ହାଇଦ୍ରାବାଦ: ଶରୀରକୁ ସୁସ୍ଥ, ଫିଟ୍ ଏବଂ ସୁନ୍ଦତରା ବଜାୟ ରଖିବାରେ ସାହାଯ୍ୟ କରେ ଡ୍ରାଏ ଫ୍ରୁଟ୍ସ । ସ୍ୱାସ୍ଥ୍ୟ ଉପରେ ଡ୍ରାଏ ଫ୍ରୁଟ୍ସ ବିଶେଷ ପ୍ରଭାବ ପକାଇଥାଏ । ଯଦିଓ ପ୍ରତ୍ୟେକ ଡ୍ରାଏ ଫ୍ରୁଟ୍ସର ନିଜସ୍ୱ ଲାଭ ଅଛି, କିନ୍ତୁ ଏସବୁ ମଧ୍ୟରେ ଅକ୍ରୋଟ (wallnut)ର ଉପକାରିତା ସବୁଠାରୁ ଶକ୍ତିଶାଳୀ ଏବଂ ସୁସ୍ଥ ବୋଲି ବିବେଚନା କରାଯାଏ। ହାବାର୍ଡ ମେଡିକାଲ୍ ସ୍କୁଲର ଏକ ଅଧ୍ୟୟନ ଅନୁଯାୟୀ, ଅଧିକାଂଶ ଡ୍ରାଏ ଫ୍ରୁଟ୍ସରେ ସେଚୁରେଟେଡ୍ ଚର୍ବି ମିଳୁଥିବା ବେଳେ ପଲିସେଚୁରେଟେଡ୍ ଫ୍ୟାଟ୍ ଏବଂ ଓମେଗା 3 ଫ୍ୟାଟି ଏସିଡ୍ ସହ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଅକ୍ରୋଟ (wallnut)ରେ ମିଳିଥାଏ ।
ସେଥିପାଇଁ ଅକ୍ରୋଟକୁ ସବୁଠାରୁ ସୁସ୍ଥ ଡ୍ରାଏ ଫ୍ରୁଟ୍ସ ବୋଲି ବିବେଚନା କରାଯାଏ । ଏହାର ବ୍ୟବହାର ଦ୍ୱାରା ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଏବଂ ମସ୍ତିଷ୍କକୁ ତ୍ୱରାନ୍ୱିତ କରେ, ଅନେକ ସ୍ମୃତି ଶକ୍ତି ବୃଦ୍ଧି କରାଏ, ଥାଇରଏଡ୍ ପରି ସମସ୍ୟା ଦୂର କରିବାରେ ଏହା ପ୍ରଭାବଶାଳୀ ହୋଇପାରେ । ଏଥିସହ ଓଜନ ହ୍ରାସ କରିବାରେ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଅକ୍ରୋଟ ଖାଇବାର ଉପକାରିତା ସମ୍ପର୍କରେ...
1. ହାବର୍ଡ ମେଡିକାଲ୍ ସ୍କୁଲ ଅନୁଯାୟୀ, ଅକ୍ରୋଟ ଉପରେ ଏକ ବଡ଼ ଧରଣର ଅନୁସନ୍ଧାନରୁ ଜଣାପଡିଛି ଯେ ଅକ୍ରୋଟ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମିଯାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମ ହୋଇପାରେ ।
2.ଅକ୍ରୋଟରେ ଓମେଗା 3 ଫ୍ୟାଟି ଏସିଡ୍ ମିଳିଥାଏ ଯାହା ଶରୀରରେ ରକ୍ତଚାପ ଏବଂ ଖରାପ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ହୃଦରୋଗ ପାଇଁ ଏକ ବଡ ଔଷଧ ଭଳି କାମ କରେ । ଏଥିସହ ଡାଇବେଟିସକୁ ମଧ୍ୟ ନିୟନ୍ତ୍ରଣ କରାଇଥାଏ ।