ଓଡିଶା

odisha

ETV Bharat / sukhibhava

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

weekly horoscope
weekly horoscope

By ETV Bharat Odisha Team

Published : Sep 2, 2023, 5:23 PM IST

ମେଷ:ଏହି ସପ୍ତାହରେ ଆପଣ ନୂଆ ଉର୍ଜାରେ ପରିପୂର୍ଣ୍ଣ ହେବେ କିନ୍ତୁ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ଉଭୟ ଭଲ ଓ ମନ୍ଦ ଦିଗକୁ ଯତ୍ନ ସହକାରେ ବିଚାର କରି କାମ କରନ୍ତୁ। ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସନ୍ତୁଷ୍ଟ ଦେଖାଯିବେ ଏବଂ ନିଜର ଜୀବନସାଥୀଙ୍କ ସହିତ ଆପଣଙ୍କର ଅନ୍ତରଙ୍ଗତା ବୃଦ୍ଧି ପାଇବ। ପ୍ରେମୀଯୁଗଳମାନଙ୍କ ପାଇଁ ସପ୍ତାହଟି ଶୁଭମୟ ହେବ। ଆପଣଙ୍କୁ ଏକ ନୂଆ କାମର ଭାର ଦିଆଯିବାର ସମ୍ଭାବନା ଅଛି। ପଦୋନ୍ନତି ମଧ୍ୟ ପାଇବାର ସମ୍ଭାବନା ଦେଖାଦେଇପାରେ, ତେଣୁ ନିଜର କାମକୁ ପୂର୍ବାପେକ୍ଷା ଆହୁରି ଭଲ ଭାବେ କରିବା ପାଇଁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ମଧ୍ୟ ଆପଣ କିଛି ନୂତନ ଯୋଗାଯୋଗଗୁଡ଼ିକ ଦ୍ୱାରା ଲାଭବାନ ହେବେ କିନ୍ତୁ କେହି ଜଣେ ହଠାତ ଆପଣଙ୍କ କାମରେ ହସ୍ତକ୍ଷେପ କରିପାରନ୍ତି, ଯାହା ଦ୍ୱାରା ଆପଣଙ୍କର ସମସ୍ୟାଗୁଡ଼ିକ ବୃଦ୍ଧି ପାଇବ।

ବୃଷ: ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ହେବ। ବିବାହିତ ଲୋକମାନେ ଗୃହସ୍ଥ ଜୀବନକୁ ନେଇ ଆନନ୍ଦିତ ହେବେ ଏବଂ ପାରସ୍ପରିକ ବୁଝାମଣା ଉତ୍ତମ ହେବ। ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, ରୋମାଞ୍ଚ ବୃଦ୍ଧି ପାଇବ କିନ୍ତୁ କଦବା କ୍ଵଚିତ ଯୁକ୍ରିତର୍କ ମଧ୍ୟ ହେବାର ସମ୍ଭାବନା ଅଛି। ବନ୍ଧୁମାନଙ୍କ ସହାୟତାରେ ଆପଣ ଯେକୌଣସି ନୂଆ କାମ ହାତକୁ ନେଇପାରନ୍ତି। ମନରେ ଉଲ୍ଲାସର ଭାବ ଥିବା କାରଣରୁ ଆପଣ ସମ୍ପୂର୍ଣ୍ଣ ଉତ୍ସାହର ସହିତ କାମ କରିବେ ଏବଂ କର୍ମ କ୍ଷେତ୍ରରେ ମଧ୍ୟ ଉତ୍ସାହିତ ରହିବେ। ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ସେମାନେ ଅନେକ ଉତଥାନ ପତନ ଦେଇ ଗତି କରିବେ। ଯଦି ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଅସାବଧାନ ହୁଅନ୍ତି ତେବେ ଆପଣ ଏହି କାର୍ଯ୍ୟ ପାଇଁ ବହୁତ ପଶ୍ଚାତାପ କରିବାର ସମ୍ଭାବନା ଅଛି।

