ଓଡିଶା

odisha

ETV Bharat / sukhibhava

ନିଦ୍ରାହୀନତା ସମସ୍ୟା: ଆପଣାନ୍ତୁ ଏହି ସବୁ ଉପଚାର - ରାତିରେ ନିଦ ନହେଉଥିଲେ ଡାକ୍ତରୀ ଉପଚାର

ରାତିରେ ଭଲ ନିଦ ହେଉନଥିଲେ ଆପଣାନ୍ତୁ ଏହିସବୁ ଉପଚାର । ଅଧିକ ପଢନ୍ତୁ

ନିଦ୍ରାହୀନତା ସମସ୍ୟାରେ ପକାଉଛି କି ? ଆପଣାନ୍ତୁ ଏହିସବୁ ଉପଚାର
ନିଦ୍ରାହୀନତା ସମସ୍ୟାରେ ପକାଉଛି କି ? ଆପଣାନ୍ତୁ ଏହିସବୁ ଉପଚାର

By

Published : Jun 12, 2022, 7:26 PM IST

ହାଇଦ୍ରାବାଦ:ନିଦ ଆସୁଥିଲେ ମଧ୍ୟ ଶୋଇପାରୁ ନାହାନ୍ତି କି ? ଯଦି ହଁ, ତେବେ ଏହା ଆପଣଙ୍କ ପରିବେଶ ଏବଂ ନିଦ ପୂର୍ବରୁ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପାଇଁ ଦାୟୀ । ସଠିକ୍ ବିଶ୍ରାମ ବା ନିଦ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଏଥିପାଇଁ ଏକ ପରିବେଶ ସୃଷ୍ଟି କରନ୍ତୁ, ଯାହା ଆପଣଙ୍କ ନିଦକୁ ସୁହାଉଥିବ ।

ପ୍ରି-ସ୍ଲିପ୍ ଅନୁଶାସନ:

ମାନସିକ ଏବଂ ଶାରୀରିକସ୍ତରରେ ସମସ୍ତ ବାଧକକୁ ଦୂରେଇ ଲାଇଟ୍ ଅଫ୍ କରି ବିଛଣାକୁ ଯାଆନ୍ତୁ, ଯାହା ଆପଣଙ୍କ ମସ୍ତିଷ୍କକୁ ନିଦ୍ରା ପାଇଁ ସ୍ବତଃପ୍ରବୃତ ଭାବେ ପ୍ରବର୍ତ୍ତାଇବ ।

ଶୋଇବା ଘରର ତାପମାତ୍ରାକୁ ଠିକ୍ ରଖନ୍ତୁ

ଶରୀର ଏବଂ ଶୟନ କକ୍ଷର ତାପମାତ୍ରା ଶୋଇବା ଗୁଣକୁ ଗଭୀର ଭାବରେ ପ୍ରଭାବିତ କରିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଶୋଇବା ରୁମ୍‌ରେ ଉଚ୍ଚ କିମ୍ବା ନିମ୍ନ ତାପମାତ୍ରା ନିଦ୍ରାକୁ ହ୍ରାସ କରିଥାଏ । ଭଲ ଏବଂ ଆରାମଦାୟକ ଶୋଇବା ପାଇଁ ଆପଣଙ୍କ ଶରୀର ପାଇଁ କ’ଣ ଉପଯୁକ୍ତ ତାହା ଉପରେ ଦୃଷ୍ଟି ଦିଅନ୍ତୁ । ଅଧିକାଂଶ କ୍ଷେତ୍ରରେ, ସର୍ବୋତ୍ତମ ଶୋଇବା ପାଇଁ ଶୋଇବା ଘର ଥଣ୍ଡା(60 ରୁ 67 ଡିଗ୍ରୀ ମଧ୍ୟରେ) ଥଣ୍ଡା ହେବା ଉଚିତ ।

