ହାଇଦ୍ରାବାଦ:କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ । ମହିଳାମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । PCOS ପରି ସମସ୍ୟାକୁ ଅଣଦେଖା କରିବା ଭବିଷ୍ୟତରେ ଅନେକ ପ୍ରକାରର ସମସ୍ୟାକୁ ବୃଦ୍ଧି କରିପାରେ । ତେବେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମରେ ପୀଡିତ ମହିଳାମାନେ 45 ବର୍ଷ ବୟସ ପୂର୍ବରୁ ମେନୋପୋଜ ହେବାର ସମ୍ଭାବନା ଅଧିକ ଥାଏ ।
ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମରେ ବିଭିନ୍ନ ପ୍ରକାରର ସଙ୍କେତ ଏବଂ ଲକ୍ଷଣ ଥାଏ । ଯେପରିକି ମନୋବଳ ପରିବର୍ତ୍ତନ, ଫୁଡ କ୍ରାବିଂ, ଥକ୍କା ଲାଗିବା, କ୍ରୋଧ ଏବଂ ଉଦାସୀନତା ଇତ୍ୟାଦି । ଡାକ୍ତରମାନେ ଆକଳନ କରିଛନ୍ତି ଯେ ଚାରିଜଣ ମହିଳାଙ୍କ ମଧ୍ୟରୁ ତିନିଜଣ ଋତୁସ୍ରାବ ସମୟରେ ପ୍ରିପ୍ରିମେନଷ୍ଟ୍ରୁଆଲ ଡିସଅର୍ଡର୍ (PMD) ଅନୁଭବ କରିପାରନ୍ତି । ବିଶେଷଜ୍ଞ କୁହନ୍ତି ଯେ, ସମସ୍ତ ମହିଳା ଏଭଳି ବିପଦ ବିଷୟରେ ସଚେତନ ହେବା ଆବଶ୍ୟକ, ଏହି ସମସ୍ୟାକୁ ଅଣଦେଖା କଲେ ଭବିଷ୍ୟତରେ ବିପଦ ବୃଦ୍ଧି ହୋଇପାରେ । କମ ବୟସରେ ମେନାପୋଜ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନି କାରକ ବୋଲି କୁହାଯାଇଛି ।
ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ ଏବଂ ସମୟ ପୂର୍ବରୁ ମେନୋପୋଜ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକାଂଶ ଭାରତୀୟ ମହିଳାଙ୍କର 50-55 ବର୍ଷ ବୟସ ମଧ୍ୟରେ ମେନୋପୋଜ୍ ହୋଇଥାଏ । କିନ୍ତୁ କିଛି ମହିଳାଙ୍କର କେତେକ ସମସ୍ୟା ହେତୁ ସମୟରେ ପରିବର୍ତ୍ତନ ହୋଇଥାଏ । ଜାମା ନେଟୱାର୍କ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମରେ ପୀଡିତ ମହିଳାମାନଙ୍କର ଅନେକ ପ୍ରକାରର ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଅନୁସନ୍ଧାନକାରୀମାନେ 3,600 ରୁ ଅଧିକ ଅଂଶଗ୍ରହଣକାରୀଙ୍କ ତଥ୍ୟ ଅଧ୍ୟୟନ କରାଯାଇଥିଲା ।