ହାଇଦ୍ରାବାଦ:କିଛି ମହିଳା ଅଧିକ ଦିନ ବଞ୍ଚୁଥିବା ବେଳେ କିଛି ଜଣ କମ ଦିନ ବଞ୍ଚିଥାଆନ୍ତି। ତେବେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଜୀବନରେ ଅନେକ ଜଟିଳତା ରହିଥାଏ ବୋଲି କୁହାଯାଏ। ଋତୁସ୍ରାବ ନାରୀତ୍ବର ପରିଚୟ ବୋଲି କୁହାଯାଏ। ପ୍ରାୟତଃ 12ରୁ 15 ବର୍ଷ ବୟସରେ ପ୍ରତ୍ୟେକ ମହିଳାଙ୍କର ଋତୁସ୍ରାବ ଆରମ୍ଭ ହୋଇଥାଏ ଏବଂ 40ରୁ 50 ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥାଏ ।
ଯେତେବେଳେ 40ରୁ 50 ବର୍ଷ ବୟସରେ ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବ ବନ୍ଦ ହୁଏ ତାହାକୁ ମେନୋପୋଜ କୁହାଯାଏ। ଏହା ଏକ ପ୍ରାକୃତିକ ପ୍ରକ୍ରିୟାରେ ଅନେକ ହରମୋନରେ ଅହେତୁକ ପରିବର୍ତ୍ତନ ହୋଇଥାଏ । ଋତୁସ୍ରାବର ଆରମ୍ଭ ଏବଂ ମେନୋପୋଜର ସମୟ ମହିଳାଙ୍କଠାରୁ ଭିନ୍ନ ହୋଇଥାଏ। ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ, ମହିଳାଙ୍କ ବୟସ ଋତୁସ୍ରାବ ଏବଂ ମେନୋପୋଜ ସହିତ ସିଧାସଳଖ ଜଡ଼ିତ । ତେବେ ଯେଉଁମାନଙ୍କର ଋତୁସ୍ରାବ ବିଳମ୍ବରେ ଆରମ୍ଭ ହୁଏ ଏବଂ ମେନୋପୋଜ ବିଳମ୍ବରେ ହୁଏ, ଉକ୍ତ ମହିଳାମାନେ 90 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଆନ୍ତି ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି ।
16 ହଜାର ମହିଳାଙ୍କୁ ନେଇ କରାଯାଇଥିଲା ଅଧ୍ୟୟନ:ଏକ ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ମହିଳାଙ୍କ ଶୀଘ୍ର ଋତୁସ୍ରାବ ଏବଂ ମନୋପୋଜ ହୋଇଥାଏ, ଏମାନଙ୍କ ତୁଳନାରେ ଯେଉଁ ମହିଳାଙ୍କ ଋତୁସ୍ରାବ ଏବଂ ମେନାପୋଜ୍ ବିଳମ୍ବ ହୋଇଥାଏ ସେମାନେ ଅଧିକ ଦିନ ବଞ୍ଚିଥାଆନ୍ତି ବୋଲି କୁହାଯାଇଛି । ପ୍ରଜନନ ପ୍ରକ୍ରିୟା ଜଣଙ୍କର ବୟସ ସହ ଜଡ଼ିତ ଥିବାରୁ ଏହାର ପ୍ରଭାବ ଆୟୁ ଉପରେ ମଧ୍ୟ ପଡ଼ିଥାଏ । ଏହା ହେଉଛି ପ୍ରଥମ ଅନୁସନ୍ଧାନ ଯେଉଁଥିରେ କି ମହିଳାଙ୍କ ପ୍ରଜନନ ପ୍ରକ୍ରିୟା ଏବଂ ବୟସକୁ ବିସ୍ତୃତ ଭାବରେ ବିଶ୍ଳେଷଣ କରାଯାଇଛି । ଏହି ଅଧ୍ୟୟନରେ, 16251 ମହିଳାଙ୍କ ପ୍ରଜନନ ପ୍ରକ୍ରିୟା ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥିଲା । କିନ୍ତୁ ଏହାକୁ ନେଇ ଅଧ୍ୟୟନ ଆବଶ୍ୟକ ବୋଲି କୁହାଯାଇଛି ।