / sukhibhava

Zika Virus: ଜାଣନ୍ତୁ ରୋଗର କାରଣ ଓ ନିରାକରଣ

କର୍ଣ୍ଣାଟକରେ ଗତ ୧୨ ତାରିଖ ଦିନ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିଲେ । ଏଠାରେ ଜଣେ ୫ ବର୍ଷୀୟା ଶିଶୁକନ୍ୟା ଜିକା ଭାଇରସ ସଂକ୍ରମିତ କହିଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର । ତେବେ ଜାଣନ୍ତୁ କିପରି ଅବଲମ୍ବନ କରିବେ ସତର୍କତା । ଅଧିକ ପଢନ୍ତୁ

By

Published : Dec 14, 2022, 10:49 PM IST

Zika Virus
Zika Virus

ହାଇଦ୍ରାବାଦ: ବିଗତ ୨ ବର୍ଷ ଧରି କୋରୋନା ମହାମାରୀ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଅନେକ ଲେକଙ୍କ ପ୍ରାଣ ମଧ୍ୟ ନେଇଥିଲା । ତେବେ କୋରୋନା ପରେ ଏବେ ଜିକା ଭାଇରସ(Zika Virus) ମୁଣ୍ଡ ବିନ୍ଧାର କାରଣ ସାଜିଛି । ପୁଣେ ପରେ ଏବେ କର୍ଣ୍ଣାଟକରେ ଜିକା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ଗତ ୧୨ ତାରିଖ ଦିନ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିଲେ । ଏଠାରେ ଜଣେ ୫ ବର୍ଷୀୟା ଶିଶୁକନ୍ୟା ଜିକା ଭାଇରସ ସଂକ୍ରମିତ ଥିବା ଜଣାପଡିଛି । ଏନେଇ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ସୂଚନା ଦେଇଥିଲେ( first confirmed Zika virus patient in Karnataka) ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ସଂକ୍ରମିତ ଚିହ୍ନଟ

ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ(State Health Minister K. Sudhakar) କହିଥିଲେ, "ରାଜ୍ୟରେ ଏହା ପ୍ରଥମ ରିପୋର୍ଟ । ତେଣୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଜିକା ଭାଇରସର ମୁକାବିଲା ପାଇଁ ଆମେ ସମ୍ପୁର୍ଣ୍ଣ ପ୍ରସ୍ତୁତ ।" ଜିକା ଭାଇରସ ଦିନବେଳା ଏଡିସ ଏଜିପ୍ଟି ମଶା କାମୁଡିବା ଦ୍ବାରା ବ୍ୟାପିଥାଏ । ଡେଙ୍ଗୁ ଏବଂ ଚିକେନଗୁନିଆ ପରି ଏହା ମଧ୍ୟ ମଶା କାମୁଡିବା ଯୋଗୁଁ ହୋଇଥାଏ । ୧୯୪୭ ମସିହା ଉଗାଣ୍ଡାରେ ପ୍ରଥମେ ଏହି ଭାଇରସ ଚିହ୍ନଟ ହୋଇଥିଲା । ଗର୍ଭବତୀ ମହିଳା ଏହି ରୋଗରେ ଆକ୍ରାନ୍ତ ହେଲେ ନବଜାତ ଶିଶୁ ପ୍ରତି ବିପଦ ରହିଥାଏ ।

ଜିକାର ଲକ୍ଷଣ(Symptoms of Zika virus)

ଏହି ରୋଗରେ ସଂକ୍ରମିତ ହେବା ପରେ ଅଧିକାଂଶ ରୋଗୀ ଲକ୍ଷଣବିହୀନ ରହିଥାନ୍ତି । ସାଧାରଣତଃ କିଛି ରୋଗୀଙ୍କ ଠାରେ ଜ୍ବର, ଶରୀର ପୀଡା ଦେଖାଯାଇଥାଏ । କିନ୍ତୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହି ଭାଇରସ ଘାତକ ହୋଇଥାଏ । 2017ରେ ଭାରତର ଗୁଜୁରାଟରେ ତିନୋଟି ଏବଂ ତାମିଲନାଡୁରେ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା । ଏହା ପରେ ଏହି ଜୀବାଣୁ ଦେଶର ଅନ୍ୟ ରାଜ୍ୟକୁ ବ୍ୟାପିଥିଲା ।

ଚିକିତ୍ସା ପ୍ରଣାଳୀ

ଜିକାରେ ଆକ୍ରାନ୍ତ ହୋଉଥିବା ରୋଗୀଙ୍କୁ ଚିକିତ୍ସା କରାଯାଏ ନାହିଁ । ଏହି ସମୟରେ ରୋଗୀ ବିଶ୍ରାମ ନେବା ସହ ପ୍ରଚୁର ପାଣି ପିଇବା ଆବଶ୍ୟକ । ଏହାସହ ଜ୍ବର ଏବଂ ଥଣ୍ଡାର ଲକ୍ଷଣ ଥିଲେ ସେଥିପ୍ରତି ଔଷଧ ଖାଇବା ଆବଶ୍ୟକ । ପେଟ ବ୍ୟଥା, କାଶ କିମ୍ବା ଜ୍ବର ହେଲେ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details