ଓଡିଶା

odisha

By

Published : Mar 29, 2023, 5:12 PM IST

ETV Bharat / sukhibhava

କାହିଁକି ଘାତକ ସାଜୁଛି ଜିମ୍, ଜାଣନ୍ତୁ ବ୍ୟାୟାମ ସମୟରେ ହୃଦ୍‌ଘାତ ପଛର କାରଣ

ବ୍ୟାୟାମ ସ୍ବାସ୍ତ୍ୟ ପାଇଁ ଆବଶ୍ୟକ ଥିଲେ ମଧ୍ୟ ବେଳେବେଳେ ଏହି ଅଭ୍ୟାସ ଜୀବନ ନେଇଯାଏ । କାହିଁକି ଜିମ୍‌ କରୁଥିବା ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି, ଜାଣନ୍ତୁ ଏହାର କାରଣ

Etv Bharat
Etv Bharat

ହାଇଦ୍ରାବାଦ: ବ୍ୟାୟାମ କରିବା ଦ୍ୱାରା ଶାରୀରିକ ସୁସ୍ଥତା ବଜାୟ ରହିଥାଏ । ଏହାର ସୁପ୍ରଭାବ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହାସହ ଶାରୀରିକ ବ୍ୟାୟାମ ମଧ୍ୟ ରୋଗ ବିପଦରୁ ରକ୍ଷା କରିଥାଏ । ମାତ୍ର ଅତ୍ୟଧିକ ବ୍ୟାୟାମ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ । ଆଜି କାଲିର ଯୁବପିଢି କମ୍ ଦିନ ମଧ୍ୟରେ ଏକ ଆକର୍ଷଣୀୟ ଚେହେରା ପାଇଁ ଦିନ-ରାତି ବ୍ୟାୟାମରେ ଲାଗି ପଡୁଛନ୍ତି ।

ହେଲେ ଏହି ଅଭ୍ୟାସ ଆଦୌ ଭଲ ନୁହେଁ । କାରଣ ଆମେ ଅଧିକାଂଶ ସମୟରେ ଭାଇରାଲ୍ ଭିଡିଓରେ ଦେଖୁଛନ୍ତି ଜିମ୍‌ରେ ଲୋକଙ୍କର ଜୀବନ ଚାଲି ଯାଉଛି । ଅନେକ ବଲିଉଡ୍ ଅଭିନେତା ମଧ୍ୟ ଜିମ୍‌ରେ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି । ତେବେ ଅଧିକ ବ୍ୟାୟାମ କରିବା ଦ୍ବାରା କାହିଁକି ଓ କିପରି ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ, ଜାଣନ୍ତୁ

ଅତ୍ୟଧିକ ବ୍ୟାୟାମ ବିପଜ୍ଜନକ:ହୃଦ୍‌ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଆପଣ ସଠିକ୍ ବ୍ୟାୟାମ କରନ୍ତି, ତେବେ ଶରୀରକୁ ଅନେକ ରୋଗରୁ ରକ୍ଷା କରିପାରିବେ । ଜିମ୍ ଯିବା ଏବଂ ଅତ୍ୟଧିକ ବ୍ୟାୟାମ କରିବା ମଧ୍ୟ କ୍ଷତିକାରକ ହୋଇପାରେ । ତେଣୁ ଯେତେବେଳେ ବି ବ୍ୟାୟାମ କରନ୍ତି, ସତର୍କତା ସହିତ କରନ୍ତୁ ।

ଗୋଟିଏ ସପ୍ତାହରେ କେତେ ବ୍ୟାୟାମ କରିବା ଉଚିତ୍:ହୃଦରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ୟାୟାମ ପ୍ରତିଦିନ କରାଯିବା ଉଚିତ ନୁହେଁ । ଯଦି ଏକ ଫିଟନେସ୍ ଫ୍ରିକ୍(ବ୍ୟାୟାମରେ ବ୍ଯସ୍ତ ଥିବା ଏବଂ ଫିଟ୍ ରହିବାକୁ ବ୍ୟାକୁଳ ଥିବା ବ୍ୟକ୍ତି), ତେବେ ସପ୍ତାହରେ ମାତ୍ର 3ରୁ 4 ଦିନ ବ୍ୟାୟାମ କରନ୍ତୁ । ଯେତେବେଳେ ବି ବ୍ୟାୟାମ କରୁଛନ୍ତି, ବ୍ୟାୟାମର ଷ୍ଟ୍ରେନ୍‌ରୁ ସୁସ୍ଥ ହେବାକୁ ଶରୀରକୁ ସମୟ ଦିଅନ୍ତୁ । କାରଣ ଯଦି ଶରୀର ସୁସ୍ଥ ହେବା ପାଇଁ ପର୍ଯ୍ୟାପ୍ତ ସମୟ ନପାଏ, ତେବେ ବ୍ୟାୟାମ କରିବାର କୌଣସି ସୁଫଳ ପଡେ ନାହିଁ । ଯଦି ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି ଏବଂ ବିଶ୍ରାମ ନେଉ ନାହାଁନ୍ତି, ତେବେ କ୍ରମାଗତ ବ୍ୟାୟାମ କରିବା ହରମନ୍ ସ୍ତରକୁ ଖରାପ କରିପାରେ । ଏହି କାରଣରୁ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିପଦରେ ପଡ଼ିପାରେ ।

ଜିମରେ କେତେ ବ୍ୟାୟାମ କରିବା ଉଚିତ୍:ବିଶେଷଜ୍ଞଙ୍କ କହିବା ଅନୁସାରେ, ଜିମ୍ ଯାଉଥିଲେ ମଧ୍ୟ ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଅତ୍ୟଧିକ ଜିମ୍ କରିବା ମଧ୍ୟ ବିପଜ୍ଜନକ ହୋଇପାରେ । ଯଦି ଜିମ୍ ଯାଉଛନ୍ତି ତେବେ ପ୍ରତିଦିନ 7-8 ଘଣ୍ଟା ଶୋଇବା ଉଚିତ୍ । କାରଣ ନିଦ୍ରାହୀନତା ସହ ଜିମ୍ କରିବା ଜୀବନ ନେଇପାରେ । ଜିମ୍‌କୁ ଏକ ଫ୍ୟାଶନ୍ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ । ଏପରି ମନୋଭାବ ଅନୁସାରେ, ବିନା ରୁଟିନ୍‌ରେ ଜିମ୍ କରିବା ଶରୀରରେ ଅନେକ ପ୍ରକାରର ବିପଦ ସୃଷ୍ଟି କରିପାରେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details