ଓଡିଶା

odisha

ETV Bharat / sukhibhava

ମହିଳାଙ୍କ ପାଇଁ ସମସ୍ୟା: ପଲିସାଇଷ୍ଟିକ ଓଭାରୀ ସିଂଡ୍ରୋମ

ପଲିସାଇଷ୍ଟିକ ଓଭାରୀ ସିଂଡ୍ରୋମ ବା ପିସିଓଏସ, ମହିଳାମାନେ ସମ୍ମୁଖୀନ ହେଉଥିବା ଏକ ସାଧାରଣ ସମସ୍ୟା । ପ୍ରଜନନ କ୍ଷମତା ଥିବା ବୟସରେ ହିଁ ମହିଳାମାନେ ଏହି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅଧିକ ପଢନ୍ତୁ..

ପଲିସାଇଷ୍ଟିକ ଓଭାରୀ ସିଂଡ୍ରୋମ
ପଲିସାଇଷ୍ଟିକ ଓଭାରୀ ସିଂଡ୍ରୋମ

By

Published : Jan 24, 2021, 4:39 PM IST

ପଲିସାଇଷ୍ଟିକ ଓଭାରୀ ସିଂଡ୍ରୋମ ବା ପିସିଓଏସ, ମହିଳାମାନେ ସମ୍ମୁଖୀନ ହେଉଥିବା ଏକ ସାଧାରଣ ସମସ୍ୟା । ପ୍ରଜନନ କ୍ଷମତା ଥିବା ବୟସରେ ହିଁ ମହିଳାମାନେ ଏହି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ପିସିଓଏସ ମହିଳାଙ୍କ ମାସିକ ଧର୍ମ ସହ ଜଡିତ । ଏହି ସମସ୍ୟା ଦେଖାଦେଲେ ମହିଳାମାନଙ୍କର ମାସିକ ଧର୍ମରେ ଅନିୟମିତତା ଦେଖାଯିବା ସହ ଦୀର୍ଘ ଦିନ ଧରି ମାସିକ ଧର୍ମ ହୁଏ । ଏପରିକି ଶରୀରରେ ହରମୋନର ସ୍ତର ବୃଦ୍ଧି ହୁଏ । ସାଇଷ୍ଟସ୍ ବା (ତରଳୀକୃତ ପଦାର୍ଥ) ଓଭାରୀରେ ବିକଶିତ ହେବା ଫଳରେ ନିୟମିତ ଭାବେ ଡିମ୍ବାଣୁ ରିଲିଜ ହୋଇପାରେ ନାହିଁ । ଏସବୁ ସ୍ଥିତି ଦେଖାଦେଲେ ଜଣେ ମହିଳା ପିସିଓଏସରେ ପୀଡିତ ବୋଲି ଜଣାପଡିବ । କିନ୍ତୁ ପିସିଓଏସର ପ୍ରକୃତ କାରଣ ଅଜଣା ହୋଇ ରହିଛି । ତେବେ, ଶୀଘ୍ର ଚିହ୍ନଟ, ଚିକିତ୍ସା ଓ ସଠିକ ଓଜନ ବଜାୟ ରଖିଲେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇପାରିବ । ପିସିଓଏସ୍ ମଧୁମେହ ଓ ହୃଦ୍ ରୋଗ ଭଳି ରୋଗ ବି ସୃଷ୍ଟି ହୁଏ ।

ପିସିଓଏସର ଲକ୍ଷଣ

ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା–ଏନଏଚଏସ ଅନୁସାରେ ପିସିଓଏସର କିଛି ଲକ୍ଷଣ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା –

  • ପିରିୟଡରେ ଅନିୟମିତତା ବା ପିରିୟଡ ଆଦୌ ନହେବା
  • ଅନିୟମିତ ଓଭ୍ୟୁଲେସନ ବା ଓଭ୍ୟୁଲେଟରେ ବିଫଳତା ଯୋଗୁଁ ଗର୍ଭବତୀ ହେବାରେ କଷ୍ଟ ଅନୁଭବ
  • ମୁହଁ, ଛାତି, ପିଠି ଓ ନିତମ୍ବରେ ଅଧିକ ବାଳ ଉଠିବା
  • ଓଜନ ବୃଦ୍ଧି ପାଇବା
  • ମୁଣ୍ଡ ବାଳ ଉପାଡିବା
  • ତ୍ୱଚା ତୈଳାକ୍ତ ରହିବା
  • ଏହାଛଡା ପ୍ରବଳ ରକ୍ତସ୍ରାବ, ତ୍ୱଚା ଠାଏଁ ଠାଏଁ କଳା ପଡିଯିବା, ମୁଣ୍ଡବ୍ୟଥା, ପେଲଭିକ୍ ପେଇନ୍ ଓ ବାଞ୍ଝପଣ ।

ପିସିଓଏସର କାରଣ

ଯେମିତିକି ଆଗରୁ କୁହାଯାଇଛି, ପିସିଓସିର ପ୍ରକୃତ କାରଣ ଏ ଯାଏଁ ଜଣାପଡିନାହିଁ । କିନ୍ତୁ ଏହା ବଂଶାନୁକ୍ରମିକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାଛଡା ଶରୀରରେ ଅସ୍ୱାଭାବିକ ହରମୋନସ୍ତର ବି ପିସିଓଏସ ସମସ୍ୟା ସୃଷ୍ଟି କରିଥାଏ । ଆଂଡ୍ରୋଜେନର ଅତ୍ୟଧିକ ମାତ୍ରା ଓ ଇନସୁଲିନ ଅଧିକ ପରିମାଣରେ ଥିଲେ ମଧ୍ୟ ତାହା, ପିସିଓଏସର କାରଣ ପାଲଟିଥାଏ । ଆବଶ୍ୟକତାଠାରୁ ଅଧିକ ଓଜନ ବି ଏହି ସମସ୍ୟା ସୃଷ୍ଟି କରେ । ପିସିଓଏସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ଜଟିଳତା କିଛି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ସହ ପିସିଓଏସ ଜଡିତ ହୋଇ ରହିଛି । ସେଗୁଡିକ ହେଲା –

