ଓଡିଶା

odisha

ETV Bharat / sukhibhava

ବିଶ୍ୱ ବାଇପୋଲାର ଦିବସ: ମାନିଆ ନା ଅବସାଦ ?

ପ୍ରତିବର୍ଷ ମାର୍ଚ୍ଚ ୩୦ ତାରିଖରେ ବିଶ୍ୱ ବାଇପୋଲାର ଦିବସ ପାଳନ କରାଯାଏ । ଏହି ରୋଗ ବିରୋଧରେ ସଚେତନତା ପ୍ରଚାର କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ । ତେବେ ବାଇପୋଲାର ରୋଗ କ’ଣ ଓ ଏହାର କିପରି ଚିକିତ୍ସା କରାଯାଇପାରିବ ? ବରିଷ୍ଠ ମନସ୍ତତ୍ତ୍ୱବିତ୍ ଡକ୍ଟର ବୀଣା କ୍ରିଷନ ଏ ସଂପର୍କରେ ଆମକୁ ବିସ୍ତୃତ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବିଶ୍ୱ ବାଇପୋଲାର ଦିବସ: ମାନିଆ ନା ଅବସାଦ ?
ବିଶ୍ୱ ବାଇପୋଲାର ଦିବସ: ମାନିଆ ନା ଅବସାଦ ?

By

Published : Mar 30, 2021, 4:19 PM IST

ପ୍ରତିବର୍ଷ ମାର୍ଚ୍ଚ ୩୦ ତାରିଖରେ ବିଶ୍ୱ ବାଇପୋଲାର ଦିବସ ପାଳନ କରାଯାଏ । ଏହି ରୋଗ ବିରୋଧରେ ସଚେତନତା ପ୍ରଚାର କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ । ଇଂଟରନ୍ୟାସନାଲ ବାଇପୋଲାର ଫାଉଣ୍ଡେସନ ( ଆଇବିପିଏଫ ), ଏସିଆନ ନେଟୱର୍କ ଅଫ୍ ବାଇପୋଲାର ଡିଜଅର୍ଡର ( ଏଏନବିଡି ) ଓ ଇଂଟରନ୍ୟାସନାଲ ସୋସାଇଟି ଫର୍ ବାଇପୋଲାର ଡିଜଅର୍ଡର୍ସ ( ଆଇଏସବିଡି)ର ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଏ । ବିଶ୍ୱରେ ପାଖାପାଖି ୪୫ ମିଲିଅନ ଲୋକ ଏହି ବିକାରରେ ପୀଡିତ । ତେବେ ବାଇପୋଲାର ରୋଗ କ’ଣ ଓ ଏହାର କିପରି ଚିକିତ୍ସା କରାଯାଇପାରିବ ? ବରିଷ୍ଠ ମନସ୍ତତ୍ତ୍ୱବିତ୍ ଡକ୍ଟର ବୀଣା କ୍ରିଷନ ଏ ସଂପର୍କରେ ଆମକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ବାଇପୋଲାର ଡିଜଅର୍ଡର:-

ଡକ୍ଟର ବୀଣା କ୍ରିଷନଙ୍କ ମତରେ ବାଇପୋଲାର ଡିଜଅର୍ଡର ହେଉଛି ଏକ ମିଜାଜ୍ ବିଶୃଙ୍ଖଳା । ଏହା ମାନିଆ ବା ହାଇପୋମାନିଆ ଭାବେ ବି ପରିଚିତ । ଏହି ବିକାର ବା ବିଶୃଙ୍ଖଳାରେ ବ୍ୟକ୍ତିର ମିଜାଜରେ ବାରମ୍ବାର ପରିବର୍ତ୍ତନ ହୋଇଥାଏ, ଯାହାକୁ ଇଂରାଜୀରେ ମୁଡ୍ ସ୍ୱିଙ୍ଗ୍ କୁହାଯାଏ । ମୁଡ୍ ଚେଞ୍ଜ୍‌ର ଅବଧି କିଛି ଦିନ ବା ବେଳେବେଳେ କିଛି ମାସ ହୋଇଥାଏ । ବେଳେବେଳେ ସଂପୃକ୍ତ ବ୍ୟକ୍ତି ଅତ୍ୟଧିକ ଶକ୍ତିମାନ ଅନୁଭବ କରିଥାଏ ତ ଆଉ କେତେବେଳେ ନ ଥକି ଦିନରାତି ଅବିରତ ଭାବେ କାମ କରି ଚାଲିଥାଏ । ଅନ୍ୟପଟେ ଏହି ବାଇପୋଲାର ରୋଗୀ କୌଣସି କାରଣ ନ ଥାଇ ଗଭୀର ଅବସାଦରେ ବୁଡି ରହିଥାଆନ୍ତି । ଏଭଳି ସ୍ଥିତିରେ ପରିବର୍ତ୍ତନକୁ ହାଇପୋମାନିଆ ବୋଲି କୁହାଯାଇଥାଏ । ଯଦି ବାଇପୋଲାର ଡିଜଅର୍ଡରର ଠିକ୍ ସମୟରେ ଚିହ୍ନଟ ହୁଏ, ତାହା ହେଲେ ବିଭିନ୍ନ ଥେରାପି ଓ ଔଷଧୀ ଚିକିତ୍ସା ଦ୍ୱାରା ସ୍ଥିତି ନିୟନ୍ତ୍ରଣ କରାଯାଇପାରେ । ଏହା ନ ହେଲେ ରୋଗୀର ସ୍ଥିତି ବିଗିଡି ଯାଏ । ରୋଗୀର ମନରେ ଆତ୍ମହତ୍ୟା ଭାବନା ସୃଷ୍ଟି ହୁଏ । ସେ ନିଜର କ୍ଷତିସାଧନ କରିବାକୁ ପଛାଏ ନାହିଁ । ବିଶେଷଜ୍ଞମାନେ କହନ୍ତି ଯେ, ଏହି ବିକାର ବା ବିଶୃଙ୍ଖଳାରେ ପୀଡିତ ବ୍ୟକ୍ତି ଚାହିଁଲେ ବି ନିଜର ଅସ୍ୱାଭାବିକ ବ୍ୟବହାରକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ ।

