ଓଡିଶା

odisha

ETV Bharat / sukhibhava

କମ୍ବୋଡିଆରେ ନାବାଳିକାଙ୍କ ଜୀବନ ନେଲା ବାର୍ଡ ଫ୍ଲୁ, ରୁହନ୍ତୁ ସତର୍କ - ଏଭିଆନ୍ ଇନଫ୍ଲୁଏଞ୍ଜା

ବାର୍ଡ ଫ୍ଲୁ ବା ଏଭିଆନ୍ ଇନଫ୍ଲୁଏଞ୍ଜା ସଂକ୍ରମଣରେ କମ୍ବୋଡିଆର ଜଣେ ନାବାଳିକାର ମୃତ୍ୟୁ ପରେ ବଢିଲା ସତର୍କତା । ଜାଣନ୍ତୁ ସଂକ୍ରମଣର ଲକ୍ଷଣ

bird flu
bird flu

By

Published : Feb 23, 2023, 1:11 PM IST

ହାଇଦ୍ରାବାଦ: H5N1 ଇନଫ୍ଲୁଏଞ୍ଜା ସଂକ୍ରମଣ ଅଥବା ବାର୍ଡ ଫ୍ଲୁ ଠାରୁ ସତର୍କ ରୁହନ୍ତୁ । କୁକୁଡାଙ୍କ ଠାରେ ଏହି ସଂକ୍ରମଣ ବ୍ୟାପୁଥିଲେ ମଧ୍ୟ ଏହା ବେଳେବେଳେ ମଣିଷଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ଚେତାବନୀ ଦେଇଛି । WHO କହିଛି ଯେ, H5N1 ଇନଫ୍ଲୁଏଞ୍ଜା ଏକପ୍ରକାର ଫ୍ଲୁ, ଯାହା ସାଧାରଣତଃ ଅସୁସ୍ଥ କୁକୁଡ଼ାମାନଙ୍କ ମଧ୍ୟରେ ବ୍ୟାପିଥାଏ, କିନ୍ତୁ ଏହା ବେଳେବେଳେ କୁକୁଡ଼ାଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ କାୟା ବିସ୍ତାର କରିପାରେ ।

ଖବର ଅନୁସାରେ, ଦକ୍ଷିଣ ପୂର୍ବ କାମ୍ବୋଡିଆର ପ୍ରି ୱେଙ୍ଗ ପ୍ରଦେଶର H5N1 ଇନଫ୍ଲୁଏଞ୍ଜା ସଂକ୍ରମଣରେ ଜଣେ 11 ବର୍ଷିୟ ବାଳିକାର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂକ୍ରାମକ ରୋଗ ନିୟନ୍ତ୍ରଣ ବିଭାଗ ଏନେଇ ସୂଚନା ଦେଇଛି । ତେବେ H5N1 ଇନଫ୍ଲୁଏଞ୍ଜାର ମୃତ୍ୟୁ ପରେ ସବୁଠି ସଚେତନତା ବୃଦ୍ଧି ପାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏନେଇ ସଚେତନ କରାଇଛି । ରିପୋର୍ଟ ଅନୁସାରେ ଝାଡଖଣ୍ଡରେ 400ରୁ ଅଧିକ କୁକୁଡା ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ସତର୍କତା ଜାରି କରାଯାଇଛି । ତେବେ H5N1 ଇନଫ୍ଲୁଏଞ୍ଜା ସଂକ୍ରମଣ କଣ, ଏହାର କାରଣ ଓ ଲକ୍ଷଣ ବାବଦରେ ଜାଣନ୍ତୁ...

