ଓଡିଶା

odisha

ETV Bharat / sukhibhava

World Osteoporosis Day: ଗୁରୁତର ପ୍ରଭାବ ପକାଇପାରେ ଅଷ୍ଟିଓପୋରୋସିସ୍, ନିୟମିତ ଯାଞ୍ଚ ଆବଶ୍ୟକ - ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସର ଇତିହାସ

ଅଷ୍ଟିଓପୋରୋସିସ୍ ବିଷୟରେ ବିଶ୍ବସ୍ତରୀୟ ସଚେତନତା ସୃଷ୍ଟି କରିବା ଏବଂ ଏହାର ଚିକିତ୍ସା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଅକ୍ଟୋବର 20 ତାରିଖରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ପାଳନ କରାଯାଏ। ଅଧିକ ପଢନ୍ତୁ

World Osteoporosis Day
World Osteoporosis Day

By ETV Bharat Odisha Team

Published : Oct 20, 2023, 6:30 AM IST

ହାଇଦ୍ରାବାଦ:ଅସ୍ଥି ରୋଗ ଅଷ୍ଟିଓପୋରୋସିସକୁ ସାଇଲେଣ୍ଟ ଡିଜିଜ ଭାବରେ ବିବେଚନା କରାଯାଏ। ଏହା ଏକ ରୋଗ ଯାହା ହାଡକୁ ଦୁର୍ବଳ କରିଥାଏ। ବିଭିନ୍ନ କାରଣରୁ ଏହି ରୋଗ ହେଉଥିବା ବେଳେ ଏହାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେତେକ କ୍ଷେତ୍ରରେ ଏହି ରୋଗ ମାରାତ୍ମକ ମଧ୍ୟ ହୋଇପାରେ। ବେଳେବେଳେ କେବଳ ଛିଙ୍କିବା କିମ୍ବା ଅତି ସାମାନ୍ୟ ଆଘାତ ଯୋଗୁଁ ହାଡ ଭାଙ୍ଗିବାର ସମ୍ଭାବନା ରହିଥାଏ । ପୂର୍ବ କାଳରେ ଏହି ରୋଗ ବୃଦ୍ଧମାନଙ୍କ ଠାରେ ଦେଖାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଏହି ରୋଗ ଯୁବତୀ ଓ ପୁରୁଷମାନଙ୍କ ମଧ୍ୟରେ ମଧ୍ୟ ଅତି ସାଧାରଣ ହୋଇଗଲାଣି । ଯାହା ଏକ ପ୍ରକାର ଚିନ୍ତାର ବିଷୟ ସାଜିଛି । ଅଷ୍ଟିଓପୋରୋସିସ୍ ରୋଗର ଗମ୍ଭୀରତା ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 20 ଅକ୍ଟୋବରରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଏକ ଥିମ ଉପରେ ଏହି ଦିବସ ପାଳନ କରାଯାଇଥାଏ । ଚଳିତବର୍ଷ ଉନ୍ନତ ହାଡ ତିଆରି କରିବା ଥିମ ଉପରେ ପାଳନ କରାଯାଉଛି ।

ଗମ୍ଭୀର ପ୍ରଭାବ ପକାଇପାରେ ଅଷ୍ଟିଓପୋରୋସିସ୍: ଯଦି କହିବା ଅଷ୍ଟିଓପୋରୋସିସ୍ ହାଡର ଏକ ଜଟିଳ ରୋଗ ଯାହା ହାଡକୁ ଅତ୍ୟଧିକ ଦୁର୍ବଳ ଏବଂ ଭଗ୍ନ କରିବାର ଆଶଙ୍କା ଅଧିକ ରହିଥାଏ । ଏକ ଆକଳନ ଅନୁଯାୟୀ, ଭାରତରେ ପ୍ରାୟ ଆଠ ଜଣ ପୁରୁଷ ଏବଂ ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଅଷ୍ଟିଓପୋରୋସିସ୍ ରୋଗରେ ପୀଡିତ ହେଉଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରାୟ 5 ପୁରୁଷଙ୍କ ମଧ୍ୟରୁ ଜଣେ ଏବଂ 50 ବର୍ଷରୁ ଅଧିକ 3 ମହିଳାଙ୍କ ମଧ୍ୟରୁ 1 ଜଣ ଅଷ୍ଟିଓପୋରୋଟିକ୍ ଫେକ୍ଚରର ଶିକାର ହୋଇଥାଆନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅଷ୍ଟିଓପୋରୋସିସରେ ପୀଡିତ ଲୋକଙ୍କ ଆୟୁଷ ପୂର୍ବ ଅପେକ୍ଷା ବହୁତ କମିବାରେ ଲାଗିଛି। ପୂର୍ବରୁ ଏହାର ମାମଲା 50 ବର୍ଷରୁ ଅଧିକ ପୁରୁଷ ଏବଂ ମହିଳାମାନଙ୍କଠାରେ ଦେଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ଲକ୍ଷଣ 30 ​​ବର୍ଷ ବୟସରୁ ଲୋକଙ୍କ ଠାରେ ଦେଖାଯାଉଛି। ତେଣୁ 30 ବର୍ଷ ପରେ ହାଡ ସମ୍ବନ୍ଧୀୟ ଟେଷ୍ଟ କରିବା ଜରୁରୀ ଅଟେ । ଯାହା ଦ୍ବାରା ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ହୋଇପାରିବା ସହିତ ଚିକିତ୍ସା ମଧ୍ୟ ହୋଇପାରିବ। ସୂଚନାଯୋଗ୍ୟ ଯେ ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ ।