ମିଥୁନ: ଏହି ସପ୍ତାହ ଆପଣଙ୍କ ପାଇଁ ପୂର୍ବାପେକ୍ଷା ବହୁତ ଅନୁକୂଳ ହେବ। ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁନ୍ଦର ମୁହୁର୍ତ୍ତଗୁଡ଼ିକୁ ଉପଭୋଗ କରିବେ। ନିଜର ଜୀବନସାଥୀଙ୍କ ସହିତ ଆପଣଙ୍କର ବ୍ୟକ୍ତିଗତ ବୁଝାମଣା ମଧ୍ୟ ଭଲ ରହିବ, ଯେଉଁ କାରଣରୁ ବୈବାହିକ ଜୀବନ ଆନନ୍ଦମୟ ହେବ। ପ୍ରେମ ଜୀବନ ପାଇଁ ଏହି ସପ୍ତାହ ଅନୁକୂଳ ହେବାକୁ ଯାଉଛି। ଆପଣ ନିଜର ପ୍ରିୟତମ/ପ୍ରିୟତମାଙ୍କୁ କିଛି ସୁନ୍ଦର ସ୍ଥାନକୁ ବୁଲାଇ ନେବାର ସମ୍ଭାବନା ଅଛି। ଆପଣଙ୍କର କାମ କରିବାର ଶୈଳୀକୁ ଆପଣଙ୍କ ବସ୍ ପ୍ରଶଂସା କରିବେ, ଯାହା ଦ୍ୱାରା ପରିସ୍ଥିତିରେ ଉନ୍ନତି ଆସିବ। ବ୍ୟବସାୟୀମାନେ ବର୍ତ୍ତମାନ ସେମାନଙ୍କ କାମ ଉପରେ ଧ୍ୟାନ ଦେବା ଆବଶ୍ୟକ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷାରେ ସେମାନେ ଭଲ ପ୍ରଦର୍ଶନ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଏହିକ୍ଷଣି ନିଜ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଆନମନା ହେବାର ସମ୍ଭାବନା ଅଛି। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କର୍କଟ: ସପ୍ତାହଟି ଆପଣଙ୍କ ପାଇଁ ଅନୁକୂଳ ହେବ। ବିବାହିତ ଲୋକମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ହେବ ଏବଂ ନିଜର ଗୃହସ୍ଥ ଜୀବନରେ ସେମାନେତ୍ୟନ୍ତ ଆନନ୍ଦିତ ଦେଖାଯିବେ। ଏହି ସମୟରେ ପ୍ରେମ ଜୀବନ ଉତଥାନ ପତନରେ ପରିପୂର୍ଣ୍ଣ ହେବ। ଆପଣ ଆପଣଙ୍କ ସମ୍ପର୍କ ମଧ୍ୟରେ ଅନ୍ୟ କାହାକୁ କଦାପି ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ, ଏହା ଦ୍ୱାରା ସମ୍ପର୍କ ଦିନକୁ ଦିନ ଖରାପ ହେବାର ସମ୍ଭାବନା ଅଛି। ବୃତ୍ତିଗତ ଜୀବନ ଚାପଯୁକ୍ତ ହୋଇପାରେ, ତେଣୁ ସାବଧାନତା ଅବଲମ୍ବନ କରିବା ସହିତ ନିଜ କାମରେ ମନ ଦିଅନ୍ତୁ। ଅଯଥାରେ କାହାକୁ ନିଜ କାମରେ ସହଭାଗୀ କରନ୍ତୁ ନାହିଁ। ସରକାରୀ କ୍ଷେତ୍ରରୁ ଆପଣ ଭଲ ଭାବେ ଲାଭ ପାଇବାର ସମ୍ଭାବନା ଅଛି। ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ଅନୁକୂଳ ହେବ ଏବଂ ସେମାନେ ନିଜ କଠିନ ପରିଶ୍ରମର ଫଳ ପାଇବେ।

