ଓଡିଶା

odisha

ETV Bharat / sukhibhava

ବାରମ୍ବାର ଚେଷ୍ଟା ପରେବି ହ୍ରାସ ପାଉନି କି ଓଜନ, ଜାଣନ୍ତୁ କଣ ରହିଛି କାରଣ - କାହିଁକି ହ୍ରାସ ପାଏନି ଓଜନ

ଓଜନ ହ୍ରାସ କରି ଏକ ଉପଯୁକ୍ତ ଶାରୀରିକ ଗଠନ କିଏ ବା ନଚାହେଁ । ଏଥିପାଇଁ ଅନେକ ଲୋକ ଜିମ୍ ଯାଆନ୍ତି, ଡାଏଟ୍ ପ୍ଲାନ୍ ମଧ୍ୟ ଗ୍ରହଣ କରନ୍ତି । ତଥାପି କାହିଁକି ଓଜନ ହ୍ରାସ ପାଏନାହିଁ, ଜାଣନ୍ତୁ

Etv Bharat
Etv Bharat

By

Published : Apr 3, 2023, 1:48 PM IST

ହାଇଦ୍ରାବାଦ: ମେଦ ବହୁଳତା କେବଳ ଶାରୀରିକ ଗଠନ ଉପରେ ପ୍ରଭାବ ପକାଏନି, ବରଂ ଏହା ସ୍ବାସ୍ଥ୍ୟକୁ ବିଗାଡିଦିଏ । ଆଜିକାଲି ବହୁ ସଂଖ୍ୟକ ଲୋକେ ମେଦବହୁଳତା ତଥା ଅତ୍ୟଧିକ ଓଜନ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ରୋକିବା ପାଇଁ ଜିମ୍ ଯିବା ସହ ଡାଏଟ୍ ପ୍ଲାନ୍ ମଧ୍ୟ ଆପଣାଇଥାନ୍ତି । ତଥାପି ଓଜନ ନିୟନ୍ତ୍ରଣ ହେଉନଥିବା ଅଭିଯୋଗ କରନ୍ତି । ଏହାର ଅନେକ ଗୁଡିଏ କାରଣ ଥାଇପାରେ । ସେସବୁ କାରଣ କଣ, ଜାଣନ୍ତୁ

ଭୋଜନ ତ୍ୟାଗ: ଅନେକ ଲୋକ ଭାବନ୍ତି ଯେ, ଖାଇବା ଛାଡିଦେଲେ କିମ୍ବା କମ୍ କରିଦେଲେ ଶୀଘ୍ର ଓଜନ ହ୍ରାସ ହୋଇଯିବ । ଏହି ଭାବନା ଆଦୌ ଉଚିତ୍ ନୁହେଁ । ଭୋଜନ ଛାଡି କେହି ଲାଭ ପାଇ ନାହାଁନ୍ତି ଏବଂ ଯଦି କେହି ଖାଦ୍ୟ ପରିମାଣକୁ କମ୍ କରି ଓଜନ ହ୍ରାସ କରନ୍ତି, ଏହା ଚିରସ୍ଥାୟୀ ରହିନଥାଏ । କମ୍ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇନପାରେ, କିନ୍ତୁ ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଖରାପ ହୋଇଯାଏ । କାରଣ ଖାଦ୍ୟ ନ ଖାଇବା ଦ୍ୱାରା ଶରୀର ପର୍ଯ୍ୟାପ୍ତ ପୁଷ୍ଟିକର ଉପାଦାନ ପାଇପାରେ ନାହିଁ । ଏହି କାରଣରୁ ଶରୀରରେ ରୋଗ ସମସ୍ୟା ଦେଖାଦିଏ ।

ଜିମ୍ ଛାଡିଦେବା: ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଜିମ୍ ସେସନକୁ କେବେବି ହାତଛଡା କରନ୍ତୁ ନାହିଁ । ଅର୍ଥାତ୍ ଜିମ୍ ଯାଉଥିଲେ ଅବହେଳା କରନ୍ତୁ ନାହିଁ । ନିୟମିତ ଭାବରେ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ । ଯଦି ଜିମ୍ ସେସନ୍ ମିସ୍ କରୁଛନ୍ତି ତେବେ ଓଜନ ହ୍ରାସ କରିବାକୁ ସମର୍ଥ ହେବେ ନାହିଁ ।

ଏହା ମଧ୍ୟ ପଢନ୍ତୁ:-ଅନୁସନ୍ଧାନ: ସଙ୍ଗୀତ ଶୁଣି ଔଷଧ ଖାଇଲେ ପଡିପାରେ ତୁରନ୍ତ ପ୍ରଭାବ

ବାରମ୍ବାର ଖାଇବା: ଯଦି ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ସବୁବେଳେ କିଛିନା କିଛି ବାରମ୍ବାର ଖାଇବାର ଅଭ୍ୟାସକୁ ଛାଡି ଦିଅନ୍ତୁ । କାରଣ ବାରମ୍ବାର ଖାଦ୍ୟ ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ ନାହିଁ । ଏହା ପରିବର୍ତ୍ତେ ଓଜନ ବୃଦ୍ଧି ପାଇଥାଏ ।

ଅଧିକ ବ୍ୟାୟାମ କରନ୍ତୁ: ଅନେକ ଲୋକ ଭାବନ୍ତି ଅଧିକ ବ୍ୟାୟାମ କରିବା ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଯିବ । ଏଠାରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ଅତ୍ୟଧିକ ବ୍ୟାୟାମ କାରଣରୁ ଶରୀର ଅତ୍ୟଧିକ କ୍ଲାନ୍ତ ହୋଇପାରେ । ଯଦି ଥକ୍କା ଅନୁଯାୟୀ ବିଶ୍ରାମ ନ କରନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ ।

ଓଜନ ହ୍ରାସ କରି ଏକ ଉପଯୁକ୍ତ ଶାରୀରିକ ଗଠନ ସମସ୍ତେ ଚାହିଁଥାନ୍ତି, ହେଲେ ଅସ୍ୱାସ୍ଥ୍ୟକର ଢଙ୍ଗରେ ଓଜନ ହ୍ରାସ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ । ଓଜନ ହ୍ରାସ କରିବାକୁ, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ବ୍ୟାୟାମ କରନ୍ତୁ । ସହଜ ଉପାୟ ମାଧ୍ୟମରେ ଓଜନ ହ୍ରାସ କରିବାକୁ କେବେ ସ୍ଥିର କରନ୍ତୁ ନାହିଁ, କାରଣ ଏହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details