ବାଇପୋଲାର ଡିଜଅର୍ଡରର ଲକ୍ଷଣ:-

  • ନିଦ୍ରାହୀନତା
  • ଚିନ୍ତା, ରାଗ, ଉତ୍ତେଜନା,ଅବସାଦ ଓ କ୍ଲାନ୍ତି
  • ଚିଡଚିଡାପଣ
  • ସ୍ମୃତି ବିଭ୍ରମତା
  • ଠିକ୍ ଶୈଳୀରେ କୌଣସି କାମ କରି ନ ପାରିବା
  • ଅନ୍ୟଲୋକଙ୍କ ସହ କଥାବାର୍ତ୍ତାରେ ସମସ୍ୟା
  • କୌଣସି କାମ କରିବା ପାଇଁ ଅନାଗ୍ରହ, ଶକ୍ତିହୀନତା
  • ସର୍ବଦା ଭାବନା ରାଜ୍ୟରେ ବୁଡିରହିବା, ନିଜ ଭାବନାକୁ ନିୟନ୍ତ୍ରଣ ନ ରଖିବା
  • ନିଶା ଔଷଧ ପ୍ରତି ଆସକ୍ତି
  • ଅଦରକାରୀ ସାମଗ୍ରୀ କିଣା ଓ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନ ରଖିବା
  • ଖାଦ୍ୟ ନ ଖାଇବା ବା ଖୁବ୍ କମ ଖାଇବା
  • କିଛି କଥା ବାରମ୍ବାର କହିବା ଓ ଦ୍ରୁତ ଭାବେ କହିବା
  • ନିଜର କ୍ଷତିସାଧନ କରୁଥିବା କାର୍ଯ୍ୟ କରିବା । ଯେମିତିକି ତ୍ୱଚାକୁ ଜଳାଇବା ଓ କାଟିବା, ଅଧିକ ଡୋଜ୍‌ର ଔଷଧ ସେବନ ଇତ୍ୟାଦି
  • ବାରମ୍ବାର ଆତ୍ମଘାତୀ ଭାବନା ଆସିବା
  • ଅଥୟ ପଣ ବା ବିଶୃଙ୍ଖଳିତ ଆଚରଣ ଏବଂ ଅସାବଧାନତା
  • ଲୋକଙ୍କ ପାଖରେ ଥିଲେ ବି ଏକାକୀ ମନେ କରିବା
  • ଏକାକୀ ରହିବାରେ ଭୟ

