ଓଡିଶା

odisha

ETV Bharat / sukhibhava

World Human Rights Day: ଏକତାର ଗାଥା ବହନ କରେ ମାନବାଧିକାର ଦିବସ - Human Rights Day theme

ପ୍ରତିବର୍ଷ 10 ଡିସେମ୍ବରକୁ ବିଶ୍ବ ମାନବ ଅଧିକାର ଦିବସ(World Human Rights Day) ରୂପେ ପାଳନ କରାଯାଉଛି । ଜାଣନ୍ତୁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଏବଂ କଣ ରହିଛି ଚଳିତ ବର୍ଷର ବିଷୟବସ୍ତୁ(World Human Rights Day2022 Theme) । ଅଧିକ ପଢନ୍ତୁ

World Human Rights Day: ଏକତାର ଗାଥା ବହନ କରେ ମନବାଧିକାର ଦିବସ
World Human Rights Day: ଏକତାର ଗାଥା ବହନ କରେ ମନବାଧିକାର ଦିବସ

By

Published : Dec 10, 2022, 10:44 AM IST

ହାଇଦ୍ରାବାଦ:ଆମେ ମଣିଷ, ଆମର ଜାତି ମାନବ ଏବଂ ଆମେ ଏକାଠି, ସମାନ ଅଧିକାର ସହ ବଞ୍ଚିବା ହିଁ ମାନବ ଅଧିକାର ଦିବସର ମୁଖ୍ୟ ବାର୍ତ୍ତା ବହନ କରେ । ଏହି ବାର୍ତ୍ତା ଏବଂ ନିୟମକୁ ଉଜ୍ଜିବିତ କରି ରଖିବା ପାଇଁ ପ୍ରତିବର୍ଷ 10 ଡିସେମ୍ବରରେ ସମଗ୍ର ବିଶ୍ୱରେ ମାନବ ଅଧିକାର ଦିବସ ପାଳନ କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମାନବ ଅଧିକାରର ଗୁରୁତ୍ୱକୁ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି । ଏହାପରେ 1948ରେ ମିଳିତ ଜାତିସଂଘର ସାଧାରଣ ସଭା ପରେ ପ୍ରତିବର୍ଷ 10 ଡିସେମ୍ବରକୁ ବିଶ୍ବ ମାନବ ଅଧିକାର ଦିବସ(World Human Rights Day) ରୂପେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ମାନବ ଅଧିକାର ଦିବସ 2022 ଥିମ୍(World Human Rights Day2022 Theme):-

ଚଳିତ ବର୍ଷ ବିଶ୍ବସ୍ତରରେ 75ତମ ମାନବ ଅଧିକାର ଦିବସ ପାଳନ କରାଯାଉଛି । 'ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱାଧୀନତା ଏବଂ ନ୍ୟାୟ'(Dignity, Freedom and Justice for All) ବିଷୟବସ୍ତୁ ଉପରେ 2022ର ବିଶ୍ବ ମାନବାଧିକାର ଦିବସ ପାଳନ କରାଯାଉଛି ।

ମାନବ ଅଧିକାର କଣ:-

  • ସରଳ ଶବ୍ଦରେ, ମାନବ ଅଧିକାର ଏପରି ଅଧିକାରକୁ ସୂଚିତ କରେ ଯାହା ଜାତି, ଲିଙ୍ଗ, ଜାତୀୟତା, ଭାଷା, ଧର୍ମ କିମ୍ବା ଅନ୍ୟ କୌଣସି ଆଧାରରେ ଭେଦଭାବ ନଥିବ ।
  • ମାନବ ଅଧିକାର ମୁଖ୍ୟତଃ ଜୀବନ ଏବଂ ସ୍ୱାଧୀନତାର ଅଧିକାର, ଦାସତ୍ୱ ତଥା ନିର୍ଯାତନାରୁ ମୁକ୍ତି, ଅଭିବ୍ୟକ୍ତିର ସ୍ବାଧୀନତା ଅଧିକାର ଏବଂ କାର୍ଯ୍ୟ ଏବଂ ଶିକ୍ଷା ଇତ୍ୟାଦି ଅନ୍ତର୍ଭୁକ୍ତ କରେ ।
  • ମାନବ ଅଧିକାର ବିଷୟରେ ନେଲସନ ମଣ୍ଡେଲା କହିଥିଲେ ଯେ, "ଲୋକଙ୍କୁ ମାନବ ଅଧିକାରରୁ ବଞ୍ଚିତ କରିବା ସେମାନଙ୍କ ମାନବିକତାକୁ ଚ୍ୟାଲେଞ୍ଜ କରୁଛି ।"

