ହାଇଦ୍ରାବାଦ: ଖାଦ୍ୟ ଖାଇବା ପରେ ପାଚନ କ୍ରିୟା ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ । ଖାଦ୍ୟ ପାଚନ ନ ହେଲେ ବିଭିନ୍ନ ରୋଗକୁ ଡାକି ଆଣେ । ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଖାଦ୍ୟ ପାଚନ ନେଇ ଲୋକେ ଭୋଗୁ ଥିବା ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଉଦ୍ଦେଶ୍ୟ ପ୍ରତିବର୍ଷ ମେ’ 29ରେ ପାଳନ ହୁଅ ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସ । ରୋଗର କାରଣ ଚିକିତ୍ସା, ପ୍ରତିକାର, ନିରାକରଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସଂଗଠନ ଦ୍ବାରା ଏହି ଦିନ ଆରମ୍ଭ କରାଯାଇଥିଲା ।
ଏହି ବର୍ଷର ବିଷୟବସ୍ତୁ ହେଉଛି 'ହଜମକାରୀ ସ୍ୱାସ୍ଥ୍ୟ': ବିଶ୍ୱ ପାଚନ କ୍ରିୟା ସ୍ୱାସ୍ଥ୍ୟ ଦିବସ 2023ର ଥିମ ରହିଛି ହଜମକାରୀ ସ୍ବାସ୍ଥ୍ୟ । ଦିନର ଆରମ୍ଭ ପୃଷ୍ଟିକର ଖାଦ୍ୟରୁ କରିବା । ଯାହା ପାକସ୍ଥଳୀର କାର୍ଯ୍ୟ ଏବଂ ମାଇକ୍ରୋବିଓମ୍ ପ୍ରୋତ୍ସାହିତ କରିବା ପାଇଁ ଏକ ସୁସ୍ଥ ଖାଦ୍ୟର ଆବଶ୍ୟକତାକୁ ପ୍ରୋତ୍ସାହିତ କରେ । ଏହି ଅଭିଯାନ ମାଧ୍ୟମରେ, WGO (World Gastroenterology Organization ) ମେଦବହୁଳତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ସର୍ଜନ ସହିତ ଭାଗିଦାରୀ କରିଛି ।
ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସର ଇତିହାସ:2005 ମସିହା ମେ 29 ତାରିଖ ଦିନ ପ୍ରଥମ ଥର ପାଇଁ ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା । ସେହି ଦିନ ଠାରୁ ହୁ ଏଣ୍ଡୋସ୍କୋପି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜିର 4 ଟି ଆଞ୍ଚଳିକ ସଂଗଠନ ମାଧ୍ୟମରେ ବିଶ୍ବସ୍ତରୀୟ, ଜନସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରିଛି ।