ଓଡିଶା

odisha

ETV Bharat / sukhibhava

World Sleep Day: ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଖାଦ୍ୟ, ବିଛଣାକୁ ଯାଉ ଯାଉ ଆସିଯିବ ନିଦ - ସ୍ବାସ୍ଥ୍ୟ ମନ୍ତ୍ର

ଡାକ୍ତରମାନେ କୁହନ୍ତି ଏବଂ ବିଭିନ୍ନ ଅନୁସନ୍ଧାନରୁ ମଧ୍ୟ ଜଣାପଡିଛି ପର୍ଯ୍ୟାପ୍ତ ନ ଶୋଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏହି ସ୍ବାସ୍ଥ୍ୟ ସମସ୍ୟାକୁ ଏଡାଇବା ପାଇଁ ବିଶ୍ବ ସ୍ଲିପ୍ ଡେ'ରେ ଜାଣନ୍ତୁ କେଉଁ ସବୁ ଖାଦ୍ୟ ଖାଇବେ...

sleep quality enhancing foods
sleep quality enhancing foods

By

Published : Mar 17, 2023, 5:27 PM IST

ହାଇଦ୍ରାବାଦ: ଗୁଣାତ୍ମକ ନିଦ ଆମ ସାମଗ୍ରିକ ସ୍ୱାସ୍ଥ୍ୟର ଏକ ସକରାତ୍ମକ ଲକ୍ଷଣ । ଯଦି ଜଣେ ବ୍ୟକ୍ତି ଠିକ୍ ସମୟରେ ଶୁଅନ୍ତି ଏବଂ ସଜ୍ୟାତ୍ଯାଗ କରନ୍ତି ତେବେ ସେ ସୁସ୍ଥ ଅଛନ୍ତି ବୋଲି ଧରାଯାଏ । ହେଲେ ରାତିରେ ନିଦ ନ ହେବା, ଦିନରେ ଅଧିକ ସମୟ ଶୋଇବା, ନିଦ ଆସୁଥିଲେ ମଧ୍ୟ ବିଛଣାକୁ ଗଲେ ଶୋଇନପାରିବା ଏସବୁ ମାନସିକ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ଖରାପ ଜୀବନଶୈଳୀ କାରଣରୁ ହୋଇଥାଏ । ଏହି ଅଭ୍ୟାସ ଧୀରେଧୀରେ ଆମ ସାମଗ୍ରୀକ ସ୍ବାସ୍ଥ୍ୟକୁ ବିଗାଡିଦିଏ । ତେଣୁ ପ୍ରତିଟି ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ପାଇଁ ଗୁଣାତ୍ମକ ନିଦର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ବ ନିଦ୍ରା ଦିବସ ବା ବିଶ୍ବ ସ୍ଲିପ୍ ଡେ' ପାଳନ କରାଯାଉଛି ।

ଆଜିକାଲି ବହୁ ସଂଖ୍ୟକ ଲୋକ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଏକ ପ୍ରମୁଖ କାରଣ । ଆମ ମଧ୍ୟ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଶୋଇବା ପାଇଁ ଔଷଧ ସେବନ ମଧ୍ୟ କରନ୍ତି । ହେଲେ ଆପଣ ଜାଣନ୍ତି କି, କେତେକ ଖାଦ୍ୟ ରହିଛି ଯାହା ଗୁଣାତ୍ମକ ନିଦରେ ସାହାଯ୍ୟ କରିବ । କଣ ସେହିସବୁ ଖାଦ୍ୟ, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ଏହା ମଧ୍ୟ ପଢନ୍ତୁ:- World Sleep Day: ନିଦ୍ରାହୀନତା ଏକ ରୋଗ ନୁହେଁ, ମାତ୍ର ଅନେକ ରୋଗର କାରଣ

ଗରମ କ୍ଷୀର: ଗରମ କ୍ଷୀରରେ ଆମିନୋ ଏସିଡ୍ ଟ୍ରିପ୍ଟୋଫାନ ରହିଥାଏ, ଯାହାକୁ ଶରୀର ମେଲାଟୋନିନ୍ ଏବଂ ସେରୋଟୋନିନ୍‌ରେ ପରିଣତ କରେ । ଏହି ଦୁଇଟି ହରମୋନ୍ ନିଦକୁ ନିୟନ୍ତ୍ରଣ କରିବା ପାଇଁ କାମ କରେ । ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବାରେ ବହୁତ ସାହାଯ୍ୟ କରିବ । ଏହା ମଧ୍ୟ ନିଦ୍ରାର ଗୁଣରେ ଉନ୍ନତି ଆଣେ । ଉତ୍ତମ ଫଳାଫଳ ପାଇଁ କ୍ଷୀରରେ ଅଳ୍ପ ହଳଦୀ ମିଶାଇ ପିଇପାରିବେ ।

ବାଦାମ: ବାଦାମକୁ ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଏହାର ବ୍ୟବହାର ମାଂସପେଶୀକୁ ଆରାମ ଦେଇଥାଏ ଏବଂ ଚିନ୍ତାର ସ୍ତର ମଧ୍ୟ ହ୍ରାସ କରିପାରେ । ଶୋଇବା ପୂର୍ବରୁ କିଛି ବାଦାମ ଖାଇବା ଦ୍ୱାରା ଭଲ ନିଦ ମିଳିଥାଏ ।

କଖାରୁ ମଞ୍ଜି:କଖାରୁ ମଞ୍ଜିରେ ମଧ୍ୟ ଏହିପରି ଅନେକ ଗୁଣ ଅଛି, ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିପାରିବ । ଏଥିରେ ମ୍ୟାଗ୍ନେସିୟମ ଭରପୂର ପରିମାଣରେ ଥାଏ । ଶୋଇବା ପୂର୍ବରୁ ମୁଠାଏ କଖାରୁ ମଞ୍ଜି ଖାଇବା ଦ୍ୱାରା ଭଲ ନିଦ ଆସିପାରେ ।

ଡାର୍କ ଚକୋଲେଟ୍:ଅନେକ ରୋଗର ଉପଶମ ଡାର୍କ ଚକୋଲେଟରେ ମଧ୍ୟ ଲୁଚି ରହିଛି । ଡାର୍କ ଚକୋଲେଟରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ମ୍ୟାଗ୍ନେସିୟମର ଉପସ୍ଥିତି କାରଣରୁ ଏହା ମାଂସପେଶୀକୁ ଆରାମ ଦେବା ଏବଂ ଭଲ ନିଦ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଶୋଇବା ପୂର୍ବରୁ ଏକ ଛୋଟ ଡାର୍କ ଚକୋଲେଟ୍ ଖାଇବା ଦ୍ବାରା ନିଦ୍ରାର ଗୁଣ ବୃଦ୍ଧି ହୋଇଥାଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ABOUT THE AUTHOR

...view details