ସିଂହ: ଏହି ସପ୍ତାହଟି ଆପଣଙ୍କ ପାଇଁ ଦୁର୍ବଳ ରହିବ। ବିବାହିତ ଲୋକମାନଙ୍କ ପାଇଁ ସପ୍ତାହଟି ସାମାନ୍ୟ ଦୁର୍ବଳ ରହିବ। ପରସ୍ପରର ମତାମତରେ ଭିନ୍ନତା ଦେଖାଦେବା କାରଣରୁ କିଛି ମାତ୍ରାରେ ଅଶାନ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକମାନଙ୍କ ପାଇଁ ସପ୍ତାହଟି ଶୁଭ ହେବ। ଆପଣଙ୍କର କଠିନ ପରିଶ୍ରମ ସଫଳ ହେବ ଏବଂ ଆପଣ ସୁଖଦାୟକ ଫଳାଫଳ ପାଇବେ। ବସ୍‍ଙ୍କ ସହିତ ଆପଣଙ୍କର ତାଳମେଳ ପୂର୍ବାପେକ୍ଷା ଭଲ ରହିବ। ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କର ଦକ୍ଷତା ଦେଖାଇବା ପାଇଁ ଗୋଟିଏ ସୁଯୋଗ ପାଇବେ ଏବଂ ଆପଣଙ୍କର ନୂଆ ଚୁକ୍ତିଗୁଡ଼ିକ ମଧ୍ୟରୁ କିଛି ଚୁଡାନ୍ତ ହେବାର ସମ୍ଭାବନା ଅଛି, ଯାହା ଦ୍ୱାରା ଆପଣ ବହୁ ମାତ୍ରାରେ ଲାଭବାନ ହେବେ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ବର୍ତ୍ତମାନ ଆପଣ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ମାନସିକ ଅଶାନ୍ତି ଆପଣଙ୍କ ଉତ୍ତମ ଗୁଣ ପ୍ରଦର୍ଶନରେ ବାଧକ ନହେଉ, ନହେଲେ ଏହା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଆପଣଙ୍କର ଜରୁରୀ କାର୍ଯ୍ୟଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ଅଛି। ସପ୍ତାହର ଆରମ୍ଭରେ ଶରୀରକୁ ସୁସ୍ଥ ରଖିବା ପାଇଁ କିଛି ମଲଟିଭିଟାମିନ ଖାଇପାରନ୍ତି।

କନ୍ୟା: ଏହି ସପ୍ତାହ ଆପଣଙ୍କ ପାଇଁ ଉତଥାନ ଓ ପତନରେ ପରିପୂର୍ଣ୍ଣ ରହିବ। ପାରିବାରିକ ଜୀବନର ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପରିବାରର ଗୁରୁଜନମାନଙ୍କ ସହିତ ମିଶି ଏକତ୍ର ଭାବେ ଉଦ୍ୟମ କରିବାକୁ ପଡ଼ିବ। ବିବାହିତ ଲୋକମାନେ ପାରିବାରିକ ଅଶାନ୍ତିରୁ ଧୀରେ ଧୀରେ ମୁକୁଳି ଯିବେ ଏବଂ ପାରସ୍ପରିକ ସମନ୍ୱୟକୁ ଉନ୍ନତ କରିବା ପାଇଁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀତ ସମସ୍ୟାଗୁଡ଼ିକ ହ୍ରାସ ପାଇବ। ପ୍ରେମ ଜୀବନକୁ ଉପଭୋଗ କରିବା ପାଇଁ ଏହା ପ୍ରକୃତ ସମୟ ଅଟେ। ସୁଖର ଯୋଜନାଗୁଡ଼ିକ ପାଇଁ ଆପଣ ନିଜେ ପ୍ରତିବନ୍ଧକ ହେବାର ସମ୍ଭାବନା ଅଛି, ଆପଣ ସମ୍ପୂର୍ଣ୍ଣ ରୂପେ ଠିକ ଦିଗରେ ନାହାନ୍ତି ବୋଲି ଆପଣଙ୍କର ଥିବା ଚିନ୍ତାଧାରା କାରଣରୁ ମନରେ ସୃଷ୍ଟି ହେଉଥିବା କିଛି ଦ୍ୱନ୍ଦ୍ୱ ଏହାର କାରଣ ଅଟେ। ଏହା ଆପଣଙ୍କର କିଛି ଜରୁରୀ କାମ ସମ୍ପାଦନରେ ବାଧକ ହେବାର ସମ୍ଭାବନା ଅଛି। ବ୍ୟବସାୟ ପାଇଁ ଏହି ସମୟ ପୂର୍ବ ଭଳି ସାଧାରଣ ହେବ।

