ଓଡିଶା

odisha

ETV Bharat / sukhibhava

Brushing Teeth: ବ୍ରସ ନକରି ଖାଦ୍ୟ ଖାଉଥିଲେ ସାବଧାନ! ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ଯା

ବ୍ରସ ନକରି ଖାଦ୍ୟ ଖାଉଥିଲେ ସାବଧାନ ! ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ଯା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Oct 11, 2023, 2:12 PM IST

Brushing Teeth
Brushing Teeth

ହାଇଦ୍ରାବାଦ:ସୁସ୍ଥ ରହିବାକୁ ହେଲେ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ। ଓରାଲ ହେଲଥ ତଥା ପାଟିର ଯତ୍ନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଠିକ ସମୟରେ ପାଟିର ଯତ୍ନ ନେବା ଦ୍ବାରା ଅନେକ ରୋଗରୁ ରକ୍ଷା କରାଯାଇ ପାରିବ ବୋଲି କୁହାଯାଇଥାଏ। ତେବେ ଓରାଲ ହେଲଥକୁ ଠିକ ରଖିବାକୁ ହେଲେ ଦିନକୁ 2 ଥର ଦାନ୍ତ ଘସିବା ବା ବ୍ରସ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କମାନେ ପରାମର୍ଶ ଦେଇଥାଆନ୍ତି । କାରଣ ବ୍ରସ କରିବା ଜୀବାଣୁ ପାଟି ଦେଇ ପେଟରେ ପ୍ରବେଶ କରିପାରନ୍ତି ନାହିଁ । ଫଳରେ ଶରୀର ସୁସ୍ଥ ରହିଥାଏ। କିନ୍ତୁ ଆଜି ମଧ୍ୟ ଅନେକ ଲୋକ ଏନେଇ ଅସାବଧାନତା ଅବଲମ୍ବନ କରିଥାଆନ୍ତି ଏବଂ ବ୍ରସ ନକରି ଖାଦ୍ୟ ଗ୍ରହଣ କରିଥାଆନ୍ତି। ଦାନ୍ତ ନଘଷି ଚା' ଜଳଖିଆ ଖାଇଥାଆନ୍ତି। ତେବେ ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ତେବେ ଆପଣଙ୍କର ଏଭଳି ଅଭ୍ୟାସ ରହିଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ତେବେ ଜାଣନ୍ତୁ ଦାନ୍ତ ନଘଷି ଖାଦ୍ୟ ଖାଇବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡିଥାଏ।

ଏହା ମଧ୍ୟ ପଢନ୍ତୁ: ରାତିରେ ଦାନ୍ତ ନଘଷି ଶୋଉଛନ୍ତି କି ? ହୋଇପାରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା

ବ୍ରସ ନକରି ଖାଇବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡେ:

  • ସକାଳୁ ଉଠିବା ସମୟରେ ବ୍ୟାକ୍ଟେରିଆ ପାଟିରେ ଜମା ହୋଇ ରହିଥାଏ। ବ୍ରସ ନକରି ଖାଇବା ଦ୍ବାରା ବ୍ୟାକ୍ଟେରିଆ ପେଟକୁ ପ୍ରବେଶ କରିଥାଏ। ଏହା ଦ୍ବାରା ଦିନସାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ପେଟ ମଧ୍ୟ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ପ୍ରଥମେ ସକାଳୁ ଉଠିବା ମାତ୍ରେ ବ୍ରସ କରିବା ଆବଶ୍ୟକ ବୋଲି କୁହାଯାଇଛି।
  • ସକାଳେ ବ୍ରସ ନକରି ଖାଇବା ଦ୍ବାରା ମାଢ଼ି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ବ୍ରସ ନକରିବା ଖାଇବା ଦ୍ବାରା ମାଢ଼ି ଦୁର୍ବଳ ହେବା ସହିତ କ୍ଷତ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ। କେତେକ କ୍ଷେତ୍ରରେ ରକ୍ତସ୍ରାବ ହେବାର ସମ୍ଭାବନା ମଧ୍ୟ ରହିଥାଏ। ସଂକ୍ରମଣ ଆଶଙ୍କା ଅଧିକ ରହିଥିବା ବେଳେ ମାଢ଼ି ମଧ୍ୟ ଦୁର୍ବଳ ହୋଇଥାଏ। ଅକାଳରେ ଦାନ୍ତ ଉପୁଡିଯିବାର ସମ୍ଭାବନା ମଧ୍ୟ ରହିଥାଏ।
  • ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି କେହି ସକାଳେ ଦାନ୍ତ ଘଷନ୍ତି ନାହିଁ ତେବେ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ । ଦାନ୍ତରେ ଜମା ହୋଇଥିବା ପ୍ଲେକ୍, ଜୀବାଣୁ ଏବଂ ମଇଳା ଶରୀରରେ ପ୍ରବେଶ କରି ହୃଦୟର ଶିରାକୁ ବ୍ଲକେଜ୍‌ କରିଥାଏ । ଫଳରେ ହୃଦୟର ରକ୍ତ ସଞ୍ଚାଳନ କମ ହୋଇଥାଏ। ଏଭଳି ପରିସ୍ଥିତିରେ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ ।

ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧିରିତ ଖବର।

ABOUT THE AUTHOR

...view details