ଆଜିକାଲି ଅନେକ ଲୋକ ପିଠି ଓ ତଳିପିଠିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରନ୍ତି । ବିଶେଷକରି ୪୦ ବର୍ଷ ବୟସ ପରେ ଏହି ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଅସନ୍ତୁଳିତ ଜୀବନଶୈଳୀ, ଭୁଲ ଭାବେ ବସିବା ଓ ହାଡ ଏବଂ ସ୍ନାୟୁରେ ସମସ୍ୟା ଏଭଳି ଯନ୍ତ୍ରଣାର କାରଣ । ଏଭଳି ଯନ୍ତ୍ରଣା କଥା ଉଠିଲେ ‘ସିଆଟିକା’ ଶବ୍ଦ ମନକୁ ଆସିଥାଏ । ସିଆଟିକା ସହ ସମସ୍ତେ ଉଣା ଅଧିକେ ପରିଚିତ । ‘ସିଆଟିକା’ ବି ପିଠି ଯନ୍ତ୍ରଣାର କାରଣ ହୋଇଥାଇପାରେ । ଆମ ଶରୀରରେ ‘ସିଆଟିକା’ ସ୍ନାୟୁରେ ସମସ୍ୟା ଥିଲା ଏପରି ହୁଏ । ଏ ପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ଟିମ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ହେମ ଯୋଶୀଙ୍କ ସହ ଆଲୋଚନା କରିଥିଲା ।
ସିଆଟିକା କ’ଣ ?
ଡାକ୍ତର ଯୋଶୀ କହନ୍ତି ଯେ, ସିଆଟିକା ହେଉଛି ଶିରାରେ ହେଉଥିବା ଯନ୍ତ୍ରଣା । ଏହି ଯନ୍ତ୍ରଣା ଅଣ୍ଟାର ନିମ୍ନ ଭାଗରୁ ଆରମ୍ଭ ହୋଇ ଗୋଡର ନିମ୍ନ ଭାଗ ପର୍ଯ୍ୟନ୍ତ ଅନୁଭବ ହୁଏ । ସିଆଟିକ ହେଉଛି ଏକ ସ୍ନାୟୁର ନାମ ଯାହା ମେରୁଦଣ୍ଡରୁ ଆରମ୍ଭ ହୋଇ ଅଂଟା ଓ ନିତମ୍ବ ଦେଇ ଦୁଇ ଗୋଡକୁ ଯାଇଥାଏ । ଏହି ସ୍ନାୟୁରେ ଯେତେବେଳେ କୌଣସି ସମସ୍ୟା ସୃଷ୍ଟି ହୁଏ ବା କୌଣସି କାରଣରୁ ଶିରା ଦବିଯାଏ, ତାହା ହେଲେ ସିଆଟିକା ଯନ୍ତ୍ରଣା ଅନୁଭୂତ ହୁଏ । ସମସ୍ୟା ଆଗକୁ ବଢିଲେ ଯନ୍ତ୍ରଣା ସହ ପାଦରେ ଅସ୍ଥିରତା ଦେଖାଯାଏ । ଫୁଟ ଡ୍ରପ ବା ପାରାଲିସିସ ଭଳି ସ୍ଥିତି ସୃଷ୍ଟି ହୁଏ ବୋଲି ଡକ୍ଟର ଯୋଶୀ କହନ୍ତି ।
ସିଆଟିକାର ଲକ୍ଷଣ
ଡକ୍ଟର ଯୋଶୀ କହନ୍ତି ଯେ, ଯଦି ଆପଣ ପିଠି ବା ଗୋଟିଏ ଗୋଡରେ ପାଦ ପର୍ଯ୍ୟନ୍ତ ଯନ୍ତ୍ରଣା ଅନୁଭବ କରନ୍ତି, ତାହା ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ଲୋଡିବା ଦରକାର । କାରଣ ଏହା ସାମାନ୍ୟ ପିଠ ଯନ୍ତ୍ରଣା ପରିବର୍ତ୍ତେ ସିଆଟିକା ଯନ୍ତ୍ରଣା ହୋଇପାରେ । ସିଆଟିକାର ଆଉ କିଛି ଲକ୍ଷଣ ବି ରହିଛି। ଯଦି ଏ ସବୁ ଲକ୍ଷଣ ଦେଖାଯାଏ, ତାହା ହେଲେ ଯଥାଶାୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ସିଆଟିକାର କିଛି ଲକ୍ଷଣ ନିମ୍ନରେ ଦିଆଗଲା ।
. ଅଣ୍ଟାରୁ ପାଦ ଯାଏଁ ଭୀଷଣ ଦରଜ ହେବ। ଏପରକି ଅସହ୍ୟ ଯନ୍ତ୍ରଣା ଯୋଗୁଁ ଆପଣ ଚଳପ୍ରଚଳ ସୁଦ୍ଧା ହୋଇପାରିବେ ନାହିଁ ।
. ବସିଥିବା ବେଳେ କେବଳ ଗୋଟିଏ ପାର୍ଶ୍ବରେ ହିଁ ଯନ୍ତ୍ରଣା ।