ବାଇପୋଲାର ଡିଜଅର୍ଡରର କାରଣ

ଅନେକ ମାମଲାରେ ମସ୍ତିଷ୍କର ଶାରୀରିକ ପରିବର୍ତ୍ତନ ଏହି ଡିଜଅର୍ଡର ପାଇଁ ଦାୟୀ । ଏଥିସହ ନ୍ୟୁରୋଟ୍ରାନ୍ସମିଟରରେ ଅସନ୍ତୁଳନ ବା ଆମ ମସ୍ତିଷ୍କରେ ଥିବା କେମିକାଲ ବି ଏହି ସ୍ଥିତି ସୃଷ୍ଟି କରିପାରେ । ବ୍ୟବହାରଗତ କାରଣ ସଂପର୍କରେ ଡକ୍ଟର ବୀଣା କ୍ରିଷ୍ଣନ କହନ୍ତି ଯେ, ଅନ୍ୟମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ତୁଳନା କରିବା ହିଁ ମଣିଷର ଅଭ୍ୟାସ । ଏହି ତୁଳନା ଏକ ପ୍ରକାର ବ୍ୟବହାରଗତ ବିଶୃଙ୍ଖଳା ସୃଷ୍ଟି କରିଥାଏ । ବେଳେବେଳେ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଷ୍ଟାଟସ୍ ମଧ୍ୟ ତୁଳନାର ଭିତ୍ତି ହୋଇଥାଏ । ଲୋକଙ୍କ ମଧ୍ୟରେ ଏହି ତୁଳନାତ୍ମକ ବ୍ୟବହାର ଏକ ପ୍ରକାର ଅସୁରକ୍ଷିତ ମନୋଭାବ ଓ ହୀନମନ୍ୟତା ସୃଷ୍ଟି କରିଥାଏ । ଏହା ବାଇପୋଲାର ଡିଜଅର୍ଡରର ମୁଖ୍ୟ କାରଣ ମଧ୍ୟରେ ଅନ୍ୟତମ ।

ଏହାଛଡା ଆବଶ୍ୟକତାଠାରୁ ଅଧିକ ପରିମାଣରେ ଔଷଧ ସେବନ ମଧ୍ୟ ବାଇପୋଲାର ବିଶୃଙ୍ଖଳାର କାରଣ ହୋଇଥାଏ । ଅଧିକ ଚିନ୍ତା ଓ ଅବସାଦ ଦ୍ୱାରା ବି ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ । ବାଇପୋଲାର ଡିଜଅର୍ଡର ଜେନେଟିକ୍ ଡିଜିଜ ଶ୍ରେଣୀଭୁକ୍ତ ବୋଲି ଡକ୍ଟର ବୀଣା କ୍ରିଷ୍ଣନ କହନ୍ତି ।

ଚିକିତ୍ସା:-

ଇସିଟି ଓ ଟକ୍ ଥେରାପି ଭଳି ଫ୍ୟାମିଲି ଥେରାପି ସହାୟତାରେ ଏମଏଚପି ମେଂଟାଲ ହେଲ୍‌ଥର ପରୀକ୍ଷା କରି ବାଇପୋଲାର ରୋଗୀଙ୍କ ଚିକିତ୍ସା କରାଯାଇପାରିବ । ଏହାଛଡା ଇଲେକଟ୍ରୋକନଭଲସିଭ୍ ଥେରାପି ଓ ଅନ୍ୟାନ୍ୟ ଥେରାପି ସହ ମୁଡ୍ ଷ୍ଟାବିଲାଇଜର ଏବଂ ଆଂଟିଡିପ୍ରେସାଂଟ୍ ଔଷଧ ସହାୟତାରେ ବାଇପୋଲାର ରୋଗୀଙ୍କୁ ଚିିକିତ୍ସା କରାଯାଇପାରେ ।

କ’ଣ କରିବେ, କ’ଣ ନାହିଁ:-

  • ଚିନ୍ତା ବାଇପୋଲାର ଡିଜଅର୍ଡରର ମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ । ତେଣୁ ଚିନ୍ତାମୁକ୍ତ ରହନ୍ତୁ ।
  • ନିଶା ଔଷଧ ଓ ନାର୍କୋଟିକ୍ସଠାରୁ ଦୂରରେ ରହନ୍ତୁ । ଅତ୍ୟଧିକ ମଦ୍ୟପାନ ଓ ନିଶା ଔଷଧରୁ ଦୂରରେ ରହନ୍ତୁ । କାରଣ ଏସବୁ ଚିନ୍ତା ଦୂର କରିବା ପରିବର୍ତ୍ତେ ବଢାଇଥାଏ ।
  • ନିୟମିତ ଯୋଗ, ଧ୍ୟାନ ଓ ବ୍ୟାୟାମ କରନ୍ତୁ ।
  • ପ୍ରଚୁର ଶୁଅନ୍ତୁ । ନିଦ୍ରାହୀନତା ମଧ୍ୟ ବାଇପୋଲାର ଡିଜଅର୍ଡରର ଏକ କାରଣ ।
  • ସନ୍ତୁଳିତ ରୁଟିନ୍ ଆପଣାନ୍ତୁ ଓ ସନ୍ତୁଳିତ ଆହାର ଖାଆନ୍ତୁ
  • ସକାରାତ୍ମକ ଚିନ୍ତାଧାରା ସହ ଆଶାବାଦୀ ରହନ୍ତୁ ।

ABOUT THE AUTHOR

...view details