ଓଡିଶା

odisha

ETV Bharat / sukhibhava

World Health Day: ସୁସ୍ଥ ସ୍ୱାସ୍ଥ୍ୟ ପ୍ରତ୍ୟେକଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର - world health day

'ସ୍ବାସ୍ଥ୍ୟ ହିଁ ସମ୍ପଦ' ଏହି ଉକ୍ତିର ଯଥାର୍ଥ ପ୍ରତିପାଦନ କରିବା ପାଇଁ ପ୍ରତିବର୍ଷ ଅପ୍ରେଲ 7କୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ । ଜାଣନ୍ତୁ ଚଳିତ ବର୍ଷ କଣ ରହିଛି ବିଷୟବସ୍ତୁ...

Etv Bharat
Etv Bharat

By

Published : Apr 6, 2023, 5:02 PM IST

Updated : Apr 7, 2023, 12:30 AM IST

ହାଇଦ୍ରାବାଦ:ଯଦି ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବ, ତେବେ ମଣିଷ ପାଖରେ ଯେତେ ଧନ-ସମ୍ପତ୍ତି ଥିଲେ ବି ତାହା ମୂଲ୍ୟହୀନ । କାରଣ ଏ ସୁନ୍ଦର ପୃଥିବୀକୁ ଉପଭୋଗ କରିବାକୁ ହେଲେ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ କୁହାଯାଏ, 'ସ୍ବାସ୍ଥ୍ୟ ହିଁ ସମ୍ପଦ' । ଏହି ଉକ୍ତିକୁ ପ୍ରତିଟି ବ୍ୟକ୍ତିଙ୍କୁ ହୃଦୟଙ୍ଗମ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅପ୍ରେଲ 7 ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ଯେତେ କାର୍ଯ୍ୟ ବ୍ୟସ୍ତତା ହେଉନା କାହିଁକି ସ୍ବାସ୍ଥ୍ୟ ପ୍ରତି ଦାୟିତ୍ବବାନ ହେବାର ବାର୍ତ୍ତା ଦିଏ ଏହି ଦିବସ ।

World Health Day

ସ୍ବାସ୍ଥ୍ୟକୁ ପ୍ରୋତ୍ସାହିତ କରିବା, ଅସୁସ୍ଥ ଲୋକଙ୍କୁ ସେବାର ହାତ ବଢାଇବା ଏବଂ ବିଶ୍ବକୁ ସୁରକ୍ଷିତ ରଖିବା ପାଇଁ 1948 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ, WHO) ପ୍ରତିଷ୍ଠା କରାଯାଇଥିଲା । ବିଶ୍ବର ପ୍ରତିଟି ବ୍ୟକ୍ତି କିପରି ଉନ୍ନତ ସ୍ୱାସ୍ଥ୍ୟ ସେବା ଏବଂ ସୁନ୍ଦର ଜୀବନଶୈଳୀ ପାଇପାରିବେ ସେହି ଉଦ୍ଦେଶ୍ୟରେ ଏହି ସଂଗଠନ ଆରମ୍ଭ ହୋଇଥିଲା । 1950 ମସିହାରେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅପ୍ରେଲ୍ 7 ରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରିବାକୁ ଆହ୍ବାନ ଦେଇଥିଲା ।

World Health Day

ଏହା ମଧ୍ୟ ପଢନ୍ତୁ:-ଉତ୍ତାପରୁ ରକ୍ଷା ପାଇବା ପାଇଁ ପ୍ରଥମ କରି ଏହି ରାଜ୍ୟ ଆଣିଲା କୁଲ୍ ରୁଫ୍ ପଲିସି

ଗୁଣାତ୍ମକ ଜୀବନଯାପନ କରିବା ପାଇଁ ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ବିଷୟରେ ଅବଗତ କରାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ଏହି ଦିବସ ଅବସରରେ ସରକାରୀ ତଥା ବେସରକାରୀ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଲୋକଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେବା ବାବଦରେ ସଚେତନତା ସୃଷ୍ଟି କରେ ଏହି ଦିବସ । ପ୍ରତିବର୍ଷ ଏକ ଥିମ୍(ବିଷୟବସ୍ତୁ) ଆଧାରରେ ଏହି ଦିବସ ପାଳନ କରାଯାଏ, ଚଳିତ ବର୍ଷ 'ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ'(Health for All) ବିଷୟବସ୍ତୁ ରଖାଯାଇଛି ।

ସ୍ବାସ୍ଥ୍ୟ ସେବା ପାଇଁ କେନ୍ଦ୍ର ଓ ରାଜ୍ୟରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଇଛି । ଜନସାଧାରଣ କିପରି ସହଜରେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟରେ ବିଏସକେୱାଇ ଓ କେନ୍ଦ୍ରରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଛି । ଏତେସବୁ ସଚେତନତା ଏବଂ ସୁବିଧା ଉପଲବ୍ଧ ହେବା ସତ୍ତ୍ବେ ବର୍ତ୍ତମାନର ମଣିଷ ବହୁ ଦୁରାରୋଗ୍ୟରେ ପୀଡିତ ହେଉଛି । ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇପାରେ । ତେଣୁ ପ୍ରକୃତି ମା'କୁ ସୁସ୍ଥ ରଖିବାର ଆବଶ୍ୟକତା ରହିଛି । ସଚେତନ ରହିଲେ ନିଶ୍ଚିତ ରୂପେ ପୃଥିବୀ ସହ ପୃଥିବୀବାସୀଙ୍କ ସ୍ବାସ୍ଥ୍ୟ ବଜାୟ ରହିପାରିବ ।

Last Updated : Apr 7, 2023, 12:30 AM IST

ABOUT THE AUTHOR

...view details