  • ଟାଇପ ୨ ଡାଇବେଟିସ ବା ପ୍ରିଡାଇବେଟିସ
  • ଗେସଷ୍ଟେସନାଲ ଡାଇବେଟିସ
  • ଉଚ୍ଚ ରକ୍ତଚାପ
  • ବାଂଝପଣ
  • ସ୍ଲିପ ଆପନିଆ
  • ଚିନ୍ତା ଓ ଅବସାଦ
  • ଆହାର ବିଶୃଙ୍ଖଳା
  • ଏଣ୍ଡୋମେଟ୍ରିଆଲ କ୍ୟାନସର
  • କଲୋଷ୍ଟେରଲ ହାର ବୃଦ୍ଧି
  • ମେଦବହୁଳତା

ପିସିଓଏସ୍‌ର ଚିକିତ୍ସା

ପିସିଓଏସର କୌଣସି କ୍ୟୁରେଟିଭ ଚିକିତ୍ସା ନାହିଁ । କିନ୍ତୁ ଏହାର ଲକ୍ଷଣକୁ ବିଭିନ୍ନ ଉପାୟରେ ନିୟନ୍ତ୍ରଣ କରାଯାଇପାରିବ । ପ୍ରଥମେ ଡାକ୍ତର ଆପଣଙ୍କ ଜୀବନଶୈଳୀ ବଦଳାଇବାକୁ ସୁପାରିଶ କରିବେ । ଡାଏଟାରୀ ହ୍ୟାବିଟ୍ସ ପରିବର୍ତ୍ତନ ସହ ଦୈନନ୍ଦିନ ରୁଟିନରେ ଶାରୀରିକ କାର୍ଯ୍ୟକଳାପରେ ସଂପୃକ୍ତ ହେବା ପାଇଁ ପରାମର୍ଶ ଦେବେ ଡାକ୍ତର । ସ୍ୱାସ୍ଥ୍ୟକର ଓ ସନ୍ତୁଳିତ ଆହାର ନେବା ଜରୁରୀ । ଜଙ୍କ୍ ଫୁଡ୍ ଖାଇବାରୁ ବିରତ ହେବା ଉଚିତ । ପ୍ରତିଦିନ ଅନ୍ତତଃ ୩୦ରୁ ୪୫ ମିନିଟ ବ୍ୟାୟାମ କରିବା ଉଚିତ । ଯଦି ଆପଣଙ୍କ ଓଜନ ଆବଶ୍ୟକତାଠାରୁ ଅଧିକ ରହିଛି, ତାହା ହେଲେ ଜୀବନଶୈଳୀରେ ପରିବର୍ତ୍ତନ କଲେ ଏହା ହ୍ରାସ ହୋଇପାରିବ ।

ଏତଦ୍ ବ୍ୟତୀତ, ପ୍ରଜନନହୀନତା ଭଳି ଲକ୍ଷଣ ଏଡାଇବା ପାଇଁ ଔଷଧୀୟ ଚିକିତ୍ସା ଉପଲବ୍ଧ ଅଛି । ଅଧିକ ବାଳ ଉଠିବା, ମାସିକ ଧର୍ମରେ ଅନିୟମିତତା ପାଇଁ ବି ଔଷଧୀୟ ଚିକିତ୍ସା ସୁବିଧା ରହିଛି । ଜନ୍ମ ନିୟନ୍ତ୍ରଣ ଭଳି ପଦକ୍ଷେପ ସ୍ୱାଭାବିକ ହରମୋନଲ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇପାରିବ । ବଟିକା, ଭାଜିନାଲ ରିଙ୍ଗ ଓ ପ୍ୟାଚ୍ ବ୍ୟବହାର କରାଯାଇପାରେ । ଅତଏବ, ଯଦି ଆପଣ ଉପରୋକ୍ତ ଲକ୍ଷଣ ସବୁ ଦେଖିବାକୁ ପାଆନ୍ତି, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଅନିୟମିତ ମାସିକ ଧର୍ମର ସମ୍ମୁଖୀନ ହେଉଥିଲେ ତ ଆଉ ଡେରି କରିବା ଉଚିତ ନୁହେଁ । ଶାରୀରିକ ପରୀକ୍ଷା, ପେଲଭିକ ପରୀକ୍ଷା ଓ ରକ୍ତ ପରୀକ୍ଷା ଦ୍ୱାରା ପିସିଓଏସ ଚିହ୍ନଟ ହୋଇପାରିବ । ପିସିଓଏସର ଲକ୍ଷଣର ପ୍ରଭାବୀ ପରିଚାଳନା ପାଇଁ ଡାକ୍ତର ଆପଣଙ୍କୁ ବିଭିନ୍ନ ଉପାୟ ସଂପର୍କରେ ପରାମର୍ଶ ଦେଇପାରିବେ, ଯାହା ଫଳରେ କି ଅଧିକ ଜଟିଳତା ସୃଷ୍ଟି ହେବ ନାହିଁ ।

ABOUT THE AUTHOR

...view details