ତୁଳା: ଏହି ସପ୍ତାହରେ ଆପଣ ମିଶ୍ରିତ ଫଳ ପାଇବେ। ବୈବାହିକ ଜୀବନ ଆନନ୍ଦଦାୟକ ହେବ ଏବଂ ଜୀବନସାଥୀଙ୍କ ସହିତ ଅନ୍ତରଙ୍ଗତା ବୃଦ୍ଧି ପାଇବ। ଆପଣଙ୍କୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଉଛି, ଅନ୍ୟଥା ସମ୍ପର୍କ ତୁଟି ଯିବାର ସମ୍ଭାବନା ଅଛି। ଏହି ସପ୍ତାହରେ ପରିସ୍ଥିତିରେ ଉତଥାନ ଓ ପତନ ଦେଖାଦେବାର ସମ୍ଭାବନା ଅଛି। ଚାକିରି କରୁଥିବା ଲୋକମାନଙ୍କର ଅବସ୍ଥା ଭଲ ରହିବ। କହିବାକୁ ଗଲେ କାମ ସମ୍ବନ୍ଧରେ ଆପଣଙ୍କୁ ବହୁ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ସେମାନେ ସେମାନଙ୍କ ଅଧ୍ୟୟନରେ ବାଧାର ସମ୍ମୁଖୀନ ହେବାର ସମ୍ଭାବନା ଅଛି। ସେହି କାରଣରୁ ଆପଣଙ୍କୁ ନିଜ ଅଧ୍ୟୟନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଉତଥାନ ଓ ପତନ ଦେଇ ଗତି କରିବ। ଭ୍ରମଣ ପାଇଁ ସପ୍ତାହର ଅନ୍ତିମ ଦୁଇ ଦିନ ଶୁଭ ଅଟେ।

ବିଛା: କହିବାକୁ ଗଲେ ସପ୍ତାହଟି ଆପଣଙ୍କ ପାଇଁ ସାମାନ୍ୟ ଦୁର୍ବଳ ରହିବାର ସମ୍ଭାବନା ଅଛି, ତେଣୁ ସତର୍କ ରୁହନ୍ତୁ। ବିବାହିତ ଲୋକମାନେ ଏକ ଉତ୍ତମ ଗୃହସ୍ଥ ଜୀବନ ଅତିବାହିତ କରିବେ ଏବଂ ଜୀବନସାଥୀଙ୍କ ସହିତ ଉତ୍ତମ ଅନ୍ତରଙ୍ଗତା ଓ ବୁଝାମଣା ଦେଖିବାକୁ ମିଳିବ। କୌଣସି ସ୍ଥାନକୁ ଏକତ୍ର ଯିବା ପାଇଁ ମଧ୍ୟ କଥା ହୋଇପାରନ୍ତି। ପ୍ରେମୀଯୁଗଳମାନଙ୍କ ପାଇଁ ସମୟ ଉତଥାନ ଓ ପତନରେ ପରିପୂର୍ଣ୍ଣ ହେବ। କୌଣସି ଚିଟ୍ ଫଣ୍ଡରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ, ଅନ୍ୟଥା ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି। ଚାକିରି କରୁଥିବା ଲୋକମାନଙ୍କ ପାଇଁ ସମୟ ପୂର୍ବାପେକ୍ଷା ବହୁତ ଭଲ ହେବ। କିଛି କାମ ପାଇଁ ଆପଣଙ୍କୁ ପ୍ରଶଂସା ମିଳିପାରେ ଏବଂ କିଛି ନୂଆ ପ୍ରୋଜେକ୍ଟ ମଧ୍ୟ ମିଳିବାର ସମ୍ଭାବନା ଅଛି, ଯାହା ଦ୍ୱାରା ଆପଣ ସୁଖି ହେବେ। କିଛି ନୂଆ ଲୋକମାନଙ୍କ ସହିତ ଆପଣ କାମକୁ ଆଗେଇ ନେବେ, ଯାହା ଦ୍ୱାରା ଆପଣ ଲାଭବାନ ହେବେ। ବ୍ୟବସାୟ କରୁଥିବା ଲୋକମାନେ କିଛି କାମ ଉଦ୍ଦେଶ୍ୟରେ ଦୂର ଯାତ୍ରା କରିବା ପାଇଁ ମଧ୍ୟ ଯୋଜନା କରିପାରନ୍ତି। ଯଦି ଆମେ ବିଦ୍ୟାର୍ଥୀମାନଙ୍କ ବିଷୟରେ କଥା ହେବା, ତେବେ ବାଧାଗୁଡ଼ିକ ସତ୍ତ୍ଵେ ଜରୁରୀ ବିଷୟଗୁଡ଼ିକୁ ବୁଝିବା ପାଇଁ ସେମାନେ ଗୋଟିଏ ସୁଯୋଗ ପାଇବେ।

