ଓଡିଶା

odisha

World No Tobacco Day 2023: ତମାଖୁ ମୁକ୍ତ ବିଶ୍ୱ ଭିଜନ୍‌, 'ଖାଦ୍ୟ ଖାଆନ୍ତୁ, ତମାଖୁ ନୁହେଁ'

By

Published : May 31, 2023, 6:00 AM IST

ତମାଖୁ ସେବନର ଭୟାବହତା ବିଷୟରେ ବିଶ୍ବବାସୀଙ୍କୁ ସଚେତନତା କରାଇବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ପ୍ରତିବର୍ଷ ମେ' 31 ତାରିଖକୁ ବିଶ୍ୱ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ

World No Tobacco Day 2023
World No Tobacco Day 2023

ହାଇଦ୍ରାବାଦ: ତମାଖୁ ସେବନ କ୍ରମାଗତ ଭାବରେ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡଟେକିଛି। ନିଶା ଦ୍ରବ୍ୟ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଜାଣିବା ସତ୍ତ୍ବେ ମଧ୍ୟ ଲୋକ ଏହାର ବ୍ୟବାର କରି ନାନା ରୋଗ ଭୋଗିବା ସହ ମୃତ୍ୟୁବରଣ କରୁଛନ୍ତି। ଏହାଦ୍ବାରା ପ୍ରତିବର୍ଷ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟାଇଥାଏ। ତମାଖୁ ବ୍ୟବହାର ମଧ୍ୟ ସମାଜରେ ବ୍ୟକ୍ତିବିଶେଷ ଏବଂ ପରିବାର ଉପରେ ଆର୍ଥିକ ଏବଂ ସାମାଜିକ ବୋଝର କାରଣ ପାଲଟିଛି ।ତମାଖୁ ବ୍ୟବହାର କରିବାର ନକାରାତ୍ମକ ପ୍ରଭାବ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ 31ରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ କରାଯାଏ।

ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଫଳରେ ବ୍ୟବହାରକାରୀଙ୍କ ଉପରେ କ୍ୟାନ୍ସର ଭଳି ରୋଗ ଦେଖାଯାଉଥିବା ବେଳେ ଛୋଟଛୁଆଙ୍କ ଉପରେ ସ୍ମୃତିଶକ୍ତି ହରାଇବା ଏବଂ ଶ୍ବାସରୋଗ ଭଳି ସମସ୍ୟା ଦେଖାଯାଇଥାଏ। ତେବେ ଚଳିତବର୍ଷ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ(ହୁ) ତମାଖୁ ସେବନର ଖରାପ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରାଇବା ସହ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛି।

ଏହା ମଧ୍ୟ ପଢନ୍ତୁ: World Vape Day: ଭେପିଂ ଇ-ସିଗାରେଟ କଣ, ଜାଣନ୍ତୁ ଶରୀର ଉପରେ କଣ ପ୍ରଭାବ ପକାଏ

WHOର କହିବା ଅନୁଯାୟୀ, ଧୂମପାନକାରୀମାନେ କୋରୋନା ଭୂତାଣୁରେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସିଗାରେଟରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ ଥିବାରୁ ଏହା ନିଶ୍ୱାସ ନେବାର ଏବଂ ହାତରୁ ମୁହଁ ପର୍ଯ୍ୟନ୍ତ ଗତିକୁ ବଢାଇଥାଏ । ଯାହା ଶରୀରର ଅମ୍ଳଜାନ ବ୍ୟବହାର କରିବା କ୍ଷମତାକୁ ହ୍ରାସ କରିଥାଏ ଏବଂ ଏହା ରୋଗୀଙ୍କୁ ନିମୋନିଆ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ । ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସଫୁସ, ମୁଖ ଗହ୍ବର, ଜିଭ, ବାକ୍ ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଦେଇଥାଏ । ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ପ୍ରଭାବ ପକାଇଥାଏ । ଯେଉଁମାନେ ପିଲାବେଳୁ ଧୂମ୍ରପାନ କରିଥାନ୍ତି, ଏହି ବିଷାକ୍ତ ଧୂଆଁ ସେମାନଙ୍କ ଫୁସଫୁସକୁ ବିକଶିତ କରିବାରେ ବାଧା ସୃଷ୍ଟି କରିଥାଏ । ଶ୍ବାସ ସଂକ୍ରମଣ ଓ ଶ୍ବାସ ରୋଗ ଏହା ଦ୍ବାରା ବୃଦ୍ଧି ପାଇଥାଏ ।

ଚଳିତ ବର୍ଷର ଥିମ:ତେବେ ପ୍ରତିବର୍ଷ ଏକ ଲକ୍ଷ୍ୟ ନେଇ ବିଶ୍ବ ତମାଖୁ ନିଷେଧ ଦିବସ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷର ଥିମ ରହିଛି 'ଆମକୁ ଖାଦ୍ୟ ଦରକାର,ତମାଖୁ ନୁହେଁ।'

1987ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ତମାଖୁ ନିଷେଧ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତମାଖୁ ଦ୍ବାରା ଶାରୀର ଉପରେ କଣ କୁପ୍ରଭାବ ରହିଛି ସେବିଷୟରେ ସଚେଚନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ଦିବସ ପାଳନ କରିବା ଆରମ୍ଭ କରାଯାଇଥିଲା। ତମାଖୁକୁ ବର୍ଜନ କରିବା ପାଇଁ ହୁ ଅହରହ ପ୍ରୟାସ ଚଳାଇଛି। ତେବେ ମିଳିଥିବା ସୂଚନା ଅନୁସାରେ, ତମାଖୁ କମ୍ପାନୀଗୁଡିକ ମାର୍କେଟିଂ ଏବଂ ବିଜ୍ଞାପନରେ ବିଶ୍ବବ୍ୟାପି ପ୍ରାୟ 9 ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଥାନ୍ତି । ଧୂମପାନ ଭାରତରେ ବାର୍ଷିକ 10 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରାଣ ନେଇଥାଏ । ଏହା କର୍କଟ ଏବଂ ହୃଦରୋଗ ଭଳି ଅଣସଂକ୍ରାମକ ରୋଗର ମୁଖ୍ୟ କାରଣ ସାଜିଥାଏ ।

ତେବେ ଜମାଖୁ ବର୍ଜନ କରିବା ନେଇ ପ୍ରୟାସ ଜାରି ରଖିବା ଜରୁରୀ ଅଟେ। ବ୍ୟାୟାମ, ଧ୍ୟାନ, ଯୋଗ କରିବା ଦ୍ବାରା କେତେକାଂଶରେ ଏହାକୁ ମାତ ଦିଆଯାଇପାରେ। ଧୂମ୍ରପାନ କରିବା ପାଇଁ ଇଚ୍ଛା ହେବା ସମୟରେ ଆପଣ ଚୁଇଙ୍ଗମ, ସାଲାଡକୁ ବିକଳ୍ପ ଭାବେ ବ୍ୟବହାର କରିପାରିବେ। କମଳା, ଲେମ୍ବୁ, ଆମଲା ଏବଂ ଗୁଆ ଏବଂ ଆପଲ୍ ଖାଇ ତମାଖୁ ଅଭ୍ୟାସରୁ ମୁକ୍ତି ପାଇପାରିବେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details