ଆଇନ:-

ମାନବିକ ଅଧିକାରର ସୁରକ୍ଷା ଆଇନ, 1993 କେନ୍ଦ୍ରୀୟ ସ୍ତରରେ ଏକ ଜାତୀୟ ମାନବ ଅଧିକାର ଆୟୋଗ ଗଠନ ପାଇଁ ଆହ୍ବାନ ଦେଇଛି, ଯାହା ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରର ସୁରକ୍ଷା ତଥା ରାଜ୍ୟ ମାନବ ଅଧିକାର ଆୟୋଗ ଏବଂ ମାନବ ଅଧିକାର ନ୍ୟାୟାଳୟକୁ ମାର୍ଗଦର୍ଶନ କରିବ ।

ମଣିଷର ଅଧିକାର:-

ସମ୍ମାନ ଏବଂ ଅଧିକାର ଦୃଷ୍ଟିରୁ ସମସ୍ତ ଲୋକ ମୁକ୍ତ ଏବଂ ସମାନ, ଅର୍ଥାତ୍ ସମସ୍ତ ମାନବଙ୍କର ସମ୍ମାନ ଏବଂ ଅଧିକାର ଦୃଷ୍ଟିରୁ ସ୍ବାଧୀନତା ଏବଂ ସମାନତା ରହିଛି । ସେମାନେ ବୁଦ୍ଧି ଏବଂ ବିବେକ ଦ୍ୱାରା ସମ୍ମାନ ପ୍ରାପ୍ତ ହୁଅନ୍ତି ଏବଂ ସେମାନେ ପରସ୍ପରକୁ ଭାଇଚାରା ଭାବନା ସହିତ ବ୍ୟବହାର କରିବା ଉଚିତ୍ । ପ୍ରତ୍ୟେକ ବ୍ୟକ୍ତିଙ୍କୁ କୌଣସି ଭେଦଭାବ ନକରି ସମସ୍ତ ପ୍ରକାରର ଅଧିକାର ଏବଂ ସ୍ୱାଧୀନତା ଦିଆଯାଇଛି ।

ଜାତି, ବର୍ଣ୍ଣ, ଲିଙ୍ଗ, ଭାଷା, ଧର୍ମ,ରାଜନୈତିକ କିମ୍ବା ଅନ୍ୟାନ୍ୟ ମତ, ଜାତୀୟ କିମ୍ବା ସାମାଜିକ ଉତ୍ପତ୍ତି, ସମ୍ପତ୍ତି, ଜନ୍ମ ଇତ୍ୟାଦି ଆଧାରରେ କୌଣସି ଭେଦଭାବ ହୋଇପାରିବ ନାହିଁ । ଏକ ଦେଶ କିମ୍ବା ଅଞ୍ଚଳ ସ୍ବାଧୀନ, ସଂରକ୍ଷିତ, କିମ୍ବା ସ୍ବୟଂ ଶାସନ କିମ୍ବା ସୀମିତ ସାର୍ବଭୌମତ୍ୱ ହେଉ, ରାଜନୈତିକ, ଆଞ୍ଚଳିକ କିମ୍ବା ଅନ୍ତର୍ଜାତୀୟ ସ୍ଥିତି ଆଧାରରେ ସେହି ଦେଶ କିମ୍ବା ଅଞ୍ଚଳର ବାସିନ୍ଦାଙ୍କ ପାଇଁ କୌଣସି ପାର୍ଥକ୍ୟ ବା ଭେଦଭାବ ନାହିଁ ବୋଲି ମାନବ ଅଧିକାର ସୂଚାଏ ।

ABOUT THE AUTHOR

...view details