ଧନୁ: ଆପଣଙ୍କର ଏହି ସପ୍ତାହଟି ଅତି ସୁନ୍ଦର ଭାବେ ଅତିବାହିତ ହେବ। ବିବାହିତ ଜୀବନ ଭଲରେ କଟିବ। ଏହା ମନେରଖନ୍ତୁ ଯେ, ଗୃହସ୍ଥ ଜୀବନରେ ଜୀବନସାଥୀଙ୍କ ଠାରୁ ଆପନଙ୍କର ଦୂରତା ବୃଦ୍ଧି ହେବାର ସମ୍ଭାବନା ଅଛି। ପ୍ରେମୀଯୁଗଳମାନଙ୍କ ପାଇଁ ସମୟ ଶୁଭ ଅଟେ କିନ୍ତୁ ପରସ୍ପରଙ୍କ ପ୍ରତି ମନରେ କିଛି ସନ୍ଦେହ ଦେଖାଦେଇପାରେ। ନିଜର ପରିବାର ସଦସ୍ୟମାନଙ୍କ ପାଇଁ ବହୁତ କିଛି କରିବା ପାଇଁ ମନରେ ଇଚ୍ଛା ଜାଗ୍ରତ ହେବ। ରିଅଲ୍ ଇଷ୍ଟେଟ୍ ସମ୍ବନ୍ଧିତ ବିଷୟ ଆଡ଼କୁ ଆପଣଙ୍କର ଧ୍ୟାନ ଆକର୍ଷିତ ହେବ। ଚାକିରି କ୍ଷେତ୍ରରେ ଅବସ୍ଥା ଭଲ ରହିବ କିନ୍ତୁ କାହା ବିଷୟରେ ଭୁଲ କଥା କହିବା ଆପଣଙ୍କ ପାଇଁ କ୍ଷତିକାରକ ହେବ। ସ୍ବାସ୍ଥ୍ୟ ଭଲ ରହିବ।

ମକର: ଏହି ସପ୍ତାହଟି ଆପଣଙ୍କ ପାଇଁ ଶୁଭ ହେବ। ଆପଣ ପରିବାର ସୁଖ ପାଇବେ। ପାରିବାରିକ ଦାୟିତ୍ଵଗୁଡ଼ିକ ପୂରଣ ହେବ। ପାରିବାରିକ ବାତାବରଣ ସକାରାତ୍ମକ ହେବ। ପ୍ରେମୀଯୁଗଳଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ହେବ। ବର୍ତ୍ତମାନ ପ୍ରେମ ବିବାହ କରିବା ପାଇଁ ମଧ୍ୟ ସୁୟୋଗ ସୃଷ୍ଟି ହେବ। ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମରେ କିଛି ସମସ୍ୟାର ସମ୍ମୁଖୀନ ହେବେ। ସରକାରୀ ବିଭାଗ ତରଫରୁ କୌଣସି ପ୍ରକାରର ନୋଟିସ୍ ଆସିବାର ସମ୍ଭାବନା ଅଛି। ପିଲାମାନଙ୍କ ପାଇଁ ସମୟ ମହତ୍ତ୍ଵପୂର୍ଣ୍ଣ ଅଟେ। ବିଦ୍ୟାର୍ଥୀମାନଙ୍କ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସେମାନେ ଅଧ୍ୟୟନରୁ ସୁଫଳ ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ଶୁଭ ହେବ କିନ୍ତୁ ବାହାରେ ଖାଦ୍ୟ ଗ୍ରହଣ ନକରିବା ଆବଶ୍ୟକ।