କହି ରଖୁଛୁ ଯେ, ପ୍ରାଣ ହରାଇଥିବା ସମ୍ପୃକ୍ତ ନାବାଳିକାଙ୍କୁ ସାଧାରଣ ଜ୍ବର, କାଶ ଏବଂ ଗଳା ଯନ୍ତ୍ରଣା ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜାତୀୟ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ବିବୃତ୍ତିରେ କୁହାଯାଇଛି ଯେ ଫେବୃଆରୀ 21 ରେ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥରେ ଡାକ୍ତର ନିରାକରଣ ପାଇଁ ତାଙ୍କ ନମୁନା ନେଇଥିଲେ ଏବଂ ଫେବୃଆରୀ 22 ରେ ଫଳାଫଳ ଆସିଥିଲା ​​। ରିପୋର୍ଟରେ ତାଙ୍କୁ ​H5N1 ଇନଫ୍ଲୁଏଞ୍ଜା ହୋଇଥିବ ଜଣାପଡିଥିଲା । ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ମାମଲା ପରେ ଡାକ୍ତରମାନେ କୁକୁଡାକୁ ସ୍ପର୍ଶ ନକରିବାକୁ ପରାମର୍ଶ ଦେଇଛନ୍ତି ।

WHO କହିଛି ଯେ, 2003 ରୁ 2014 ପର୍ଯ୍ୟନ୍ତ କାମ୍ବୋଡିଆରେ ଏହି ସଂକ୍ରମଣ କାରଣରୁ 56ଟି ପକ୍ଷୀ ଏବଂ 37 ଜଣଙ୍କର ମୃତ୍ୟୁ ଘଟିସାରିଲାଣି । 2015 ରୁ 2022 ମଧ୍ୟରେ କୌଣସି ମୃତ୍ୟୁ ମାମଲା ହସ୍ତଗତ ହୋଇ ନ ଥିବାବେଳେ ବର୍ତ୍ତମାନ ଜଣେ ନାବାଳିକାଙ୍କ ମୃତ୍ୟୁ ଚିନ୍ତାରେ ପକାଇଛି ।

କଣ ଏହି ବାର୍ଡ ଫ୍ଲୁ:H5N1 ଇନଫ୍ଲୁଏଞ୍ଜାକୁ ଏଭିଆନ୍ ଇନଫ୍ଲୁଏଞ୍ଜା(ବାର୍ଡ ଫ୍ଲୁ) ମଧ୍ୟ କୁହାଯାଏ । ଏହା ଏକ ସଂକ୍ରାମକ ରୋଗ । ଏହା ସାମାନ୍ୟରୁ ଗୁରୁତର ହୋଇପାରେ । ଏଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ ସାଧାରଣତଃ ମନୁଷ୍ୟକୁ ସଂକ୍ରମିତ କରେ ନାହିଁ କିନ୍ତୁ ବେଳେବେଳେ ମନୁଷ୍ୟ ମଧ୍ୟରେ ସଂକ୍ରମଣ ହୋଇପାରେ, ଯାହା ବର୍ତ୍ତମାନ ପ୍ରମାଣିତ ହୋଇଛି ।

ଏହି ରୋଗ ହେଲେ ଶକ୍ତି ଏବଂ ଭୋକର ଅଭାବ ଦେଖାଯାଏ, ନାକରୁ ତରଳ ପଦାର୍ଥ ଗଡିବା, କାଶ ଏବଂ ଛିଙ୍କ, ମୁଣ୍ଡ ଏବଂ ଗୋଡ ଫୁଲିବା, ତରଳ ଝାଡା ଭଳି ଲକ୍ଷଣ ଦେଖାଯାଏ । ସଂକ୍ରମିତ କୁକୁଡା ବା ପକ୍ଷୀଙ୍କ ନାକ ଏବଂ ଶ୍ବାସକ୍ରିୟା ସହ ସିଧାସଳଖ ଯୋଗାଯୋଗରେ ଆସିବା ଫଳରେ ଅନ୍ୟମାନଙ୍କୁ ବ୍ୟାପିଥାଏ । ସଂକ୍ରମିତ ପକ୍ଷୀଙ୍କ ମଳ, ଖାଦ୍ୟ ଏବଂ ଜଳ ପ୍ରଦୂଷଣ ମାଧ୍ୟମରେ ମଧ୍ୟ ବ୍ୟାପିଥାଏ ।

ABOUT THE AUTHOR

...view details