ଉଦ୍ଦେଶ୍ୟ ଏବଂ ଇତିହାସ: ଅଷ୍ଟିଓପୋରୋସିସ୍ ରୋଗର ଲକ୍ଷଣ, କାରଣ କିମ୍ବା ପ୍ରତିରୋଧ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ନୁହେଁ ବରଂ ପ୍ରତ୍ୟେକ ବୟସରେ ସେମାନଙ୍କର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଲୋକଙ୍କୁ ଏକ ସୁସ୍ଥ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ଉତ୍ସାହିତ କରିବା ଆବଶ୍ୟକ । ସମୟ ସମୟରେ ହାଡ ସମ୍ବନ୍ଧୀୟ ଟେଷ୍ଟ କରିବା ନିହାତି ଆବଶ୍ୟକ ଅଟେ । ବାସ୍ତବରେ, ଯଦି ଅଷ୍ଟିଓପୋରୋସିସ୍ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ କେତେକ କ୍ଷେତ୍ରରେ ହାଡର ଅଧିକ ଦୁର୍ବଳତା କାରଣରୁ ଅକ୍ଷମତା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଥାଏ।

ଏହା ମଧ୍ୟ ପଢନ୍ତୁ: Research: ଆଣ୍ଠୁଗଣ୍ଠି ସମସ୍ୟାକୁ ଅଣଦେଖା କରୁଛନ୍ତି ୭୫% ଭାରତୀୟ ମହିଳା

ଏପରି ପରିସ୍ଥିତିରେ ଯଦି ଠିକ୍ ସମୟରେ ନିରାକରଣ ବା ଚିକିତ୍ସା କରାଯାଏ ଏବଂ ଜୀବନରେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଏ, ତେବେ ବହୁ ପରିମାଣରେ ଏହି ସମସ୍ୟା ଉପଶମ ହୋଇପାରିବ। ଏହି ରୋଗ ସହ ଜଡିତ ଅନ୍ୟାନ୍ୟ କାରଣ, ଭୁଲ ଧାରଣା ଏବଂ ଏହି ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶର ସମ୍ଭାବନା ବିଷୟରେ ଆଲୋଚନା କରିବା ପାଇଁ ଲୋକଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ଅଷ୍ଟିଓପୋରୋସିସ ଦିବସ ପାଳନ କରିବାର ଅନ୍ୟ ଏକ ଉଦ୍ଦେଶ୍ୟ।

ପ୍ରଥମେ 20 ଅକ୍ଟୋବର 1996 ରେ ବ୍ରିଟେନର ନ୍ୟାସନାଲ ଓଷ୍ଟୋପୋରୋସିସ୍ ସୋସାଇଟି ଏବଂ ୟୁରୋପୀୟ ଆୟୋଗ ଦ୍ୱାରା ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ପାଳନ କରାଯାଇଥିଲା। ପରେ 1997 ମସିହାରେ ଅନ୍ତର୍ଜାତୀୟ ଅଷ୍ଟିଓପୋରୋସିସ୍ ଫାଉଣ୍ଡେସନ୍ (IOF) ଗଠନ ପରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ IOF ମିଳିତ ଭାବରେ 1998-1999 ମସିହାରେ ନିୟମିତ ବାର୍ଷିକ କାର୍ଯ୍ୟକ୍ରମ ଭାବରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ପାଳନ କରିଥିଲା। ସେହିଦିନ ଠାରୁ ପ୍ରତିବର୍ଷ ଏକ ନୂତନ ଥିମ୍ ସହିତ ଏହି ଦିନ ପାଳନ କରାଯାଏ। ସୂଚନାଯୋଗ୍ୟ ଯେ, ଅକ୍ଟୋବର 20ତାରିରେ ଅଷ୍ଟିଓପୋରୋସିସ୍ ଦିବସ ବିଶ୍ବର 90 ରୁ ଅଧିକ ଦେଶରେ ପାଳନ କରାଯାଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details