ଆରାମଦାୟକ ଭାବେ ଗାଧୋଇପଡନ୍ତୁ

ଭଲ ନିଦ୍ରା ପାଇଁ ଏକ ଆରାମଦାୟକ ଗାଧୁଆ ନିହାତି ଆବଶ୍ୟକ । ଅଧ୍ୟୟନ ଅନୁଯାୟୀ, ଶୋଇବା ପୂର୍ବରୁ ଏକ ଆରାମଦାୟକ ସ୍ନାନ ଶୋଇବା ଗୁଣରେ ଉନ୍ନତି ଆଣେ ଏବଂ ଅଧିକ ସମୟ ଶୋଇବାରେ ସାହାଯ୍ୟ କରେ । ଯଦି ବା ରାତ୍ରିରେ ଗାଧୋଇବାକୁ ପସନ୍ଦ କରୁନାହାନ୍ତି, ତେବେ ପାଦକୁ ଉଷୁମ ପାଣିରେ ବୁଡ଼ାଇ ପୋଛିଦେବା ପରେ ଶୋଇପାରିବେ ।

white noise machines

ଏକ ଆରାମଦାୟକ ଶଯ୍ୟା ଏବଂ ତକିଆ ବ୍ୟବହାର କରନ୍ତୁ

କିଛି ଲୋକ ଆଶ୍ଚର୍ଯ୍ୟ ଏଥିପାଇଁ ହୁଅନ୍ତି କି, ଯେ ସେମାନେ ହୋଟେଲରେ ସର୍ବଦା ଭଲ ଶୋଇଥା’ନ୍ତି । ଆରାମଦାୟକ ପରିବେଶ ବ୍ୟତୀତ, ଶଯ୍ୟା ବା ବେଡ୍ ଆପଣଙ୍କ ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସର୍ବୋତ୍ତମ ଗଦି ବା ଶଯ୍ୟା ନିହାତି ଆବଶ୍ୟକ ।

ଶୋଇବାରେ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ

ମୋବାଇଲ୍ ଫୋନ୍, ଟିଭି ସ୍କ୍ରିନ୍ ଏବଂ ଲାପଟପର ନୀଳ ଆଲୋକ ଶୋଇବାରେ ବାଧା ସୃଷ୍ଟି କରିଥାନ୍ତି । ତେଣୁ ନିଶ୍ଚିତ କରନ୍ତୁ ଯେ, ଆପଣ ଶୋଇବାର ଅତିକମରେ ଅଧ ଘଣ୍ଟା ପୂର୍ବରୁ ଏହାକୁ ବନ୍ଦ କରନ୍ତୁ । ରାତିରେ ଭଲ ଶୋଇବା ପାଇଁ ବ୍ଲାକଆଉଟ୍ ପରଦା, ଆଖି-ମାସ୍କ, white noise machines ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ ।

ଆମ ସ୍ୱାସ୍ଥ୍ୟ ଉପରେ ଶୋଇବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କମ୍ ନିଦ୍ରା ଶରୀରରେ ଅନେକ ଗମ୍ଭୀର ଜଟିଳତା ସୃଷ୍ଟି କରିପାରେ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଗ୍ରହଣ କରିବା ଉଚିତ୍ । ଆହୁରି ମଧ୍ୟ, ଉଚ୍ଚ ରକ୍ତଚାପ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ଉଦାସୀନତା, ଚିନ୍ତା, ମେଦବହୁଳତା, ମାନସିକ ଦୁଃଖ, ସିଗାରେଟ ଟାଣିବା, ଶାରୀରିକ ନିଷ୍କ୍ରିୟତା ଏବଂ ଅତ୍ୟଧିକ ମଦ୍ୟପାନ ନିଦ୍ରାହୀନତା ଏବଂ ନିଦ୍ରା ବ୍ୟାଧି ପାଇଁ ଦାୟୀ ।

ଏଥିପାଇଁ Sleeping tablate ସମାଧାନ ନୁହେଁ ଏବଂ ଏଥିପାଇଁ କୌଣସି ନିଶା ଗ୍ରହଣ ଅନୁଚିତ୍ । ଯଦି ଆପଣ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଆଗ୍ରହୀ, ତେବେ ଶୋଇବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ ଏବଂ ଉପରୋକ୍ତ କିଛି ଟିପ୍ସକୁ ଅନୁସରଣ କରିପାରିବେ ।

(Dr. Sonia Lal Gupta, MD, MBA, FACP, Sr Consultant Neurologist)

@IANS

ABOUT THE AUTHOR

...view details