ଓଡିଶା

odisha

‘ଏକାଧିକ ପାର୍ଟନର ଥିବା ମହିଳାଙ୍କ ଯୌନରୋଗ ସମ୍ଭାବନା କମ୍‌’

ଯେଉଁ ମହିଳାମାନଙ୍କର ଏକାଧିକ ପାର୍ଟନର ଥାଆନ୍ତି । ସେମାନଙ୍କ ଯୌନ ଜୀବନ ଉନ୍ନତ ରହିଥାଏ । ସେହି ମହିଳାମାନେ ଜୀବନରେ ଯୌନ ରୋଗରେ ପୀଡିତ ହେବା ସମ୍ଭାବନା କମ । ଅଧିକ ପଢନ୍ତୁ....

By

Published : Jan 10, 2021, 5:16 PM IST

Published : Jan 10, 2021, 5:16 PM IST

‘Women with more partners less likely to face sexual dysfunction’
‘ଏକାଧିକ ପାର୍ଟନର ଥିବା ମହିଳାଙ୍କ ଯୌନ ରୋଗ ସମ୍ଭାବନା କମ୍‌’

ଯେଉଁ ମହିଳାମାନଙ୍କର ଏକାଧିକ ପାର୍ଟନର ଥାଆନ୍ତି, ତାହା ହେଲେ ସେମାନଙ୍କ ଯୌନ ଜୀବନ ଉନ୍ନତ ରହିଥାଏ । ସେହି ମହିଳାମାନେ ଜୀବନରେ ଯୌନ ରୋଗରେ ପୀଡିତ ହେବା ସମ୍ଭାବନା କମ ବୋଲି ଏକ ନୂଆ ଅଧ୍ୟୟନରେ ଗବେଷକମାନେ ଦାବି କରିଛନ୍ତି । ଏହାର ବୀପରିତ,ଯେଉଁ ମହିଳାମାନେ ଯୌନ କାର୍ଯ୍ୟକଳାପରେ ବ୍ୟଗ୍ରତାପୂର୍ଣ୍ଣ ବ୍ୟବହାର କରନ୍ତି ଓ ଯେଉଁମାନଙ୍କର ତୀବ୍ର ମେନୋପଜ୍ ଲକ୍ଷଣ ଥାଏ,ସେମାନଙ୍କ ଉପରେ ଯୌନ ରୋଗ ବିପଦ ଅଧିକ ଥାଏ ବୋଲି କୁହାଯାଇଛି ।

ଗବେଷକମାନଙ୍କ ଅନୁସାରେ ଯୌନ ରୋଗ ବା ବିକୃତି ସାଧାରଣତଃ ମେନୋପଜ୍ ଟ୍ରାଂଜିସନ ସହ ଆସିଥାଏ । କିନ୍ତୁ ସବୁ ମହିଳାଙ୍କ ଏଭଳି ଅବସ୍ଥା ହୋଇ ନ ଥାଏ । ମେନୋପଜ୍ : ଦି ଜର୍ନାଲ ଅଫ୍ ଦି ନର୍ଥ ଆମେରିକାନ ମେନୋପଜ ସୋସାଇଟି (ଏନଏଏମଏସ )ରେ ପ୍ରକାଶିତ ଗବେଷଣାତ୍ମକ ରିପୋର୍ଟରେ ମହିଳାଙ୍କ ଯୌନ ରୋଗର ବିଭିନ୍ନ କାରଣ ସଂପର୍କରେ ଉଲ୍ଲେଖ କରାଯାଇଛି । ଏହାର ଚିକିତ୍ସା ପାଇଁ ହରମୋନ ଥେରାପିର ପ୍ରଭାବ କେତେ ଓ ତାହା ସ୍ଥିର କରିବା ପାଇଁ ରିପୋର୍ଟରେ କୁହାଯାଇଛି । ଏସବୁର ଫଳାଫଳ ପୂର୍ବରୁ କରାଯାଇଥିବା ଅଧ୍ୟୟନ ସହ ମେଳ ଖାଉଛି ।

୪ଟି ମୁଖ୍ୟ କାରଣ ଉପରେ ଗୁରୁତ୍ବ ଦିଆଯାଇଛି । ସମ୍ଭୋଗକୁ ସର୍ବାଧିକ ଗୁରୁତ୍ବ, ଯୌନ ସଂପର୍କ ପ୍ରତି ସକାରାତ୍ମକ ଆଭିମୁଖ୍ୟ, ଗୋଟିଏ ପାର୍ଟନର ସହ ସନ୍ତୋଷ ଓ ମେନୋପଜ ସହ ଜଡିତ କମ ସଂଖ୍ୟକ ଜେନିଟୋରିନାର ଲକ୍ଷଣ ମହିଳାଙ୍କୁ ଯୌନ ରୋଗ ବା ସେକ୍ସୁଆଲ ଡିସଫଙ୍କସନରୁ ମୁକ୍ତି ଦେଇଥାଏ । ନର୍ଥ ଆମେରିକାନ ମେନୋପଜ୍ ସୋସାଇଟିର ମେଡିକାଲ୍ ଡିରେକ୍ଟର ଗବେଷକ ଷ୍ଟିଫାନି ଫୋଉବିନ ଏହି ଦାବି କରନ୍ତି । ଅଧ୍ୟୟନ ରିପୋର୍ଟ ପାଇଁ ଗବେଷକମାନେ ୪୫ରୁ ୫୫ ବର୍ଷ ବୟସ୍କର ୨ ଶହ ମହିଳାଙ୍କୁ ସଂପୃକ୍ତ କରିଥିଲେ । ହରମୋନ ଥେରାପି ଦ୍ବାରା ଯୌନ ରୋଗ ବିପଦ ହ୍ରାସ ହୋଇ ନଥାଏ କି ଯୌନ ଆଚରଣରେ ପ୍ରମୁଖ ଭୂମିକା ଗ୍ରହଣ କରି ନ ଥାଏ । ତେବେ, ହରମୋନ ଥେରାପି ବ୍ୟବହାର କରୁଥିବା ମହିଳାମାନଙ୍କ ‘ବଡି ଏଷ୍ଟିମ’ ଯୌନ କାର୍ଯ୍ୟକଳାପ ବେଳେ ଅଧିକ ରହେ ।

ସକାରାତ୍ମକ ଯୌନ ଅଭିଜ୍ଞତା ମହିଳାଙ୍କୁ ସେମାନଙ୍କର ଯୌନଗତ ଆଚରଣ ବଜାୟ ରଖିବାରେ ସହାୟକ ହୋଇଥାଏ । ଏହା ବେଶ ଗୁରୁତ୍ବପୂର୍ଣ୍ଣ ଦିଗ । ଯୌନ କାର୍ଯ୍ୟକଳାପ ପ୍ରତି ଭଲ ଆଭିମୁଖ୍ୟ, ବଡି ଇମେଜ, ଅନ୍ତରଂଗ ସଂପର୍କ ବେଶ ମହତ୍ତ୍ବ ରଖେ ବୋଲି ଅଧ୍ୟୟନରେ କୁହାଯାଇଛି ।

ABOUT THE AUTHOR

...view details