କୁମ୍ଭ: ଏହି ସପ୍ତାହରେ ଆପଣ ଶୁଭ ଫଳ ପାଇବେ। ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ଆନନ୍ଦ ଅନୁଭବ କରିବେ। ନିଜର ଜୀବନସାଥୀଙ୍କ ସହିତ ଆପଣଙ୍କର ତାଳମେଳ ଉନ୍ନତ ହେବ ଏବଂ ଏହା ଦ୍ୱାରା ଆପଣ ଆରାମ ଅନୁଭବ କରିବେ। ପ୍ରେମୀଯୁଗଳମାନଙ୍କର ସମୟ ଭଲରେ ଅତିବାହିତ ହେବ। ସପ୍ତାହର ଆରମ୍ଭରେ ଆପଣ ବନ୍ଧୁମାନଙ୍କ ସହିତ କୌଣସି ନିକଟତମ ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିବାର ସମ୍ଭାବନା ରହିଛି। ଏହା ଦ୍ୱାରା ଆପଣ ସତେଜତା ସହିତ ନୂତନତା ଅନୁଭବ କରିବେ ଏବଂ ଶରୀରରେ ମଧ୍ୟ ଉର୍ଜା ସଞ୍ଚରଣ ହେବ। ଚାକିରି କ୍ଷେତ୍ରରେ ସମ୍ପୂର୍ଣ୍ଣ ସମୟ କଠିନ ପରିଶ୍ରମ ଦ୍ୱାରା ଅତିବାହିତ ହେବ ଏବଂ ଯଦି ଆପଣ କଠିନ ପରିଶ୍ରମରୁ ପଛ ଘୁଞ୍ଚା ନଦିଅନ୍ତି ତେବେ ଆପଣ ସଫଳତା ପାଇବେ।

ମୀନ: ଏହି ସପ୍ତାହରେ ଆପଣ ପୂର୍ବ ଭଳି ସାଧାରଣ ଫଳ ପାଇବେ। ପାରିବାରିକ ଜୀବନର ଆନନ୍ଦ ଲାଭ କରିବେ। ସମ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱ ମଧ୍ୟ ଦେଖାଦେବାର ସମ୍ଭାବନା ଅଛି। ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନ ଆନନ୍ଦମୟ ହେବ। ସମ୍ପର୍କରେ ଅଶେଷ ସ୍ନେହ ଦେଖିବାକୁ ମିଳିବ ଏବଂ ପରସ୍ପର ମଧ୍ୟରେ ଅନ୍ତରଙ୍ଗତା ବୃଦ୍ଧି ପାଇବ। ପ୍ରେମରେ ଥିବା ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ଦ୍ୱାରା ଏହି ସମୟକୁ ଆନନ୍ଦଦାୟକ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ସପ୍ତାହର ଆରମ୍ଭରେ ଆପଣ ଯେକୌଣସି ପୂଜା ଅନୁଷ୍ଠାନ କିମ୍ବା କୌଣସି ମନ୍ଦିରକୁ ଦାନ କରିବାର ସମ୍ଭାବନା ଅଛି। ସପ୍ତାହର ଆରମ୍ଭରେ ଆପଣ ଗୋଟିଏ ଧାର୍ମିକ ସ୍ଥାନକୁ ତୀର୍ଥରେ ଯିବାର ସମ୍ଭାବନା ଅଛି। ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ।

ABOUT THE AUTHOR

...view details