ହାଇଦ୍ରାବାଦ: ପ୍ରତିବର୍ଷ 6 ଅକ୍ଟୋବରରେ ବିଶ୍ୱ ମସ୍ତିଷ୍କ ପାଲସି ଦିବସ(World cerebral palsy day) ସାରା ବିଶ୍ୱରେ ପାଳନ କରାଯାଏ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ, ମସ୍ତିଷ୍କ ପାଲସି ରୋଗୀଙ୍କ ଯତ୍ନ ନେବା, ସେମାନଙ୍କୁ ସମର୍ଥନ କରିବା ଏବଂ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମସ୍ତିଷ୍କ ପାଲସି ରୋଗୀଙ୍କୁ ଭଲ ଭାବରେ ସାହାଯ୍ୟ କରିବା ପାଇଁ ସାମାଜିକ ପରିବର୍ତ୍ତନ ସୃଷ୍ଟି କରିବା ।
ମସ୍ତିଷ୍କ ପାଲସି ଗୋଟିଏ ରୋଗ ନୁହେଁ ବରଂ ଅନେକ ସ୍ନାୟୁଗତ ସମସ୍ୟା, ଯାହା ନବଜାତ ଶିଶୁ କିମ୍ବା ଶିଶୁ ଅବସ୍ଥାରେ ଘଟିଥାଏ ଏବଂ ଶିଶୁର ମାଂସପେଶୀ ଗତି ଏବଂ ସ୍ଥିତିକୁ ସ୍ଥାୟୀ ଭାବରେ ପ୍ରଭାବିତ କରିଥାଏ, ଯାହାଫଳରେ ପିଲାଟି ଆଜୀବନ ଅକ୍ଷମ ହୋଇଯାଏ । ଏହି ରୋଗ ବିଶ୍ବର ପ୍ରାୟ 17 ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ, ତଥାପି ବହୁତ କମ୍ ଲୋକ ଏହା ବିଷୟରେ ଅବଗତ ଥାଆନ୍ତି ।
ମସ୍ତିଷ୍କ ପାଲସି(cerebral palsy) କ’ଣ?
ମସ୍ତିଷ୍କ ପାଲସି(cerebral palsy) ହେଉଛି ସ୍ନାୟୁଗତ ସମସ୍ୟା, ଯାହାକି ଗର୍ଭାବସ୍ଥାରେ, ଜନ୍ମ ସମୟରେ କିମ୍ବା ଜନ୍ମର କିଛି ସମୟ ପରେ ମସ୍ତିଷ୍କର କ୍ଷତି କିମ୍ବା ଅସ୍ୱାଭାବିକ ମସ୍ତିଷ୍କର ବିକାଶ ହେତୁ ହୋଇଥାଏ । ଏହି ରୋଗରେ ଦେଖିବା, କହିବା ଏବଂ ଶିକ୍ଷଣ ସମସ୍ୟା, ବୌଦ୍ଧିକ ଅକ୍ଷମତା ଭଳି ବିଭିନ୍ନ ସମସ୍ୟା ଦେଖାଦଇଥାଏ ।
ମସ୍ତିଷ୍କ ପାଲସି ବା ସିପି ହେଉଛି ଏକ ମସ୍ତିଷ୍କ ବ୍ୟାଧି ଯାହା ମାଂସପେଶୀ ଗତି ଏବଂ ସମନ୍ୱୟକୁ ପ୍ରଭାବିତ କରିଥାଏ । ବେଳେବେଳେ ଆଖି ଏବଂ କାନ ମଧ୍ୟ ମସ୍ତିଷ୍କ ପାଲସି ଦ୍ୱାରା ପ୍ରଭାବିତ ହୋଇଥାଏ । ଅନ୍ୟପକ୍ଷରେ ପକ୍ଷାଘାତର ଅର୍ଥ ହେଉଛି ଶରୀରର ଦୁର୍ବଳତା କିମ୍ବା କମ୍ପନ । ମସ୍ତିଷ୍କ ପାଲସି ପ୍ରତି 1000 ପିଲାଙ୍କ ମଧ୍ୟରୁ 2 ରୁ 4 ଜଣଙ୍କୁ ପ୍ରଭାବିତ କରିଥାଏ । ଏହା ଆଦୌ ସାଧାରଣ ସମସ୍ୟା ନୁହେଁ ।
ମସ୍ତିଷ୍କ ପାଲସି ସଂକ୍ରାମକ ନୁହେଁ । ଏହାର ଅର୍ଥ ଏହା ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପି ନଥାଏ । ଏହା ମଧ୍ୟ ଏକ ପ୍ରଗତିଶୀଳ ରୋଗ ନୁହେଁ, ଅର୍ଥାତ୍ ସମୟ ସହିତ ଲକ୍ଷଣ ବୃଦ୍ଧି ହୁଏ ନାହିଁ । ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । ଆକ୍ରାନ୍ତଙ୍କ ଅବସ୍ଥାର ଗମ୍ଭୀରତା ଅନୁଯାୟୀ ଚିକିତ୍ସା କରାଯାଏ ।
ପିଲାଙ୍କଠାରେ ମସ୍ତିଷ୍କ ପାଲସିର ଲକ୍ଷଣ
ମସ୍ତିଷ୍କ ପାଲସିର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ । ଏହାର ଲକ୍ଷଣ ସାମାନ୍ୟରୁ ଗମ୍ଭୀର ହୋଇପାରେ । କିଛି ପିଲାଙ୍କର ସାମାନ୍ୟ ଲକ୍ଷଣ ଥାଇପାରେ ଯେପରିକି ଉଠିବା, ବସିବା ଏବଂ ଚାଲିବାରେ ଅସୁବିଧା । କିଛି ପିଲାଙ୍କୁ କହିବାରେ ମଧ୍ୟ ଅସୁବିଧା ହୋଇପାରେ ।
- ଚାଲିବା ଏବଂ ବସିବାରେ ଅସୁବିଧା
- ମାଂସପେଶୀରେ ପରିବର୍ତ୍ତନ
- କହିବାରେ ଅସୁବିଧା
- ଅତ୍ୟଧିକ ଲାଳ ବୋହିବା
- ମସ୍ତିଷ୍କ ସନ୍ତୁଳନର ସମ୍ପୂର୍ଣ୍ଣ କ୍ଷୟ ଘଟିବା
- ବୌଦ୍ଧିକ ଅକ୍ଷମତା
ମସ୍ତିଷ୍କ ପାଲସିର ଲକ୍ଷଣ ସାଧାରଣତ 3-4 ବର୍ଷ ବୟସ ପୂର୍ବରୁ ପିଲାମାନଙ୍କ ଠାରେ ଦେଖାଯାଏ । ଯଦି ଆପଣଙ୍କର ପିଲାଙ୍କର ଏହି ବୟସ ପୂର୍ବରୁ ଏହି ସବୁ ଲକ୍ଷଣ ଥାଏ, ତେବେ ନିଶ୍ଚିତ ଭାବରେ ଏହି ଅବସ୍ଥାରେ ଡାକ୍ତରଙ୍କ ସହିତ ପରାମର୍ଶ କରାଇନେବା ଉଚିତ୍ । ଠିକ୍ ସମୟରେ ଚିକିତ୍ସା କରାଗଲେ ପିଲାଟି ସୁସ୍ଥ ହୋଇପାରିବ ।
କେଉଁ ପିଲାମାନେ ମସ୍ତିଷ୍କ ପାଲସି ହେବାର ଆଶଙ୍କା ଅଧିକ ?(Who’s at risk for cerebral palsy)
- ଠିକ୍ ସମୟ ପୂର୍ବରୁ ଜନ୍ମ
- ଜନ୍ମ ସମୟରେ କମ୍ ଓଜନ
- ଯାଆଁଳା ପିଲା
ମସ୍ତିଷ୍କ ପାଲସିର ପ୍ରକାର(Type of Cerebral Palsy)
ପିଲାମାନଙ୍କଠାରେ ମସ୍ତିଷ୍କ ପାଲସିର ଲକ୍ଷଣ ମସ୍ତିଷ୍କ ପ୍ରଭାବିତ ଅଞ୍ଚଳ ଆଧାରରେ ଶ୍ରେଣୀଭୁକ୍ତ । ଏହା 4 ପ୍ରକାରର
- ସ୍ପାସିଟିଟି ମସ୍ତିଷ୍କ ପାଲସି(Spasticity cerebral palsy)
- ଡିସ୍କିନେଟିକ୍ ମସ୍ତିଷ୍କ ପାଲସି(Dyskinetic cerebral palsy)
- ଆଟାକ୍ସିକ୍ ମସ୍ତିଷ୍କ ପାଲସି(Ataxic cerebral palsy)
- ମିଶ୍ରିତ ମସ୍ତିଷ୍କ ପାଲସି(Mixed cerebral palsy)